Videos
|
National

15 August Security Advisory / ସ୍ୱାଧିନତା ଦିବସ ପାଇଁ ଜାରି ହେଲା ଯାତ୍ରା ଜନିତ ସୁରକ୍ଷା ସତର୍କତା

Subhramjit Ray
Browse all articles by Subhramjit Ray
·2 weeks ago·2 min read
ସ୍ୱାଧିନତା ଦିବସ ପାଇଁ ଜାରି ହେଲା ଯାତ୍ରା ଜନିତ ସୁରକ୍ଷା ସତର୍କତା
15 August Security Advisory

Key Points

ଯଦି ଆପଣ ଟ୍ରେନ୍, ମେଟ୍ରୋ କିମ୍ବା ବିମାନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି କି? ତାହେଲେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସବୁଠି ସୁରକ୍ଷା ବୃଦ୍ଧି କରାଯାଇଛି। ଏଥିପାଇଁ ସମୟ ପୂର୍ବରୁ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।
Train Flight Metro Advisory 15 August 2026: ଚଳିତ ବର୍ଷ ପାଳିତ ହେବାକୁ ଯାଉଛି ୮୦ ତମ ସ୍ୱାଧିନତା ଦିବସ। ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ବିମାନବନ୍ଦର ଏବଂ ରେଳ ଷ୍ଟେସନ ଠାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ସ୍ୱାଧିନତା ଦିବସ ପାଳନ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି, ଦେଶର ସମସ୍ତ ପ୍ରମୁଖ ବିମାନବନ୍ଦର, ମେଟ୍ରୋ ଷ୍ଟେସନ ଏବଂ ରେଳ ଷ୍ଟେସନ ଠାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ଏହା ପରେ ରେଳବାଇ ଏବଂ ବିଭିନ୍ନ ବିମାନ କମ୍ପାନୀ ଦ୍ୱାରା ସୁରକ୍ଷା ଜନିତ ପରାମର୍ଶ ଜାରି କରାଯାଇଛି।

ଏହି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ଟ୍ରେନ୍, ମେଟ୍ରୋ କିମ୍ବା ବିମାନରେ ଯାତ୍ରା କରୁଥିବା ଲୋକ ଅନ୍ୟ ଦିନ ଅପେକ୍ଷା ଆଗୁଆ ରେଳ ଷ୍ଟେସନ ଏବଂ ବିମାନବନ୍ଦର ଠାରେ ପହଞ୍ଚିବା ଆବଶ୍ୟକ। ଏହା ସହିତ ଉଲ୍ଲେଖ ରହିଛି ଯେ ୧୫ ଅଗଷ୍ଟକୁ ଦୃଷ୍ଟିରେ ରଖି ମେଟ୍ରୋ ଷ୍ଟେସନ, ବିମାନବନ୍ଦର ଏବଂ ରେଳ ଷ୍ଟେସନ ଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ସୁରକ୍ଷା ଲାଗି ହେଉଥିବା ଯାଞ୍ଚ ଅଧିକ ସମୟ ନେଇପାରେ।

୧୩ ଅଗଷ୍ଟରୁ ୧୬ ପର୍ଯ୍ୟନ୍ତ ରେଳ ଷ୍ଟେସନ ଠାରେ ହେବ କଡ଼ାକଡ଼ି ଯାଞ୍ଚ
ଉତ୍ତର ରେଳବାଇ ଅଧିନସ୍ଥ ରେଳ ଷ୍ଟେସନ ଠାରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ପରାମର୍ଶ ଜାରି କରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ୧୫ ଅଗଷ୍ଟ ସ୍ୱାଧିନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସ୍ଥିତ ରେଳ ଷ୍ଟେସନ ଠାରେ ସୁରକ୍ଷା ବୃଦ୍ଧି କରାଯିବ। ୧୩ ଅଗଷ୍ଟରୁ ୧୬ ତାରିଖ ପର୍ଯ୍ୟନ୍ତ ଏଠାରେ ସୁରକ୍ଷା ଯାଞ୍ଚ ପୂର୍ବ ଅପେକ୍ଷା ଅଧିକ କଠୋର ହେବ। ଏଥିପାଇଁ ଯାତ୍ରୀଙ୍କୁ ଅତିରିକ୍ତ ସମୟ ଥାଇ ଆଗୁଆ ଷ୍ଟେସନ ଠାରେ ପହଞ୍ଚିବାକୁ ହେବ।

ଏଥିରେ ଆହୁରି କୁହାଯାଇଛି ଯେ ସୁରକ୍ଷା ପାଇଁ ଯାଞ୍ଚ ଲାଗି ଅଧିକ ସମୟ ଲାଗିପାରେ। ଟ୍ରେନ୍ ଧରିବା ପାଇଁ ଯଥାଶୀଘ୍ର ପହଞ୍ଚିବା ଆବଶ୍ୟକ। ସୁରକ୍ଷା କର୍ମଚାରୀଙ୍କ ସହିତ ସହଯୋଗ କରିବାକୁ ଏବଂ ସୁରକ୍ଷା ଯାଞ୍ଚ ସମୟରେ ଧୈର୍ଯ୍ୟ ରଖିବା ଏବଂ ନିର୍ଦ୍ଦେଶ ପାଳନ କରିବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ! ଡ୍ରୋନ୍ ସମେତ ଅନ୍ୟ ବାୟୁ ଉପକରଣ ଲାଗିଲା ସମ୍ପୂର୍ଣ୍ଣ ନିଷେଧାଦେଶ

୨୦ ଅଗଷ୍ଟ ସୁଦ୍ଧା ବିମାନବନ୍ଦରରେ ଆଗୁଆ ପହଞ୍ଚିବେ ଯାତ୍ରୀ
ଅନ୍ୟପକ୍ଷରେ, ଏୟାର ଇଣ୍ଡିଆ ମଧ୍ୟ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପରାମର୍ଶ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ଯଦି ଆପଣ ୨୦୨୬, ୧୦ ଅଗଷ୍ଟରୁ ୨୦ ମଧ୍ୟରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତାହେଲେ ଏହି ପରାମର୍ଶ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷା ଏଜେନ୍ସି ଏବଂ ବିମାନ ଚଳାଚଳ କର୍ତ୍ତୃପକ୍ଷ ଯାତ୍ରୀନଙ୍କୁ ସେମାନଙ୍କର ନିର୍ଦ୍ଧାରିତ ଉଡ଼ାଣର ଯଥେଷ୍ଟ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି।

ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ଯୋଗୁଁ, ଟର୍ମିନାଲ ଠାରେ ପ୍ରବେଶ କରିବା ଠାରୁ ବୋର୍ଡିଂ ଗେଟ୍ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ପ୍ରକ୍ରିୟା ସାଧାରଣ ଅପେକ୍ଷା ଅଧିକ ସମୟ ନେଇପାରେ। କଠୋର ଯାଞ୍ଚ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଯୋଗୁଁ, ଶେଷ ମୁହୂର୍ତ୍ତର ଭିଡ଼ କିମ୍ବା ଅସୁବିଧାକୁ ଏଡାଇବା ପାଇଁ ଯାତ୍ରୀଙ୍କୁ ଅତିରିକ୍ତ ସମୟ ସହିତ ଆଗୁଆ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି।

ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀ ଯାତ୍ରୀଙ୍କୁ ଏହି ସୁରକ୍ଷା ବ୍ୟବସ୍ଥା ସହିତ ସହଯୋଗ କରିବାକୁ ଏବଂ ପୂର୍ବରୁ ପହଞ୍ଚି ଏକ ସୁଗମ ଏବଂ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକ୍ରିୟା ସମୟ ମଧ୍ୟରେ ସମାପ୍ତ କରିବାକୁ ଅନୁରୋଧ କରିଛନ୍ତି।


Independence Day 2026 Travel Advisory: Reach Station, Airport & Metro Early | Argus News