India Bangladesh Border / ଅନୁପ୍ରବେଶ ବିଫଳ; ସୀମାରେ ବଢିଲା ଉତ୍ତଜେନା
·2 months ago·2 min read

Key Points
ସୀମା ନିକଟରେ ବିଜିବି ସହିତ ବହୁ ସଂଖ୍ୟକ ବାଂଲାଦେଶୀ ଅନୁପ୍ରବେଶକାରୀ ଏକତ୍ରୀତ ହୋଇଥିଲେ। ଏହା ପରେ, ବିଏସଏଫ ସୀମା ଜୋନ୍ ନିକଟକୁ କୌଣସି ଭାରତୀୟ ନାଗରିକଙ୍କୁ ନଯିବାକୁ ବାରଣ କରିଛି। ସୀମାରେ ଲାଲ ପତାକା ଉଡ଼ାଯାଉଛି, ଏବଂ ଏକ ହାଇ ଆଲର୍ଟ ଘୋଷଣା କରାଯାଇଛି।
India Bangladesh Border Tension: ଭାରତ-ବାଂଲାଦେଶ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ବିଫଳ କରି ଦେଇଛି। ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ବେଆଇନ ଅନୁପ୍ରବେଶକାରୀଙ୍କ ଭୀଡ଼ ବାଡ଼ହୀନ ସୀମାନ୍ତ ଅଞ୍ଚଳରେ ଜମା ହୋଇଥିଲା। ଅନୁପ୍ରବେଶ ଉଦ୍ୟମ ବିଏସଏଫ ଦ୍ୱାରା ବିଫଳ ହେବା ପରେ ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ଅବସ୍ଥିତ ଭାରତ-ବାଂଲାଦେଶ ସୀମାରେ, ବିଶେଷକରି ବୈଷ୍ଣବ ନଗର ଥାନା ଅଧିନସ୍ଥ ସୁଖଦେବପୁର ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା।
ରିପୋର୍ଟ ଅନୁଯାୟୀ, ସୀମାର ବାଡ଼ହୀନ ଅଂଶ ଦେଇ ଅନେକ ବାଂଲାଦେଶୀ ନାଗରିକ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ। ହେଲେ ତତକ୍ଷଣାତ୍ ସେହି ବାଂଲାଜେଶୀ ଅନୁପ୍ରବେଶକାରୀଙ୍କୁ ଅଟକ ରଖିଥିଲା। ଶନିବାର ସେମାନଙ୍କୁ ପୁନର୍ବାର ସ୍ୱଦେଶ (ବାଂଲାଦେଶ) ଫେରାଇ ଦେବାକୁ ଚେଷ୍ଟା କରିଥିଲା। ହେଲେ ବାଂଲାଦେଶ ସୀମା ସୁରକ୍ଷା ବାହିନୀ (ବିଜିବି), ବିଏସଏଫ ପ୍ରୟାସକୁ ବାଧା ଦେଇଥିଲା।
ଏହା ସହ ପଢନ୍ତୁ: ବାଂଲାଦେଶୀଙ୍କୁ ନେଇ ମୁହାଁମୁହିଁ ବିଏସଫ-ବିଜିଜି; ସୀମାରେ ରହିଲେ ଫସି
ଏହି ଘଟଣା ପରେ ସେହି ଅଞ୍ଚଳରେ ଉତ୍ତେଜନା ହୋଇଥିଲା। ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାର କୁହାଯାଉଛି। ବିଜିବି (Bangladesh Border Guard) ସହିତ ବହୁ ସଂଖ୍ୟକ ବାଂଲାଦେଶୀ ଅନୁପ୍ରବେଶକାରୀ (Bangladeshi Infiltrator) ସୀମା ନିକଟରେ ଏକାଠି ହୋଇଛନ୍ତି। ଏହା ପରେ ବିଏସଏଫ (BSF India) ସୀମାନ୍ତ ଅଞ୍ଚଳ ନିକଟକୁ ନଯିବା ପାଇଁ ଭାରତୀୟ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି। ଏପରିକି ସୀମାରେ ଲାଲ ପତାକା ଉଡ଼ାଯାଉଛି। ଯାହାର ଅର୍ଥ ହେଉଛି ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ମେଘାଳୟକୁ ଲାଗିଥିବା ବାଂଲାଦେଶ ସୀମାରେ ମୁହାଁମୁହିଁ ହୋଇଥିଲେ ବିଏସଏଫ-ବିଜିବି। ଏଠାରେ ବେଆଇନ ଅନୁପ୍ରବେଶ କରିବାର ଆଉ ଏକ ପ୍ରୟାସକୁ ବିଫଳ କରି ଦେଇଥିଲା ବିଏସଏଫ। ହେଲେ ଭାରତରେ ବେଆଇନ ପ୍ରବେଶ କରିଥିବା ଜଣେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସ୍ୱଦେଶ ଫେରାଇ ନେବାକୁ ରାଜି ହୋଇନଥିଲା ବିଜିବି। ଏହାକୁ ନେଇ ମେଘାଳୟକୁ ଲାଗିଥିବା ବାଂଲାଦେଶ ସୀମାରେ ମୁହାଁମୁହିଁ ହୋଇଥିଲେ ବିଏସଏଫ-ବିଜିବି। ମେଘାଳୟର ଦକ୍ଷିଣ ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ମହେନ୍ଦ୍ରଗଞ୍ଜ ନିକଟବର୍ତ୍ତୀ ନନ୍ଦିରଚର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଏହା ପରେ ସେହି ବ୍ୟକ୍ତି ଜଣକ ଦୁଇ ଦେଶ ମଧ୍ୟରେ ରହିଥିବା ଖାଲି ସ୍ଥାନରେ (No Mans Land) ଫସି ଯାଇଥିଲେ।
Related Topics
Explore more stories