BSF BGB Face Off / ବାଂଲାଦେଶୀଙ୍କୁ ନେଇ ମୁହାଁମୁହିଁ ବିଏସଫ-ବିଜିଜି; ସୀମାରେ ରହିଲେ ଫସି
·2 hours ago·2 min read

Key Points
ଯେତେବେଳେ ଭାରତୀୟ ସୀମା ସୁରକ୍ଷା ବଳ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବରେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରିଥିଲା, ସେତବେଳେ ବାଂଲାଦେଶୀ ବର୍ଡର ଗାର୍ଡ ତାଙ୍କୁ ସ୍ୱଦେଶ ଫେରାଇ ନେବାକୁ ମନା କରିଦେଲା।
Bangladeshi Infiltrators stuck at border: ଭାରତରେ ବେଆଇନ ଅନୁପ୍ରବେଶ କରିବାର ଆଉ ଏକ ପ୍ରୟାସକୁ ବିଫଳ କରିଦେଇଛି ସୀମା ସୁରକ୍ଷା ବଳ (ବିଏସଏଫ)। ହେଲେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସ୍ୱଦେଶ ଫେରାଇ ନେବାକୁ ରାଜି ହୋଇନାହିଁ ବାଂଲାଦେଶ ବର୍ଡ଼ର ଗାର୍ଡ଼ (ବିଜିବି)। ଏହାରୁ ମେଘାଳୟକୁ ଲାଗିଥିବା ବାଂଲାଦେଶ ସୀମାରେ ମୁହାଁମୁହିଁ ହୋଇଥିଲେ ବିଏସଏଫ-ବିଜିବି। ମେଘାଳୟର ଦକ୍ଷିଣ ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ମହେନ୍ଦ୍ରଗଞ୍ଜ ନିକଟବର୍ତ୍ତୀ ନନ୍ଦିରଚର ଅଞ୍ଚଳରେ ଭାରତ-ବାଂଲାଦେଶ ସୀମାରେ ସୃଷ୍ଟି ହୋଇଛି ଉତ୍ତେଜନା।
ଭାରତରେ ବେଆଇନ ଅନୁପ୍ରବେଶ କରୁଛନ୍ତି ବାଂଲାଦେଶୀ
ବାଂଲାଦେଶ କର୍ତ୍ତୃପକ୍ଷ ଜଣେ ବାଂଲାଦେଶୀ ନାଗରିକଙ୍କୁ ସ୍ୱଦେଶ ଫେରାଇ ନେବାକୁ ମନା କରିଦେଇଥିଲେ। ଯିଏ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ। ତାଙ୍କୁ ବିଏସଏଫ ଦ୍ୱାରା ଫେରାଇ ଦିଆଯାଉଥିଲା। ରିପୋର୍ଟ ଅନୁଯାୟୀ ସେହି ବ୍ୟକ୍ତି ମେଘାଳୟ ସୀମା ଦେଇ ଅବୈଧ ଭାବରେ ଭାରତରେ ପ୍ରବେଶ କରିଥିବାର ଅଭିଯୋଗ ହୋଇଥିଲା। ହେଲେ ପରେ ବିଏସଏଫ ତାଙ୍କୁ ଗିରଫ କରିଥିଲା। ଉପଯୁକ୍ତ ମାନକ ସଞ୍ଚାଳନ ପ୍ରକ୍ରିୟା ଅନୁଯାୟୀ, ସୁରକ୍ଷା ବାହିନୀ ତାଙ୍କୁ ବାଂଲାଦେଶୀ ସୀମା ଆଡକୁ ଫେରାଇ ଦେଇଛି।
ଏହା ସହ ପଢନ୍ତୁ: ୪୨୪ ଗିରଫ; କେବେ ଅବୈଧ ଅନୁପ୍ରବେଶ ଉପରେ ଲାଗିବ ରୋକ?
ବାଂଲାଦେଶୀଙ୍କୁ ଫେରାଇ ନେବାକୁ ମନା କରିଦେଲା ବିଜିବି
ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବାଂଲାଦେଶର ଜମାଲପୁର ଅଞ୍ଚଳରେ ବିଜିବି (BGB) ଏବଂ ବିଏସଏଫ (BSF) ମଧ୍ୟରେ ସମ୍ପୃକ୍ତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନାଗରିକତା ଏବଂ ପରିଚୟକୁ ନେଇ ଯୁକ୍ତିତର୍କ ହୋଇଛି। ଉଭୟ ଦେଶର ସୀମା ସୁରକ୍ଷା ବଳର ଯବାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏନେଇ ଅଭିଯୋଗ ହୋଇଛି ଯେ ବିଜିବି ସମ୍ପୃକ୍ତ ବାଂଲାଦେଶୀ ବ୍ୟକ୍ତିଙ୍କୁ ଫେରାଇ ନେବାକୁ ମନା କରିଦେଇଥିଲା। ଏହା ପରେ ସେହି ବ୍ୟକ୍ତି ଜଣକ ଦୁଇ ଦେଶ ମଧ୍ୟରେ ରହିଥିବା ଖାଲି ସ୍ଥାନରେ (No Mans Land) ଫସି ଯାଇଥିଲେ। ଏହି ଘଟଣାକୁ ନେଇ ସୀମାରେ କିଛି ସମୟ ପାଇଁ ଉତ୍ତେଜନା ବୃଦ୍ଧି ପାଇଥିଲା।
ସୀମାରେ ମୁହାଁମୁହିଁ BSF-BGB
BSF-BGB ମଧ୍ୟରେ ଭାରତ-ବାଂଲଦେଶ ସୀମାରେ ମୁହାଁମୁହିଁ ହେବାର ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। BSF ସୂତ୍ରରୁ ମିଳିଥିବା ଖବର ଅନୁସାରେ ଅଟକ ରଖାଯିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଅବୈଧ ଭାବରେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ।
ଏହା ସହ ପଢନ୍ତୁ: ସୁରକ୍ଷିତ ହେବ ଦେଶର ସୀମା; ବିଏସଏଫ ଦଖଲକୁ ଗଲା ୧୨୧ ହେକ୍ଟର ଜମି
No Mans Land ଅଞ୍ଚଳରେ ଫସି ରହିଲେ ସମ୍ପୃକ୍ତ ବ୍ୟକ୍ତି
ବିଏସଏଫ-ବିଜିବି ମଧ୍ୟରେ ଏକ ଫ୍ଲାଗ୍ ମିଟିଂ (BSF-BGB Flag Meeting) ହୋଇସାରିବା ପରେ ମଧ୍ୟ ଏହି ମାମଲା ସମାଧାନ ହୋଇନାହିଁ। ବର୍ତ୍ତମାନ ବ୍ୟକ୍ତି ଜଣକ ଦୁଇ ଦେଶ ମଧ୍ୟରେ ରହିଥିବା ଖାଲି ସ୍ଥାନ (No Mans Land) ଅଞ୍ଚଳରେ ଫସି ରହିଛନ୍ତି। ସେ କେଉଁଠାକୁ ଯିବେ ତାହା କେହି ଜାଣିନାହାଁନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
BSF BGB standoff at borderBangladeshi infiltrator stranded at India borderBSF BGB heated argument over illegal crossingIndia Bangladesh border infiltration latest newsBorder Guard Bangladesh refuses infiltratorIllegal Bangladeshi migrant caught by BSFTension at India Bangladesh border 2026Flag meeting between BSF and BGB over infiltratorBSF thwarts infiltration attempt at Bengal border