IMD Weather Update / ସାବଧାନ ! ମୌସୁମୀ ବର୍ଷା ବେଳେ କଲବଲ କରିବ ପ୍ରଚଣ୍ଡ ଗରମ
·1 hour ago·2 min read

Key Points
ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ସମେତ ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ମୌସୁମୀ ବର୍ଷା ଭିତରେ IMD ଦେଇଛି 'ଲୁ' ଆଲର୍ଟ ।
ନୂଆଦିଲ୍ଲୀ: ଦେଶରେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ IMD 'ଲୁ' ନେଇ ଚେତାବନୀ ଦେଇଛି । ଭାରତୀୟ ପାଣିପାଗ ବିଭାଗ (IMD) ସୋମବାର ବୁଲେଟିନ୍ ଜାରି କରିଛି । ଯେଉଁଥିରେ ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ସମେତ ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏଥିସହ ମୌସୁମୀ ବର୍ଷା ଭିତରେ IMD ଦେଇଛି 'ଲୁ' ଆଲର୍ଟ । ଆନ୍ଧ୍ରପ୍ରଦେଶ ଉପକୂଳ ସହ ୟନମରେ ଜୁଲାଇ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ 'ଲୁ' ଆଶଙ୍କା ରହିଛି । ସେହିଭଳି ୧୩ ଓ ୧୪ ତାରିଖରେ ଓଡ଼ିଶାରେ ଉଷ୍ମ ପାଗ ଅନୁଭୂତ ହୋଇପାରେ । ତାମିଲନାଡ଼ୁ ଓ ପୁଡୁଚେରୀରେ ୧୩ରୁ ୧୫ ପର୍ଯ୍ୟନ୍ତ ଉଷ୍ମ ରହିବ ପାଣିପାଗ ।
ଏଥିସହ ପଢ଼ନ୍ତୁ: ପୁଣି ଆସୁଛି ଝଡ଼଼ବର୍ଷା; ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରଥଯାତ୍ରାରେ...
କେଉଁଠି ହେବ ବର୍ଷା ?
IMDର ରିପୋର୍ଟ ଅନୁସାରେ, ଚଳିତ ସପ୍ତାହରେ ଦେଶର ପୂର୍ବ ଓ ପୂର୍ବୋତ୍ତର ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପୂର୍ବୋତ୍ତର ରାଜ୍ୟ ଓ ପୂର୍ବ ଭାରତର ବିଶେଷକରି ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରମ ଓ ତ୍ରିପୁରାରେ ୧୩ରୁ ୧୯ ପର୍ଯ୍ୟନ୍ତ ବ୍ୟାପକ ବର୍ଷା ସମ୍ଭାବନା ଅଛି ।
ସେହିଭଳ ମେଘାଳୟକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ପଶ୍ଚିମବଙ୍ଗ ଓ ସିକ୍କିମରେ ୧୩ରୁ ୧୯ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ପଶ୍ଚିମବଙ୍ଗ ଓ ସିକ୍କିମରେ ସର୍ବାଧିକ ୨୧ ସେଣ୍ଟିମିଟର୍ ବର୍ଷା ରେକର୍ଡ ହୋଇଛି । ୧୩ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ବର୍ଷା ନେଇ ରେଡ୍ ଆଲର୍ଟ
ସେହିଭଳି ପାହାଡ଼ି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତରାଖଣ୍ଡରେ ପ୍ରଳବ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ହିମାଚଳ ପ୍ରଦେଶ ଓ ଜମ୍ମୁକାଶ୍ମୀରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଓ ଦିଲ୍ଲୀରେ ହାଲୁକା ବର୍ଷା ହୋଇପାରେ ।
ଏଥିସହ ପଢ଼ନ୍ତୁ: ଜର୍ମାନୀରେ 41 ଡିଗ୍ରୀ ଖରା; ୬ ମାସରେ ଗଲାଣି ୫୦୦୦ରୁ ଅଧିକ ଜୀବନ
କେଉଁ ରାଜ୍ୟକୁ ବିପଦ ?
ପଶ୍ଚିମବଙ୍ଗ ଓ ସିକ୍କିମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଆସାମ, ମେଘାଳୟ ଓ ସିକ୍କିମର କିଛି ଅଞ୍ଚଳ ବିଶେଷକରି ସହରାଞ୍ଚଳରେ ଜଳାର୍ଣ୍ଣବ ସ୍ଥିତି ଉପୁଡିପାରେ । ଦୃଶ୍ୟମାନ ଦୂରତା କମିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ବିପଦ ସହ ହଠାତ୍ ବନ୍ୟା (Flash Flood)ର ଆଶଙ୍କା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories