|
logo
Live

Argus News - ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍

National

ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍

Jitendra Dash
Browse all articles by Jitendra Dash
·2 years ago·1 min read
ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ । ବିଶ୍ଵକପ୍ ଟ୍ରଫି ପାଇଁ ରବିବାର ହେବ ମହାମୁକାବିଲା । ଭାରତ ସହ ଲଢିବ ୫ ଥରର ବିଶ୍ଵବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ଵକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ଟାଇଟଲ୍ ଲଢ଼େଇରେ ପରାସ୍ତ ହୋଇଥିଲା ଭାରତ । 

ଅଧିକ ପଢନ୍ତୁ : ୨୦୦୩ ବିଶ୍ବକପ ଫାଇନାଲର ପ୍ରତିଶୋଧ ନବ ରୋହିତ ବାହିନୀ

ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ଯାହାକୁ ସଵୁଠି ଦେଖିବାକୁ ମିଳିଛି ଉତ୍ସାହ । କେଉଁଠି ଭାରତୀୟ ଖେଳାଳିଙ୍କ ଫୋଟୋ ଧରି ଲୋକେ ପୂଜାର୍ଚ୍ଚନା କରୁଛନ୍ତି ତ ଆଉ କେଉଁଠି ଭାରତ ମାତା କି ଜୟ କି ନାରାରେ କମ୍ପୁଛି ପୂରା ପରିବେଶ । ସେପଟେ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁ ୱାନ ୱେ ଟିକେଟ୍ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି । ଗୁରୁବାର ସଂଧ୍ୟାରେ ବେଙ୍ଗାଲୁରୁରୁ ଅହମଦାବାଦ ଯିବା ଯେଉଁ ଟିକେଟର ଦାମ ୫ ହଜାର ୭୦୦ ଟଙ୍କା ଥିଲା, ତାହା ଏବେ ୩୩ ହଜାର ଟଙ୍କା ହୋଇଛି । ବିମାନବନ୍ଦରରେ ଫ୍ୟାନଙ୍କୁ ସ୍ଵାଗତ କରିବା ପାଇଁ ଅହମ୍ମଦାବାଦ ଏୟାରପୋର୍ଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ, ବିଭିନ୍ନ ଦୋକାନରେ ଏବେ ଠାରୁ ପ୍ରସ୍ତୁତ ହେଲାଣି ଭିକ୍ଟ୍ରି କେକ୍ । ଯାହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ।

Sponsored
ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍ | Argus News