Videos
|
National

India China Direct Flights / ଭାରତ ଓ ଚୀନ ମଧ୍ୟରେ ଚଳିତ ମାସରୁ ସିଧାସଳଖ ବିମାନ ସେବା, ୫ ବର୍ଷ ହେଲା ଥିଲା ବନ୍ଦ

Santosh Kumar Sahoo
Browse all articles by Santosh Kumar Sahoo
·1 year ago·2 min read
ଭାରତ ଓ ଚୀନ ମଧ୍ୟରେ ଚଳିତ ମାସରୁ ସିଧାସଳଖ ବିମାନ ସେବା, ୫ ବର୍ଷ ହେଲା ଥିଲା ବନ୍ଦ

Key Points

ଭାରତ ଓ ଚୀନ ମଧ୍ୟରେ ଚଳିତ ମାସରୁ ସିଧାସଳଖ ବିମାନ ସେବା । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କରାଗଲା ଘୋଷଣା । ଗଲୱାନ୍ ବିବାଦ ପରେ ଚୀନ୍‌କୁ ସିଧା ବିମାନ ସେବା ବନ୍ଦ ଥିଲା।

୫ ବର୍ଷ ପରେ ପୁଣିଥରେ ସ୍ବାଭାବିକ ହେବାକୁ ଯାଉଛି ଭାରତ-ଚୀନ ସମ୍ପର୍କ ।ଗଲଓ୍ବାନ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଏନେଇ ଦୁଇ ଦେଶ ପକ୍ଷରୁ ସହମତି ହୋଇଥିବା ବେଳେ ଅକ୍ଟୋବରରୁ ୨୬ରୁ ବିମାନ ସେବା ଆରମ୍ଭ କରିବାକୁ ଏୟାରଲାଇନ୍ସ ଇଣ୍ଡିଗୋ ଘୋଷଣା କରିଛି । ଅକ୍ଟୋବର ଶେଷ ସୁଦ୍ଧା ବିମାନସେବା ଆରମ୍ଭ ହେବ ବୋଲି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଗୁରୁବାର ସୂଚନା ଦେଇଥିଲେ । ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଏହି ସୂଚନା ମିଳିବା ପରେ ତୁରନ୍ତ ଇଣ୍ଡିଗୋ ବିମାନ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି।

ଭାରତ-ଚୀନ ମଧ୍ୟରେ ଡୋକଲାମ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟର ବିମାନ ସେବା ରଦ୍ଦ ହୋଇଥିଲା । ଏହାପରେ କୋଭିଡ୍-୧୯ ମଧ୍ୟ କିଛିଦିନ ବାଧା ସୃଷ୍ଟି କରିଥିଲା । ଏବେ ପୁଣିଥରେ ଦୁଇ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ ହେବ।

ଅଧିକ ପଢ଼ନ୍ତୁ: ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ୧୦ ଜୀବନ

ବିମାନ ସେବା ଆରମ୍ଭ କରିବା ନେଇ ଇଣ୍ଡିଗୋ କହିଛି “ସାମ୍ପ୍ରତିକ କୂଟନୈତିକ ପଦକ୍ଷେପ ପରେ, ଇଣ୍ଡିଗୋ ୨୬ ଅକ୍ଟୋବର ୨୦୨୫ରୁ ପ୍ରତିଦିନ ନନ୍-ଷ୍ଟପ୍ ଉଡ଼ାଣ ସହିତ କୋଲକାତାରୁ ଗୁଆଙ୍ଗଝୁକୁ ସଂଯୋଗ କରି ମ୍ୟାନ୍ ଲ୍ୟାଣ୍ଡ ଚାଇନାକୁ ଏହାର ସେବା ପୁନଃଆରମ୍ଭ କରିବାର ଘୋଷଣା କରିଛି।”

ତେବେ ପ୍ରଥମେ କୋଲକାତାରୁ ଚୀନକୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ଖୁବ୍‌ଶୀଘ୍ର ରାଜଧାନୀ ଦିଲ୍ଲୀରୁ ମଧ୍ୟ ଉଡ଼ାଣ ଆରମ୍ଭ କରାଯିବ । ଏନେଇ ବିମାନ କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଏହା ଖୁବ୍ ଶୀଘ୍ର ଦିଲ୍ଲୀ ଏବଂ ଗୁଆଙ୍ଗଝୁ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରାଯିବ । ଇଣ୍ଡିଗୋ ଏହି ରୁଟ୍‌ରେ ଏୟାରବସ୍ A320neo ବିମାନ ଉଡାଇବ। ଯାହା ସୀମାପାର ବାଣିଜ୍ୟ ଏବଂ ରଣନୈତିକ ବ୍ୟବସାୟିକ ସହଭାଗୀତାକୁ ପୁନଃସ୍ଥାପନ କରିବ ଏବଂ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories