BSF Jawan Detained in Bangladesh / ଭୁଲ୍ରେ ବାଂଲାଦେଶ ସୀମାରେ ପଶିଗଲେ BSF ଯବାନ, ଅଟକ ରଖିଲା BGB!
·50 mins ago·2 min read

Key Points
ଭାରତ-ବାଂଲାଦେଶ ସୀମାରେ ଜଣେ BSF ଯବାନଙ୍କୁ ଅଟକ ରଖିଛି ବାଂଲାଦେଶର ସୀମା ସୁରକ୍ଷା ବଳ BGB। ସିଲହଟ୍ ଜିଲ୍ଲାରେ ଭୁଲବଶତଃ ବାଂଲାଦେଶ ନିୟନ୍ତ୍ରିତ ଅଞ୍ଚଳକୁ ପ୍ରବେଶ କରିବାରୁ ଯବାନଙ୍କୁ ଅଟକ ରଖାଯାଇଛି। ତାଙ୍କୁ ଫେରାଇ ଆଣିବା ପାଇଁ ଉଭୟ ବାହିନୀ ମଧ୍ୟରେ ଫ୍ଲାଗ୍ ମିଟିଂ ଚାଲିଛି।
ନୂଆଦିଲ୍ଲୀ (17/11): ମଙ୍ଗଳବାର (ନଭେମ୍ବର ୧୭) ଭାରତ-ବାଂଲାଦେଶ ସୀମାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ମିଳିଥିବା ଖବର ଅନୁଯାୟୀ ସୀମା ସୁରକ୍ଷା ବଳ ବାଂଲାଦେଶ (ବିଜିବି), ଜଣେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କୁ ଅଟକ ରଖିଛି। ହେଲେ ତଥାପି କୁହାଯାଉଛି ଯେ ବିଜିବି ଯବାନ ଅସାବଧାନତାବଶତଃ ଅସାବଧାନତାବଶତଃ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଅଧିକାରୀ କହିଛନ୍ତି ଯେ ବାଂଲାଦେଶ ସୀମା ସୁରକ୍ଷା ବଳ (Border Guard Bangladesh) ସିଲହଟ ଜିଲ୍ଲାରେ (Sylhet Dist Bangladesh) ବିଏସଏଫ ଯବାନ (BSF Jawan) ଙ୍କୁ ଅଟକ ରଖିଛି। ବିଏସଏଫ ଯବାନ ଜଣଙ୍କ ଭୁଲବଶତଃ ବାଂଲାଦେଶ ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ପ୍ରବେଶ କରିବା ପରେ ତାଙ୍କୁ ଅଟକ ରଖାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ,ବିଜିବି ପାଖରେ ଅଟକ ରହିଥିବା ବିଏସଏଫ୍ ଯବାନଙ୍କୁ ଫେରାଇ ଆଣିବା ପାଇଁ ଏକ ଫ୍ଲାଗ୍ ମିଟିଂ (BSF-BGB Flag Meeting) କରାଯାଉଛି। ସୀମା ସୁରକ୍ଷା ବଳ (Border Security Force) ଭାରତ-ବାଂଲାଦେଶ ମଧ୍ୟରେ ବ୍ୟାପିଥିବା ପ୍ରାୟ ୪୦୯୬ କିଲୋମିଟର ଲମ୍ବା ଅନ୍ତର୍ଜାତୀୟ ସୀମା (India Bangladesh International Border) ସୁରକ୍ଷା ଦାୟିତ୍ୱରେ ରହିଛି।
ଏହା ସହ ପଢନ୍ତୁ: ଅନୁପ୍ରବେଶ ବିଫଳ; ସୀମାରେ ବଢିଲା ଉତ୍ତଜେନା
ସୀମାରେ ଏପରି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ଗତ ବର୍ଷ ଜଣେ ବିଏସଏଫ ଯବାନଙ୍କୁ ଅବୈଧ ବାଂଲାଦେଶୀ ଅପହରଣ କରିଥି ନେଇଥିଲେ। ସେହି ସମୟରେ, ଅଧିକାରୀ କହିଥିଲେ ଯେ ବାଂଲାଦେଶୀ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଜଣେ ବିଏସଏଫ ଯବାନଙ୍କୁ ଅପହରଣ କରିବା ପରେ ଅନ୍ତର୍ଜାତୀୟ ସୀମା ପାର କରାଇ ନେଇଥିଲେ। ହେଲେ ତଥାପି କିଛି ଘଣ୍ଟା ପରେ ତାଙ୍କୁ ମୁକ୍ତ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁର୍ଶିଦାବାଦ ଜିଲ୍ଲାର ନୁରପୁର ସ୍ଥିତ ସୁଟିଆର ଠାରେ ସୀମା ସୁରକ୍ଷା ବଳ ଶିବିର ନିକଟସ୍ଥ ଚାନ୍ଦନୀ ଚୌକ ନିକଟରେ ଏହି ଘଟଣା ଭୋର ସମୟରେ ଘଟିଥିଲା। ବିଏସଏଫ ସୂତ୍ର ଅନୁଯାୟୀ, ଜବାନ ଜଣକ କାଠଲିଆ ଗ୍ରାମ ନିକଟରେ ବାଂଲାଦେଶରୁ ଅନୁପ୍ରବେଶ ଉଦ୍ୟମକୁ ରୋକିବାକୁ ଚେଷ୍ଟା କରୁଥିବା ସମୟରେ ବାଂଲାଦେଶର ଚପାଇ ନବାବଗଞ୍ଜ ଜିଲ୍ଲାରେ ତାଙ୍କୁ ସ୍ଥାନୀୟ ଅବୈଧ ଅନୁପ୍ରବେଶକାରୀ ଉଠାଇ ନେଇଥିଲେ।