Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Census Budget / ଜନଗଣନାକୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି...୧୧,୭୧୮ କୋଟିର ବଜେଟ୍‌ ମଞ୍ଜୁର

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଜନଗଣନାକୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି...୧୧,୭୧୮ କୋଟିର ବଜେଟ୍‌ ମଞ୍ଜୁର
Census

Key Points

୨୦୨୭ ଜନଗଣନା ପାଇଁ ୧୧,୭୧୮.୨୪ କୋଟିର ବଜେଟ୍
୧୧,୭୧୮.୨୪ କୋଟିର ବଜେଟ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ
ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ''୨୦୨୭ ଜନଗଣନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ଉଦ୍ଦେଶ୍ୟରେ ୧୧,୭୧୮ କୋଟି ଟଙ୍କାର ବଜେଟ୍‌ ପାରିତ ହୋଇଛି । ଦ୍ବିତୀୟତଃ କୋଇଲା କିମ୍ବା ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ସସ୍କାର କରାଯାଇଛି । ତୃତୀୟତଃ କୃଷକମାନଙ୍କ ସହ ଜଡ଼ିତ ଏକ ନିଷ୍ପତ୍ତ ନିଆଯାଇଛି ।


କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "୨୦୨୭ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ। ତଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନଗଣନାର ଡିଜିଟାଲ ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଏହା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଘର ତାଲିକା ଏବଂ ଗୃହ ଗଣନା ହେବ। ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୨୦୨୭ରେ ଜନଗଣନା ହେବ।" କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଥମ ଥର ପାଇଁ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ଡିଜିଟାଲ ଭାବରେ ଜନଗଣନା କରାଯିବ। ଏହି ଆପ୍ଲିକେସନ୍‌ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ।"

ଅଧିକ ପଢ଼ନ୍ତୁ: ପରଲୋକରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ


କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଜନଗଣନା ସମ୍ପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରାଯିବ। ଏଥିରେ ଜାତି ଇତ୍ୟାଦି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ। ଜନଗଣନା ସମ୍ପର୍କରେ ତଥ୍ୟ ସୁରକ୍ଷା ପ୍ରତି ବହୁତ ଧ୍ୟାନ ଦିଆଯାଇଛି। ଜାତି ପ୍ରକାଶ କରିବା ବାଧ୍ୟତାମୂଳକ ନୁହେଁ; କେହି ଚାହିଁଲେ ମଧ୍ୟ ଏହାକୁ ପ୍ରକାଶ କରିପାରିବେ ନାହିଁ। କେବଳ ସଂଗୃହିତ ତଥ୍ୟ ପ୍ରକାଶ କରାଯିବ। "

ସାଧାରଣତଃ ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ। ଦେଶରେ ଶେଷ ଜନଗଣନା ୨୦୧୧ରେ ହୋଇଥିଲା । ୨୦୨୧ରେ ପୁଣି ଜନଗଣନା ହୋଇଥା’ନ୍ତା । କିନ୍ତୁ କୋଭିଡ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେଣୁ ଦୀର୍ଘ ୧୬ ବର୍ଷ ପରେ ୨୦୨୭ରେ ଦେଶରେ ପରବର୍ତ୍ତୀ ଜନଗଣନା ହେବ ।
୨୦୧୧ରେ ହୋଇଥିବା ଜନଗଣନାରୁ ଭାରତରେ ଜନସଂଖ୍ୟା ୧୨୧ କୋଟି ବୋଲି ଜଣାପଡ଼ିଥିଲା। ସେତେବେଳେ ଜନସଂଖ୍ୟା ଅଭିବୃଦ୍ଧି ହାର ୧୭.୭% ରହିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India Approves ₹11,718 Crore Budget for 2027 Digital Census | Argus News