Videos
|
National

Brahmos Cruise Missile / ବ୍ରହ୍ମୋସ୍ ଜାଲରେ ଫସିଯିବ ଚୀନ୍! ଭିଏତନାମ୍ ପରେ ପଡ଼ିଲା ଇଣ୍ଡୋନେସିଆ ପାଳି

Subhramjit Ray
Browse all articles by Subhramjit Ray
·2 months ago·3 min read
ବ୍ରହ୍ମୋସ୍ ଜାଲରେ ଫସିଯିବ ଚୀନ୍! ଭିଏତନାମ୍ ପରେ ପଡ଼ିଲା ଇଣ୍ଡୋନେସିଆ ପାଳି
Brahmos Cruise Missile

Key Points

ଭାରତ-ଋଷିଆ ଦ୍ୱାରା ବିକଶିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ଦକ୍ଷିଣ ପୂର୍ବ ଏସିଆରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି। ଭିଏତନାମ ପରେ, ଇଣ୍ଡୋନେସିଆ ମଧ୍ୟ ଏକ ଚୁକ୍ତିର ନିକଟତର ହୋଇଛି। ଏହା ଚୀନ୍ ଉପରେ ଚାପ ବୃଦ୍ଧି କରିବ ଏବଂ ଭାରତର ପ୍ରତିରକ୍ଷା ରପ୍ତାନୀ ଏବଂ ରଣନୈତିକ ପ୍ରଭାବକୁ ସୁଦୃଢ଼ ​​କରିବ।
BrahMos Missile Indonesia Deal after Vietnam: ଭାରତ-ଋଷିଆ ମିଳିତ ସହଭାଗିତାରେ ବିକଶିତ ହୋଇଥିବା ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର, "ବ୍ରହ୍ମୋସ୍", ଏବେ ଦକ୍ଷିଣ-ପୂର୍ବ ଏସିଆରେ ଏହାର ଚାହିଦା ବଢାଇବାରେ ଲାଗିଛି। ବ୍ରହ୍ମୋସ୍ କ୍ରୟ କରିବାକୁ ନେଇ ଭିଏତନାମ ଚୁକ୍ତି ସ୍ୱାକ୍ଷାରିତ କରିବା ପରେ, ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଇଣ୍ଡୋନେସିଆ। ପୂର୍ବରୁ ଫିଲିପାଇନ୍ସ , ଭାରତ ପାଖରୁ ବ୍ରୋହ୍ମୋସ୍ ନେଇସାରିଛି। ଏବେ ପ୍ରଶ୍ନ ଉଠୁଛି କ'ଣ "ବ୍ରହ୍ମୋସ୍" ଚୀନ୍‌ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି?

ଦକ୍ଷିଣ ଚୀନ୍‌ ସାଗରରେ ବଢୁଛି "ବ୍ରହ୍ମୋସ୍‌" ପ୍ରଭାବ
ଦକ୍ଷିଣ ଚୀନ୍‌ ସାଗର ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ରହିଛି। ଏବେ ଏହି ଅଞ୍ଚଳରେ "ବ୍ରହ୍ମୋସ୍" କ୍ଷେପଣାସ୍ତ୍ରର ପ୍ରବେଶ ରଣନୈତିକ ଗତିବିଧିରେ ପରିବର୍ତ୍ତନର ସଙ୍କେତ ଦେଇଛି। ଭିଏତନାମ ସହିତ "ବ୍ରହ୍ମୋସ୍" କ୍ଷେପଣାସ୍ତ୍ର କ୍ରୟ ଚୁକ୍ତି ଚୂଡ଼ାନ୍ତ ହୋଇସାରିଛି। ଅନ୍ୟପଟେ ଇଣ୍ଡୋନେସିଆ ସହିତ ଏହି ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ଫିଲିପାଇନ୍ସ ମଧ୍ୟ ଗତ ୨୦୨୪ ରୁ "ବ୍ରହ୍ମୋସ୍" ବ୍ୟବହାର କରିଆସୁଛି। ମୋଟାମୋଟି ଭାବରେ କହିବାକୁ ଗଲେ ଏହି କ୍ରୁଜ୍ ମିସାଇଲ୍ ଧିରେ ଧିରେ ଦକ୍ଷିଣ-ପୂର୍ବ ଏସିଆରେ ଏହାର ଏକ ନେଟୱାର୍କ ନିର୍ମାଣ କରୁଛି।

ଭିଏତନାମ-ଇଣ୍ଡୋନେସିଆ ଚୁକ୍ତି କ'ଣ?
ଭିଏତନାମ ସହିତ ସ୍ୱାକ୍ଷରିତ ହୋଇଥିବା "ବ୍ରହ୍ମୋସ୍" ଚୁକ୍ତି ପ୍ରାୟ ୫୮୦୦ କୋଟି ଟଙ୍କା ମୂଲ୍ୟର ବୋଲି ଆକଳନ କରାଯାଇଛି। ଏହି ଚୁକ୍ତିରେ ଉପକୂଳ ପ୍ରତିରକ୍ଷା ପାଇଁ କ୍ଷେପଣାସ୍ତ୍ର ବ୍ୟାଟେରୀ, ପ୍ରାରମ୍ଭିକ କ୍ଷେପଣାସ୍ତ୍ର ଯୋଗାଣ, ତାଲିମ ଏବଂ ଅନ୍ୟାନ୍ୟ ସହଯୋଗ ଅନ୍ତର୍ଭୂକ୍ତ ରହିଛି। ଭିଏତନାମ ଭବିଷ୍ୟତର ବାୟୁ ମାର୍ଗରୁ ନିକ୍ଷେପ କରାଯାଉଥିବା "ବ୍ରହ୍ମୋସ୍" କ୍ରୟ କରିବାକୁ ମଧ୍ୟ ଅଗ୍ରହୀ ରହିଛି। ଇଣ୍ଡୋନେସିଆ ସହିତ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି। ଦୁଇ ଦେଶ ଏକ ପ୍ରତିରକ୍ଷା ଶିଳ୍ପ ସହଯୋଗ କମିଟି ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଯାହା ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର, ମିଳିତ ଗବେଷଣା ଏବଂ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ ​​କରିବ।

କାହିଁକି ସ୍ୱତନ୍ତ୍ର ବ୍ରହ୍ମୋସ କ୍ଷେପଣାସ୍ତ୍ର?
"ବ୍ରହ୍ମୋସ୍" ବିଶ୍ୱର ଦ୍ରୁତତମ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ। ଯାହା Mach-3 ବେଗ ଅର୍ଥାତ୍ ଶବ୍ଦ ଠାରୁ ପ୍ରାୟ ୩ ଗୁଣ ବେଗରେ ଗତି କରିଥାଏ। ଏହାକୁ ସମୁଦ୍ର, ସ୍ଥଳ ଏବଂ ବାୟୁ ମାର୍ଗରୁ ନିକ୍ଷେପ କରାଯାଇପାରିବ। ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ସଠିକତା ଏବଂ ଦ୍ରୁତ ଆକ୍ରମଣ କ୍ଷମତା। ଯାହା ଏହାକୁ ବହୁତ କମ୍ ସମୟ ମଧ୍ୟରେ ଶତ୍ରୁ ଜାହାଜ କିମ୍ବା ସାମରିକ ଘାଟିକୁ ଟାର୍ଗେଟ କରିବାକୁ ଅନୁମତି ଦେଇଥାଏ।

ଏହା ସହ ପଢନ୍ତୁ: ବଢିବା ଦେଶର ବାୟୁସୀମା ସୁରକ୍ଷା; ଖୁବ ଶୀଘ୍ର ମିଳିବ ଚତୁର୍ଥ ଏସ-୪୦୦ ୟୁନିଟ୍

"ବ୍ରହ୍ମୋସ୍" ପାଇଁ ବଢିବ ଚୀନ୍ ର ଚିନ୍ତା
ଭିଏତନାମ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ, ଏହି ଏସିଆନ୍ ଦେଶଙ୍କ ସହିତ ଦକ୍ଷିଣ ଚୀନ ସାଗରରେ ଜଳସୀମାକୁ ନେଇ ଚୀନ ସହିତ ବିବାଦ ଜାରି ରହିଛି। ଦକ୍ଷିଣ ଚୀନ୍ ସାଗରର ଏକ ବଡ଼ ଅଂଶକୁ ଚୀନ୍ ଏହାର ଅଧିକାର କ୍ଷେତ୍ର ଭାବରେ ଦାବି କରୁଛି। ଯାହାକୁ ଅନେକ ଏସିଆନ୍ ଦେଶ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ, ଯଦି ଏହି ଦେଶ "ବ୍ରହ୍ମୋସ୍" ଭଳି ଦୂରଗାମୀ ଜାହାଜ ବିରୋଧି କ୍ଷେପଣାସ୍ତ୍ର ହାସଲ କରନ୍ତି, ତାହେଲେ ଏହା ସେମାନଙ୍କର ସାମୁଦ୍ରିକ ପ୍ରତିରକ୍ଷା କ୍ଷମତା ଯଥେଷ୍ଟ ବୃଦ୍ଧି କରିବ। ଏହା କେବଳ ଚୀନ୍ ଉପରେ ଚାପ ବୃଦ୍ଧି କରିବ ନାହିଁ। ବରଂ ଏସିଆରେ ଶକ୍ତି ସନ୍ତୁଳନକୁ ମଧ୍ୟ ପରିବର୍ତ୍ତନ କରିବ।

ଭାରତକୁ କ'ଣ ମିଳିବ ଲାଭ?
ଏହି ଚୁକ୍ତି ଭାରତୀୟ ପ୍ରତିରକ୍ଷା ଉତ୍ପାଦ ରପ୍ତାନିକୁ ବୃଦ୍ଧି କରିବ। ସାମ୍ପ୍ରତିକ ବର୍ଷରେ ଭାରତୀୟ ପ୍ରତିରକ୍ଷା ଉପକରଣ ରପ୍ତାନୀରେ ଯଥେଷ୍ଟ ବୃଦ୍ଧି ହୋଇଛି। ଆସନ୍ତା ୨୦୨୩୦ ସୁଦ୍ଧା ଏହାକୁ ୫୦,୦୦୦ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ବ୍ରହ୍ମୋସ୍ ଚୁକ୍ତି କେବଳ ଆର୍ଥିକ ନୁହେଁ ବରଂ ଏହାର ରଣନୈତିକ ଗୁରୁତ୍ୱ ମଧ୍ୟ ରହିଛି। ଏହା ସହିତ, ଭାରତ ଦକ୍ଷିଣ-ପୂର୍ବ ଏସିଆରେ ନିଜର ଉପସ୍ଥିତିକୁ ମଜବୁତ କରୁଛି। ଚୀନ୍‌ର ବର୍ଦ୍ଧିତ ପ୍ରଭାବକୁ ସନ୍ତୁଳିତ କରିବାକୁ ଚେଷ୍ଟା କରୁଛି।

ଆହୁରି ଅନ୍ୟ ଦେଶ ଚାହୁଁଛନ୍ତି "ବ୍ରହ୍ମୋସ"
ରିପୋର୍ଟ ଅନୁଯାୟୀ, ମାଲେସିଆ ଏବଂ ଥାଇଲ୍ୟାଣ୍ଡ ମଧ୍ୟ ବ୍ରହ୍ମୋସ୍ କ୍ରୟ କରିବାକୁ ବିଚାର କରୁଛନ୍ତି। ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୋଇଯାଏ, ତାହେଲେ ଦକ୍ଷିଣ ଚୀନ୍ ସାଗର ପାଖରେ ଥିବା ଅନେକ ଦେଶ ଏହି ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀର ଅଧିକାରୀ ହେବେ। ଏହାର ଅର୍ଥ ହେଉଛି "ବ୍ରହ୍ମୋସ୍" ଆଉ କେବଳ ଏକ ଅସ୍ତ୍ର ନୁହେଁ, ବରଂ ଭାରତର କୂଟନୈତିକ ଶକ୍ତି ଏବଂ ରଣନୈତିକ ଉପସ୍ଥିତିର ଏକ ପ୍ରମୁଖ ପ୍ରତୀକ ହୋଇଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Is India’s BrahMos Encircling China? Indonesia, Vietnam Buy Missiles | Argus News