India Bangladesh Rail Service / ଭାରତ-ବାଂଲାଦେଶ ମଧ୍ୟରେ ପୁନର୍ବାର ଚଳାଚଳ କରିବ ଟ୍ରେନ୍; ଆସନ୍ତାକାଲି ବସିବ ବୈଠକ
·53 mins ago·4 min read

Key Points
ବାଂଲାଦେଶ, ଭାରତ ପାଖରୁ ୨୦୦ ବ୍ରଡଗେଜ୍ ରେଳ କୋଚ୍ ଅର୍ଡର କରିବାକୁ ଯାଉଛି। ଏହାର ପ୍ରଥମ ଯୋଗାଣ ଏବେ ଚାଲିଛି। ୯୧୫ କୋଟି ଟଙ୍କାର ଏହି ଚୁକ୍ତି ଅନୁଯାୟୀ ୨୦୦ କୋଚ୍ ବିତରଣ ଡିସେମ୍ବର ୨୦୨୭ ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି।
ସୁରକ୍ଷା କାରଣରୁ ଭାରତ-ବାଂଲାଦେଶ ମଧ୍ୟରେ ରେଳ ସେବାକୁ ଗତ ୨୦୨୪ ରେ ସ୍ଥଗିତ ରଖାଯାଇଥିଲା। କୋଲକାତା ଏବଂ ଢାକା, ଖୁଲନା ଏବଂ ନ୍ୟୁ ଜଲପାଇଗୁଡ଼ି ଏବଂ ଢାକା ମଧ୍ୟରେ ଟ୍ରେନ୍ ସେବା ପୁନର୍ବାର ଆରମ୍ଭ କରି ନେଇ ପ୍ରୟାସ ଚାଲିଛି। ଏହି ପ୍ରସଙ୍ଗରେ ୨ ଦିନିଆ IGRM (Inter-Governmental Railway Meeting) ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଏହାର ଶେଷ ବୈଠକ ଗତ ବର୍ଷ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକ ଉଭୟ ଦେଶର ରେଳବାଇ ଅଧିକାରୀଙ୍କ ମଧ୍ୟରେ ନିୟମିତ ବୈଠକର ଏକ ଅଂଶ। ଯେଉଁଥିରେ ଉଭୟ ଭାରତୀୟ ରେଳବାଇ ଏବଂ ବାଂଲାଦେଶ ରେଳ ବିଭାଗ ଅଧିକାରୀ, ଉଭୟ ଦେଶର ସୀମା ଶୁଳ୍କ ଏବଂ ପ୍ରବାସୀ ବିଭାଗ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିନିଧି ସାମିଲ ହୋଇଥାନ୍ତି। IGRM ହେଉଛି ସୀମାପାର ଟ୍ରେନ୍ ପରିଚାଳନା, ରେଳ ଭିତ୍ତିଭୂମି ପ୍ରକଳ୍ପ ଏବଂ ମାଲ ପରିବହନ ଉପରେ ଆଲୋଚନା ଏବଂ ନିଷ୍ପତ୍ତି ନେବା ପାଇଁ ଉଭୟ ଦେଶର ରେଳ ଅଧିକାରୀ ଏବଂ ମନ୍ତ୍ରଣାଳୟ ପ୍ରତିନିଧିଙ୍କ ମଧ୍ୟରେ ଏକ ବାର୍ଷିକ ଦ୍ୱିପାକ୍ଷିକ ମଞ୍ଚ। ଏଥରର ବୈଠକର ଏଜେଣ୍ଡା ହେଉଛି ଭାରତ-ବାଂଲାଦେଶ ମଧ୍ୟରେ ଚାଲୁଥିବା ମୈତ୍ରୀ, ମିତାଲି ଏବଂ ବନ୍ଧନ ଏକ୍ସପ୍ରେସ ଟ୍ରେନ ସେବାକୁ ପୁନର୍ବାର ଆରମ୍ଭ କରିବା। ଗତ ୨୦୨୪ ପର ଠାରୁ ଏହା ପ୍ରଥମ ଥର ହେବ, ଯେତେବେଳେ ଉଭୟ ଦେଶର ରେଳବାଇ ଅଧିକାରୀଙ୍କ ବାର୍ଷିକ ବୈଠକରେ ଏହି ପ୍ରସଙ୍ଗ ଉପରେ ଆନୁଷ୍ଠାନିକ ଭାବରେ ଆଲୋଚନା କରାଯିବ।
ଏହା ସହ ପଢନ୍ତୁ: ଏଣିକି ବାଂଲାଦେଶ ଟ୍ରାକ୍ରେ ଦୌଡ଼ିବ 'ମେଡ୍ ଇନ୍ ଇଣ୍ଡିଆ' ଟ୍ରେନ୍; ଭାରତ ଠାରୁ କେତେ ଭିନ୍ନ?
କେବେ ପୁନର୍ବାର ଆରମ୍ଭ ହେବ ଟ୍ରେନ୍ ସେବା?
ମଙ୍ଗଳବାର (ସେପ୍ଟମ୍ବର ୮) ବାଂଲାଦେଶ ରାଜଧାନୀ ଢାକା ଠାରେ ୨ ଦିନିଆ ବୈଠକ ଆରମ୍ଭ ହେଉଛି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯଦି ସମାଧାନ ମିଳିଯାଏ, ତାହେଲେ କୋଲକାତା ଏବଂ ନ୍ୟୁ ଜଲପାଇଗୁଡ଼ି ମଧ୍ୟରେ ଚାଲୁଥିବା ତିନୋଟି ସୀମାନ୍ତ ଟ୍ରେନ୍ ସେବା ଆସନ୍ତା ମାସରୁ ପୁନର୍ବାର ଆରମ୍ ହୋଇପାରେ। ମୈତ୍ରୀ ଏକ୍ସପ୍ରେସ୍ ହେଉଛି କୋଲକାତା-ଢାକା ମଧ୍ୟରେ ଚଳାଚଳ କରୁଥିବା ଏକ ଅନ୍ତର୍ଜାତୀୟ ଏକ୍ସପ୍ରେସ୍ ଟ୍ରେନ୍। ଯାହା ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ଟ୍ରେନ୍ ଥିଲା। ପ୍ରାୟ ୯ ଘଣ୍ଟାର ୟାତ୍ରାରେ ଏହି ୩୭୫ ରୁ ୪୦୦ କିମି ଦୂରତା ଅତିକ୍ରମ କରିଥାଏ। ଏହି ଟ୍ରେନ ଗେଡେ-ଦର୍ଶନା ସୀମାରୁ ବାଂଲାଦେଶ ମଧ୍ୟରେ ପ୍ରବେଶ କରିଥାଏ। ବନ୍ଧନ ଏକ୍ସପ୍ରେସ୍ ହେଉଛି ଏକ ଅନ୍ତର୍ଜାତୀୟ ଯାତ୍ରୀବାହୀ ଟ୍ରେନ୍ ଯାହା କୋଲକାତା ଠାରୁ ବାଂଲାଦେଶ ଖୁଲନା ମଧ୍ୟରେ ଚଳାଚଳ କରିଥାଏ। ସାଢ଼େ ପାଞ୍ଚ ଘଣ୍ଟାରେ ଏହି ୧୮୦ କିଲୋମିଟର ଦୂରତା ଅତିକ୍ରମ କରିଥାଏ। ଏହି ଟ୍ରେନ ପେଟ୍ରାପୋଲ-ବେନାପୋଲ ସୀମା ଦେଇ ବାଂଲାଦେଶ ମଧ୍ୟରେ ପ୍ରବେଶ କରେ।
ମିତାଲି ଏକ୍ସପ୍ରେସ
ମିତାଲି ଏକ୍ସପ୍ରେସ ହେଉଛି ଗୋଟିଏ ସପ୍ତାହରେ ୨ ଥର ଚଳାଚଳ କରୁଥିବା ଆନ୍ତର୍ଜାତୀୟ ଏକ୍ସପ୍ରେସ ଟ୍ରେନ। ଯାହା ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଠାରୁ ଢାକା କ୍ୟାଣ୍ଟନମେଣ୍ଟ ପର୍ଯ୍ୟନ୍ତ ଚଳାଚଳ କରିଥାଏ। ଯାହା ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଶେଷ ଆନ୍ତର୍ଜାତୀୟ ଟ୍ରେନ ସେବା ଥିଲା। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୨୦୨୧ ରେ ମିଳିତ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ ୧୧ ଘଣ୍ଟାରେ ପ୍ରାୟ ୬୦୦ କିଲୋମିଟର ଦୂରତା ଅତିକ୍ରମ କରେ ଏବଂ ହଳଦିବାରି-ଚିଲାହାଟି ସୀମା ଦେଇ ବାଂଲାଦେଶ ମଧ୍ୟରେ ପ୍ରବେଶ କରେ।
୨୦୨୪ ରେ ବାଂଲାଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ, ମିତାଲି ଏକ୍ସପ୍ରେସର ଏକ ରେକ୍ ୫ ମାସରୁ ଅଧିକ ସମୟ ପାଇଁ ଫସି ରହିଥିଲା। ଏହି ଟ୍ରେନ୍ ପ୍ରଥମେ ଜୁଲାଇ ୧୭ ତାରିଖରେ ନ୍ୟୁ ଜଲପାଇଗୁଡ଼ି ଠାରୁ ଢାକା ଅଭିମୁଖେ ଯାତ୍ରା କରିଥିଲା ହେଲେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁଁ ଫେରିପାରିଲା ନାହିଁ। ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରୁ, ଭାରତୀୟ ରେଳବାଇ ସମସ୍ତ ତିନୋଟି ଆନ୍ତର୍ଜାତୀୟ ଯାତ୍ରୀବାହୀ ଟ୍ରେନ ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ମଜବୁତ ସୁରକ୍ଷା ମଧ୍ୟରେ ଆଜି ସକାଳେ ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ଚିଲାହାଟି-ହଲଦିବାଡ଼ି ସୀମାରୁ ରେକ୍ ଫେରିଆସିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂତନ ଯାତ୍ରୀବାହୀ ଟ୍ରେନ୍ ପ୍ରସ୍ତାବ
ବାଂଲାଦେଶ ମଧ୍ୟ ରାଜଶାହୀ-କୋଲକାତା ମଧ୍ୟରେ ଏକ ନୂତନ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ କରିବାକୁ ପ୍ରସ୍ତାବ ଦେବାକୁ ଯାଉଛି। ବାଂଲାଦେଶ ବର୍ତ୍ତମାନ ଏହାର ରୁଟ୍ ପରିବର୍ତ୍ତେ ପଦ୍ମା ସେତୁ ଦେଇ ଢାକା-କୋଲକାତା ମଧ୍ୟରେ ମୈତ୍ରୀ ଏକ୍ସପ୍ରେସ୍ ଚଳାଇବା ପାଇଁ ମଧ୍ୟ ପ୍ରସ୍ତାବ ଦେବ। ବୈଠକର ଏଜେଣ୍ଡାରେ ରେଳ ଦ୍ୱାରା ମାଲ ପରିବହନ, ଭାରତରୁ ଦିଆଯାଇଥିବା ଋଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଯାହା ଅଟକି ରହିଛି ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଯେଉଁଥିରେ ଢାକା ସ୍ଥିତ କମଳାପୁର ଗାଜିପୁର ଠାରୁ ଜୟଦେବପୁର ପର୍ଯ୍ୟନ୍ତ ଦୁଇଟି ନୂତନ ରେଳ ଲାଇନ ନିର୍ମାଣ ଅନ୍ତର୍ଭୂକ୍ତ ରହିଛି। ରେଳସେବା ଭାରତ ପକ୍ଷରୁ ବାଂଲାଦେଶ ଲାଗି ନୂତନ ଟ୍ରେନ୍ ମଧ୍ୟ ଯୋଗାଇ ଦିଆଯାଉଛି। ଏହା ସହିତ ଭାରତରୁ ବାଂଲାଦେଶକୁ ୧୯ LHB ବ୍ରଡ-ଗେଜ୍ ଯାତ୍ରୀବାହୀ କୋଚ୍ ବିଶିଷ୍ଟ ଏକ ଟ୍ରେନ୍ ଯୋଗାଇବାକୁ ଯାଉଛି।
ଏହା ସହ ପଡନ୍ତୁ: ଭୂଟାନ ପର୍ଯ୍ୟନ୍ତ ଦୌଡ଼ିବ ଭାରତୀୟ ରେଳ; ଚିକେନ୍ ନେକ୍ ପଖରେ ବଢିବ ଚୀନ୍ ର ଚିନ୍ତା
ଯାହା ବଂଲାଦେଶ ରେଳ ନେଟୱାର୍କ୍କୁ ଆବଶ୍ୟକୀୟ ପ୍ରୋତ୍ସାହନ ପ୍ରଦାନ କରିବ। ବାଂଲାଦେଶ ରେଳବାଇ ପାଇଁ ୧୯ LHB ବ୍ରଡ-ଗେଜ୍ ଯାତ୍ରୀବାହୀ କୋଚ୍ ବିଶିଷ୍ଟ ପ୍ରଥମ ଟ୍ରେନ୍, ପଞ୍ଜାବ କପୁରଥଲାରେ ଥିବା ରେଳ ଡବା କାରଖାନାରେ ନିର୍ମାଣ କରାଯାଇ ସାରିଛି। ବାଂଲାଦେଶ, ଭାରତ ପାଖରୁ ୨୦୦ ବ୍ରଡ-ଗେଜ୍ ରେଳ କୋଚ୍ ଅର୍ଡ଼ର କରିବାକୁ ପ୍ରସ୍ତୁତ ରହିଛି। ପ୍ରଥମ ଯୋଗାଣ ଏବେ ପଠାଯାଉଛି। ପ୍ରାୟ ୯୧୫ କୋଟି ମୂଲ୍ୟର ଏହି ଚୁକ୍ତି ଅନୁଯାୟୀ, ୨୦୦ କୋଚ୍ ର ବିତରଣ ଡିସେମ୍ବର ୨୦୨୭ ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି। ୟୁରୋପୀୟ ନିବେଶ ବ୍ୟାଙ୍କ ଦ୍ୱାରା ପାଣ୍ଠି ପ୍ରଦାନ କରାଯାଇଥିବା ଏହି ପ୍ରକଳ୍ପ ଚଳିତ ବର୍ଷ ଜୁନ ମାସରୁ ୨୦୨୭ ଡିସେମ୍ବର ମଧ୍ୟରେ ପୁରୁଣା ବାଂଲାଦେଶୀ ଟ୍ରେନ୍କୁ ବଦଳାଇବ।

Related Topics
Explore more stories