Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Army chief / `ଅପରେସନ ସିନ୍ଦୂର 2.0ର ସୁଯୋଗ ଶୀଘ୍ର ମିଳିବ'

Smruti Parija
Browse all articles by Smruti Parija
·9 months ago·2 min read
`ଅପରେସନ ସିନ୍ଦୂର 2.0ର ସୁଯୋଗ ଶୀଘ୍ର ମିଳିବ'

Key Points

ପୃଥିବୀ ନକ୍ସାରେ ରହିବ ନା ନାହିଁ ଚିନ୍ତା କରୁ ପାକିସ୍ତାନ

ଅପରେସନ 2.0ରେ ସଂଯମତା ଆଚରଣ କରିବ ନାହିଁ ଭାରତ

ପାକିସ୍ତାନକୁ ଭାରତୀୟ ସେନା ମୁଖ୍ୟଙ୍କ ଚେତାବନୀ

ପାକିସ୍ତାନକୁ ଭାରତର କଡା ଚେତାବନୀ । ଯଦି ବିଶ୍ୱ ଇତିହାସ ଓ ଭୂଗୋଳରେ ରହିବାର ଅଛି ତାହେଲେ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କର । କାରଣ ଏଥର ଆମେ ସେ ସମୟ ଦେଖାଇବୁ ନାହିଁ ଯାହା ଆମେ ଅପରେସନ ସିନ୍ଦୂର 1.0 ରେ ଦେଖାଇଥିଲୁ । ଯଦି ପୁଣି ଆମକୁ ଉକସାଅ ତେବେ ସ୍ଥିତି ଏହାଠୁ ଭୟଙ୍କର ହେବ । ଅପରେସନ 2.0ରେ ଭାରତ ସଂଯମତା ଆଚରଣ କରିବ ନାହିଁ ବୋଲି ରାଜସ୍ଥାନ ମାଟିରୁ ଆତଙ୍କୀ ପ୍ରୋତ୍ସାହନକାରୀ ପାକିସ୍ତାନକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ସେନାମୁଖ୍ୟ। ଏୟାର ଚିଫ୍ ମାର୍ଶାଲଙ୍କ ପରେ ପାକିସ୍ତାନକୁ ଆର୍ମି ଚିଫ କଡ଼ା ଚେତାବନୀ ଦେଇଛନ୍ତି । ରାଜସ୍ଥାନର ଅନୁପଗଡ଼ରେ ଏକ ସେନା ପୋଷ୍ଟରେ ଭାଷଣ ଦେବା ସମୟରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଏପରି କଡା ଚେତାବନୀ ଦେଇଛନ୍ତି ।


ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କର , ନଚେତ୍ ତୁମର ଭୌଗୋଳିକ ଉପସ୍ଥିତି ହରାଇବ । ଯଦି ପାକିସ୍ତାନ ମାନଚିତ୍ରରେ ତା'ର ସ୍ଥାନ ବଜାୟ ରଖିବାକୁ ଚାହୁଁଛି, ତେବେ ତାକୁ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ବନ୍ଦ କରିବାକୁ ପଡିବ । ଏହାସହ ସଫା ସଫା କହିଛନ୍ତି ଯେ, "ଏହି ଥର ଆମେ ଅପରେସନ୍ ସିନ୍ଦୁର 1.0 ରେ ଆମର ଯେଉଁ ସଂଯମତା ଥିଲା ତାହା ବଜାୟ ରଖିବୁ ନାହିଁ । ଏଥର ଆମେ ଏପରି କିଛି କରିବୁ ଯାହା ପାକିସ୍ତାନକୁ ଭାବିବାକୁ ବାଧ୍ୟ କରିବ ଯେ ସେ ଭୂଗୋଳରେ ତା'ର ସ୍ଥାନ ବଜାୟ ରଖିବାକୁ ଚାହୁଁଛି କି ନାହିଁ । ଯଦି ପାକିସ୍ତାନ ଭୂଗୋଳରେ ତା'ର ସ୍ଥାନ ବଜାୟ ରଖିବାକୁ ଚାହୁଁଛି, ତେବେ ତାକୁ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ବନ୍ଦ କରିବାକୁ ପଡିବ," ।


ଆହୁରି ପଢନ୍ତୁ ଅପରେସନ ସିନ୍ଦୂରରେ ସେନାର ପରାକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା


ଏହାସହ ସେନାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । "ଯଦି ଭଗବାନ ଚାହାଁନ୍ତି, ତେବେ ତୁମକୁ ଶୀଘ୍ର ଏକ ସୁଯୋଗ ମିଳିବ । ଶୁଭକାମନା,"।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଉପଯୁକ୍ତ ଜବାବ ଦେବାକୁ ଭାରତ ଦ୍ୱାରା ମେଗା ସାମରିକ ଅଭିଯାନ କରାଯାଇଥିଲା। ମେ ୭ ତାରିଖରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା ।


ଆହୁରି ପଢନ୍ତୁ NCERT ମଡ୍ୟୁଲରେ ଅପରେସନ ସିନ୍ଦୂର


ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ଦୁଇ ଦେଶକୁ ଏକ ଯୁଦ୍ଧ ପରିସ୍ଥିତିକୁ ନେଇ ଆସିଥିଲା । ଶେଷରେ ପାକିସ୍ତାନୀ କମାଣ୍ଡରମାନେ ଆକ୍ରମଣ ବନ୍ଦ କରିବାକୁ ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କୁ ଅନୁରୋଧ କରିବା ପରେ ମେ ୧୦ ରେ ଏକ ଯୁଦ୍ଧବିରତି ହୋଇଥିଲା ।


ସେନା ମୁଖ୍ୟ କହିଛନ୍ତି ଯେ ଅପରେସନ ସିନ୍ଦୁର ସମୟରେ ଭାରତ ସଂକଳ୍ପ ନେଇଥିଲା ଯେ କୌଣସି ନିର୍ଦ୍ଦୋଷ ଜୀବନ କ୍ଷତିଗ୍ରସ୍ତ ହେବ ନାହିଁ ଏବଂ କୌଣସି ସାମରିକ ଲକ୍ଷ୍ୟସ୍ଥଳକୁ ନଷ୍ଟ କରାଯିବ ନାହିଁ । କେବଳ ଆତଙ୍କବାଦୀ ଆଡ୍ଡା, ତାଲିମ କେନ୍ଦ୍ର ଏବଂ ସେମାନଙ୍କର ମାଷ୍ଟରମାଇଣ୍ଡମାନଙ୍କୁ ନିପାତ କରିବା ଉଦ୍ଦେଶ୍ୟ ଥିଲା ।

Sponsored
Army chief | if-pakistan-wants-to-retain-its-place-in-geography-then-must-stop-state-sponsored-terrorism-said-army-chief | Argus News