Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Road Accident / ନିର୍ଜନ ରାତିରେ ୨ ଘଣ୍ଟା ଧରି କମ୍ପି ଉଠିଲା ୧୦ କିଲୋମିଟର, ୫ କିମି ଯାଏଁ ଦେଖାଗଲା ନିଆଁ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ନିର୍ଜନ ରାତିରେ ୨ ଘଣ୍ଟା ଧରି କମ୍ପି ଉଠିଲା ୧୦ କିଲୋମିଟର, ୫ କିମି ଯାଏଁ ଦେଖାଗଲା ନିଆଁ

Key Points

ଗ୍ୟାସ୍ ଟ୍ରକ୍ ସହ ତେଲ ଟ୍ୟାଙ୍କର ଧକ୍କା ପରେ ବଡ଼ ବିସ୍ଫୋରଣ । କମ୍ପି ଉଠିଲା ୧୦ କିଲୋମିଟର ଅଞ୍ଚଳ । ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଦେଖା ଯାଉଥିଲା ନିଆଁ । ନିସ୍ତବ୍ଧ, ନିର୍ଜନ ରାତିରେ ୨ ଘଣ୍ଟା ଧରି ବାଣ ଫୁଟିବା ଭଳି ଫାଟି ଚାଲିଥିଲା ଗୋଟିଏ ପରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର ।

ଜୟପୁର: ଛିଡ଼ା ହୋଇଥିଲା ଗ୍ୟାସ୍ ଟ୍ରକ୍, ପଛରୁ ପିଟିଲା ତେଲ ଟ୍ୟାଙ୍କର । ଗ୍ୟାସ୍ ଟ୍ରକ୍ ସହ ତେଲ ଟ୍ୟାଙ୍କର ଧକ୍କା ପରେ ବଡ଼ ବିସ୍ଫୋରଣ । କମ୍ପି ଉଠିଲା ୧୦ କିଲୋମିଟର ଅଞ୍ଚଳ । ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଦେଖା ଯାଉଥିଲା ନିଆଁ । ନିସ୍ତବ୍ଧ, ନିର୍ଜନ ରାତିରେ ୨ ଘଣ୍ଟା ଧରି ବାଣ ଫୁଟିବା ଭଳି ଫାଟି ଚାଲିଥିଲା ଗୋଟିଏ ପରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର ।


ଏଥିସହ ପଢ଼ନ୍ତୁ: ପ୍ରି-ପ୍ଲାନ୍ ସହ ପୀତବାସଙ୍କୁ ଗୁଳି କରିଥିଲେ ପ୍ରଫେସନାଲ ସାର୍ପ ସୁଟର୍ ! କିଏ କରିଥିଲା ଶେଷ କଲ୍ ?


ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର-ଆଜମେର ଜାତୀୟ ରାଜପଥରେ । ତେଲ ଟ୍ୟାଙ୍କର ଓ ଗ୍ୟାସ୍ ଟ୍ରକ୍ ଧକ୍କା ହେବା ଫଳରେ ବିସ୍ଫୋରଣ ହୋଇ ଗ୍ୟାସ୍ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା । ଟ୍ରକ୍‌ରେ ପ୍ରାୟ ୩୩୦ଟି ସିଲିଣ୍ଡର ଥିବା ବେଳେ ଗୋଟିଏ ପରେ ଗୋଟିଏ କରି ୨୦୦ଟି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Harsh Trivedi (@harshtrivediii) October 8, 2025


ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଟ୍ରକରୁ ୨୦ରୁ ୩୦ ମିଟର ଦୂରରୁ ସିଲିଣ୍ଡରର ଖଣ୍ଡ ମିଳିଛି । ପ୍ରାୟ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଭା ଯାଇଛି ବିସ୍ଫୋରଣର ଶବ୍ଦ । ମଙ୍ଗଳବାର ରାତିରେ ଏଭି ଭୟାନକ ଦୃଶ୍ୟକୁ ଲୋକେ ୫ କିଲୋମିଟର ଦୂରରୁ ମଧ୍ୟ ଦେଖିଛନ୍ତି ।


ଜୟପୁର ଆଇଜି ରାହୁଲ ପ୍ରକାଶ କହିଛନ୍ତି, "ଅଗ୍ନିକାଣ୍ଡ ଓ ବିସ୍ଫୋରଣରେ ୨ରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ଭିତରେ ଟ୍ୟାଙ୍କର୍ ଡ୍ରାଇଭର ଥିବା ଜଣାପଡ଼ିଛି।" ଅଗ୍ନିଶମ ବାହିନୀ ବିଳମ୍ବିତ ରାତିରେ ନିଆଁକୁ ଆୟତ୍ତ କରିଛି । ବିସ୍ଫୋରଣ ପରେ ଜୟପୁର-ଆଜମେର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବ୍ଯାହତ ହୋଇଥିଲା ।


ଏଥିସହ ପଢ଼ନ୍ତୁ: ଭୂସ୍ଖଳନରେ ପୋତି ହୋଇଗଲା ବସ୍‍; ଆଖି ବୁଜିଲେ ୧୫ ଯାତ୍ରୀ, ଅନେକ ଫସିଥିବା ଆଶଙ୍କା


ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ୍‌ଟି ରାସ୍ତା କଡ଼ରେ ପାର୍କ କରି ଡ୍ରାଇଭର ଖାଦ୍ୟ ଖାଇବାକୁ ଯାଇଥିଲେ । ସେହି ସମୟରେ ଏକ ତେଲ ଟ୍ୟାଙ୍କର ଆସି ପଛରୁ ଗ୍ୟାସ୍ ଟ୍ରକ୍‌କୁ ଧକ୍କା ଦେଇଥିଲା । ଫଳରେ ବିସ୍ଫୋରଣ ହେବା ସହ ନିଆଁ ଲାଗି ଯାଇଥିଲା ।"


ତେବେ ଏହା ଗୋଟିଏ ଘଟଣା ନୁହେଁ, ଗତବର୍ଷ ଡିସମ୍ବେରରେ ରାଜସ୍ଥାନର ଜୟପୁରରେ ସମାନ ଘଟଣା ଘଟିଥିଲା । ଜୟପୁରର ଭାଙ୍କରୋଟା ନିକଟରେ ଟ୍ରକ୍ ଓ ଗ୍ୟାସ୍ ଭର୍ତ୍ତି ଟ୍ରକ୍ ଦୁର୍ଘଟଣା ପରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା ।

Related Topics

Explore more stories

Sponsored
Massive Blast After Gas Truck, Oil Tanker Collision in Jaipur | Argus News | Argus News