PinS helicopter operations India / ଏଣିକି ଆହୁରି ସୁରକ୍ଷିତ ହେବ ହେଲକ୍ୟାପ୍ଟର ଉଡ଼ାଣ; DGCA ନେଲା ବଡ଼ ପଦକ୍ଷେପ
·2 months ago·2 min read

Key Points
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ ଚାରିଧାମ ହେଲିକପ୍ଟର ସେବାର ପ୍ରଥମ ପର୍ଯ୍ୟାୟ ସମ୍ପ୍ରତି ବିନା କୌଣସି ଦୁର୍ଘଟଣା ସମାପ୍ତ ହୋଇଛି।
DGCA approved PinS Instrument Approach Procedure: ଦେଶରେ ପ୍ରଥମ ଥର ଲାଗି ଘରୋଇ ହେଲିପୋର୍ଟ ପାଇଁ "ପିନ୍ସ" ଉପକରଣ ପଦ୍ଧତି (PinS Instrument Approach Procedure) କୁ ଅନୁମୋଦନ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଆନ୍ଧ୍ର ପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟ ପାଇଁ ଦେଶର ପ୍ରଥମ ଘରୋଇ "ପଏଣ୍ଟ-ଇନ-ସ୍ପେସ୍" (Point-in-Space) ଉପକରଣ ପଦ୍ଧତିକୁ ଅନୁମୋଦନ କରିଛି। ଏହି ପ୍ରକ୍ରିୟା ଭାରତୀୟ ବିମାନପତ୍ତନ ପ୍ରାଧିକରଣ (Airports Authority of India) ଦ୍ୱାରା ବିକଶିତ ହୋଇଥିଲା। ଯାହାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (Directorate General of Civil Aviation) ଦ୍ୱାରା ଅନୁମୋଦନ କରାଯାଇଛି। ଏହାକୁ DGCA ନିୟମ ଏବଂ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ (International Civil Aviation Organization) ମାନଦଣ୍ଡ ଅନୁଯାୟୀ ବିକଶିତ କରାଯାଇଛି।
"ପଏଣ୍ଟ-ଇନ-ସ୍ପେସ୍" ("ପିନ୍ସ") ଜ୍ଞାନକୌଶଳ କ'ଣ?
"ପିନ୍ସ" ହେଉଛି ଏକ ଆଧୁନିକ ସାଟେଲାଇଟ୍-ଆଧାରିତ ନାଭିଗେସନ୍ ସିଷ୍ଟମ୍ (Satellite Based Navigation System)। ଯାହା ଦ୍ୱାରା ହେଲିକ୍ୟାପ୍ଟର ପାରମ୍ପରିକ ଉପକରଣ ଅବତରଣ ପ୍ରଣାଳୀ (Traditional Instrument Landing System) କିମ୍ବା ଅନ୍ୟାନ୍ୟ ଭୂମିଗତ ନାଭିଗେସନ୍ ସୁବିଧା (Ground Navigation Facility) ଅଭାବ ରହିଥିବା ହେଲିପପୋର୍ଟ ଠାରେ ସୁରକ୍ଷିତ ଭାବରେ ଅବତରଣ କରିଥାଏ। ଏହା ଖରାପ ପାଗ, କମ୍ ଦୃଶ୍ୟମାନତା ଏବଂ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ନିରାପଦ ଏବଂ ସହଜ ହେଲିକପ୍ଟର ଉଡ଼ାଣକୁ ସୁନିଶ୍ଚିତ କରିଥାଏ।
ଏହା ସହ ପଢନ୍ତୁ: ମଜବୁତ ହେବ ଦେଶର ସୁରକ୍ଷା ବ୍ୟବସ୍ଥା; ବିକଶିତ ହେଲା ଦେଶର ପ୍ରଥମ ସ୍ୱଦେଶୀ ବଡ଼ି ସ୍କାନର୍
କ'ଣ ମିଳିବ ଲାଭ?
ଖରାପ ପାଗରେ ମଧ୍ୟ ହେଲିକପ୍ଟର ସୁରକ୍ଷିତ ଭାବରେ ଉଡ଼ାଣ ଏବଂ ଅବତରଣ କରିପାରିବ।
ଦୂରବର୍ତ୍ତୀ ଏବଂ ପାହାଡ଼ି ଅଞ୍ଚଳକୁ ୟାତ୍ରା ସୁଗମ ହେବ।
ପାଗ ଯୋଗୁଁ ଉଡ଼ାଣ ବାତିଲ କିମ୍ବା ବାଧା ହ୍ରାସ ପାଇବ।
ହେଲିକପ୍ଟର ସେବା ଅଧିକ ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ହେବ।
କେଉଁ କ୍ଷେତ୍ର ହେବେ ଲାଭବାନ?
ଏହି ପ୍ରଯୁକ୍ତିବିଦ୍ୟା ଜରୁରୀକାଳୀନ ଚିକିତ୍ସା ସେବା (ଏୟାର ଆମ୍ବୁଲାନ୍ସ), ବିପର୍ଯ୍ୟୟ ସହାୟତା ଏବଂ ଉଦ୍ଧାର କାର୍ଯ୍ୟ, ଧାର୍ମିକ ତୀର୍ଥଯାତ୍ରା, ପର୍ଯ୍ୟଟନ, ଉପକୂଳବର୍ତ୍ତୀ ଅପରେସନ୍, କର୍ପୋରେଟ୍ ହେଲିକପ୍ଟର ସେବା ଏବଂ ଆଞ୍ଚଳିକ ସଂଯୋଗୀକରଣ ସମେତ ଅନେକ କ୍ଷେତ୍ରକୁ ଲାଭବାନ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ଲାଗିଲା 'ସ୍କାଏକାଷ୍ଟ ସିଷ୍ଟମ'; ଜାଣନ୍ତୁ ଏହାର ବିଶେଷତ୍ୱ
ଏନେଇ ପ୍ରତିକ୍ରିୟା ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ ଏହା ଦେଶରେ ହେଲିକପ୍ଟର ପରିଚାଳନା ପାଇଁ ଏକ ନୂତନ ଯୁଗର ଆରମ୍ଭ। ଏହା ଉଡ଼ାଣ ସୁରକ୍ଷା, କାର୍ଯ୍ୟକ୍ଷମ ଦକ୍ଷତା ଏବଂ ସମସ୍ତ ପାଣିପାଗରେ ସେବା ପ୍ରଦାନ କରିବାର କ୍ଷମତାକୁ ବୃଦ୍ଧି କରିବ। ଚାରିଧାମ ହେଲିକପ୍ଟର ସେବାର ପ୍ରଥମ ପର୍ଯ୍ୟାୟ ସମ୍ପ୍ରତି କୌଣସି ଦୁର୍ଘଟଣା ବିନା ସମାପ୍ତ ହୋଇଛି। ଯେଉଁଥିରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସରକାର ଦେଶରେ ଏକ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ଏବଂ ବିଶ୍ୱସ୍ତରୀୟ ହେଲିକପ୍ଟର ନେଟୱାର୍କ ବିକଶିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଗତ ସପ୍ତାହରେ, ଭାରତ ସ୍ୱଦେଶୀ GAGAN ସାଟେଲାଇଟ୍ ନାଭିଗେସନ୍ ସିଷ୍ଟମ ବ୍ୟବହାର କରି ଏକ ବାଣିଜ୍ୟିକ ବିମାନ ଦ୍ୱାରା ପ୍ରଥମ ସଫଳ ସଠିକ୍ ପଦ୍ଧତି ପ୍ରଦର୍ଶନ କରିଥିଲା। PINS ପ୍ରକ୍ରିୟାର ଅନୁମୋଦନ ସେହି ଦିଗରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ। ସରକାର କହିଛନ୍ତି ଯେ ଉଣ୍ଡାଭାଲି ହେଲିପୋର୍ଟ ପରେ, ଦେଶର ଅନ୍ୟ ହେଲିପୋର୍ଟ ଠାରେ ସମାନ PINS ପ୍ରକ୍ରିୟା ବିକଶିତ କରାଯିବ। ଯାହା ଦେଶରେ ସାଟେଲାଇଟ୍-ଆଧାରିତ ନେଭିଗେସନ୍ ବ୍ୟବହାର ବୃଦ୍ଧି କରିବ, ହେଲିକପ୍ଟର ସେବାକୁ ସୁରକ୍ଷିତ କରିବ ଏବଂ ଭାରତୀୟ ବିମାନ ଚଳାଚଳ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବ।

Related Topics
Explore more stories