ଆସନ୍ତା ପାଞ୍ଚ ଦିନ ପାଇଁ ଜାରି ହେଲା ରେଡ୍ ଆଲର୍ଟ

ଅର୍ଗସ ବ୍ୟୁରୋ : କଲବଲ ଦିଲ୍ଲୀବାସୀ । ଖରା ଗରମରେ ହନ୍ତସନ୍ତ ହୋଉଛନ୍ତି ଦିଲ୍ଲୀ ଲୋକେ । ଯାହାକୁନେଇ ଜାତୀୟ ରାଜଧାନୀରେ ପାଣିପାଗ ବିଭାଗ ଆସନ୍ତା ପାଞ୍ଚ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଏଥିସହ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀରେ ୪୭ଡ଼ିଗ୍ରୀ ଉପରେ ରାଜଧାନୀର ତାପମାତ୍ରା । ସେପଟେ ପ୍ରବଳ ଉତ୍ତାପ ଯୋଗୁଁ ଦିଲ୍ଲୀରେ ବିଦ୍ୟୁତର ଚାହିଦା ମେ' ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଦିଲ୍ଲୀ ସରକାର ଗ୍ରୀଷ୍ମ ଛୁଟି ସତ୍ତ୍ୱେ ଯେଉଁ ବେସରକାରୀ ବିଦ୍ୟାଳୟଗୁଡ଼ିକୁରେ କ୍ଲାସ ହେଉଛି ତାହାକୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି ।
ଅଧିକ ପଢନ୍ତୁ ପାଣିପାଗ ଖବର
ଆସନ୍ତା ୫ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସେହିପରି ଭତ୍ତର ମଧ୍ୟ ପ୍ରଦେଶ ଓ ଗୁଜରାଟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ସମ୍ଭାବନା ରହିଛି ବୋଲି ପାଣିପାଗର ବିଭାଗର ପୂର୍ବାନୁମାନ କରିଛି । ଗତକାଲି ଦିଲ୍ଲୀ ଦେଶର ସବୁଠାରୁ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା । ଏଠାକାର ନଜଫଗଡରେ ତାପମାତ୍ରା ୪୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ପଶ୍ଚମ ଦିଲ୍ଲୀ ଅଞ୍ଚଳରେ ତାପମାତ୍ରା ୪୭.୮ ଡିଗ୍ରୀ ଥିଲା ।