India LPG Ships / ମହାଯୁଦ୍ଧ ମଧ୍ୟରେ ଭାରତର ବଡ଼ କୂଟନୈତିକ ବିଜୟ, ହର୍ମୁଜ ପ୍ରଣାଳୀ ଦେଇ ଆସିଲା ୨ LPG ଜାହାଜ
·6 months ago·3 min read

Key Points
ମଧ୍ୟ ପ୍ରାଚ୍ୟ ମହାଯୁଦ୍ଧ ମଧ୍ୟରେ ଭାରତର ବଡ଼ କୂଟନୈତିକ ବିଜୟ
'ଶିବାଲିକ' ପରେ 'ନନ୍ଦା ଦେବୀ' ମଧ୍ୟ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
ଦୁଇ ଦିନ ମଧ୍ୟରେ ଭାରତରେ ପହଞ୍ଚିବ ଏହି LPG ବାହୀ ଜାହାଜ

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ମଧ୍ୟରେ ଭାରତକୁ ମିଳିଛି ବଡ଼ କୂଟନୈତିକ ବିଜୟ । ସବୁଠାରୁ ସମ୍ବେଦନଶୀଳ ହର୍ମୁଜ ପ୍ରଣାଳୀ ଦେଇ ଆସିଛି ଦୁଇଟି LPG ଭର୍ତ୍ତି ଜାହାଜ । ଏଥିରେ ମୋଟ୍ ୯୨ ହଜାର ୭୦୦ ମେଟ୍ରିକ୍ ଟନ୍ LPG ଆସିଥିବାବେଳେ ୨ ଦିନ ମଧ୍ୟରେ ଏହା ମୁମ୍ବାଇ କିମ୍ବା କାଣ୍ଡଲା ବନ୍ଦରରେ ପହଞ୍ଚିବ । ଭାରତରେ LPG ସଂକଟ ଆଶଙ୍କା ଭିତରେ ଏହି ଖବର ବଡ଼ ଆଶ୍ବସ୍ତି ଆଣିଦେଇଛି । ସେପଟେ ଭାରତକୁ ବଡ଼ ବନ୍ଧୁ ବୋଲି କହିଛି ଇରାନ୍ । ଯୁଦ୍ଧ ୧୫ ଦିନରେ ପହଞ୍ଚିଥିବାବେଳେ ଟ୍ରମ୍ପ କିନ୍ତୁ ଇରାନ ଉପରେ ଆକ୍ରମଣକୁ ଜୋରଦାର କରିଛନ୍ତି । ଏପରିକି ଇରାନର ସର୍ବୋଚ୍ଚ ନେତାଙ୍କ ମୁଣ୍ଡ ପାଇଁ ୧୦ ମିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୮୩ କୋଟି ଟଙ୍କା ଘୋଷଣା କରିଛି ଆମେରିକା ।
ଭାରତକୁ ଶକ୍ତି ସୁରକ୍ଷା କ୍ଷେତ୍ରରେ ମିଳିଛି ବଡ଼ ସଫଳତା । କାରଣ 'ଶିବାଲିକ' ପରେ ଭାରତର ଦ୍ୱିତୀୟ LPG ବାହୀ ଜାହାଜ 'ନନ୍ଦା ଦେବୀ' ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି । ବର୍ତ୍ତମାନ ଏହି ଜାହାଜଟି ଖୋଲା ସମୁଦ୍ରରେ ପ୍ରବେଶ କରିଥିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ଭାରତୀୟ ନୌସେନା ବର୍ତ୍ତମାନ ଏହି ଜାହାଜକୁ ଏସ୍କର୍ଟ ପ୍ରଦାନ କରୁଛି । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଭାରତୀୟ ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି । ମୁମ୍ବାଇ କିମ୍ବା କାଣ୍ଡଲା ବନ୍ଦର ମଧ୍ୟରୁ କୌଣସି ଗୋଟିଏ ସ୍ଥାନରେ ଏହି ଜାହାଜଟି ନିଜର ମାଲ୍ ଖଲାସ କରିପାରେ ।
ଏଥିସହ ପଢ଼ନ୍ତୁ: ଇରାନ୍ ଯୁଦ୍ଧରେ ଖସିଲା ଆମେରିକାର ଚତୁର୍ଥ ବିମାନ, ୪ ଜଣଙ୍କ ମୃତ୍ୟୁ
'ନନ୍ଦା ଦେବୀ' ଜାହାଜରେ ୪୬,୦୦୦ ମେଟ୍ରିକ୍ ଟନ୍ରୁ ଅଧିକ LPG ଗ୍ୟାସ ରହିଛି । ଏହା ପୂର୍ବରୁ 'ଶିବାଲିକ' ନାମକ ଜାହାଜକୁ ମଧ୍ୟ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ଏଥିରେ ମଧ୍ୟ ୪୬,୦୦୦ ମେଟ୍ରିକ୍ ଟନ୍ରୁ ଅଧିକ LPG ଗ୍ୟାସ ରହିଥିବା ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର ସୂଚନା ଦେଇଛନ୍ତି । ସରକାରଙ୍କ ସଫଳ କୂଟନୈତିକ ଆଲୋଚନା ପରେ ଏହି ଜାହାଜଗୁଡ଼ିକର ଯାତ୍ରା ପାଇଁ ପଥ ପରିଷ୍କାର ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇରାନ୍- ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ପରଠାରୁ ପ୍ରଧାନମନ୍ତ୍ରୀ ମୋଦି ଓ ଇରାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଫୋନରେ ଆଲୋଚନା ଥିଲା । ଏଥିସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ତାଙ୍କ ଇରାନ ପ୍ରତିପକ୍ଷ ମହମ୍ମଦ ଅର୍ଗାଚିଙ୍କ ସହ କଥା ହୋଇଥିଲେ । ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି କହିଛନ୍ତି ଯେ, ଇରାନ ଏବଂ ଭାରତ ପରସ୍ପରର ବନ୍ଧୁ ଓ ଉଭୟଙ୍କର ସମାନ ସ୍ୱାର୍ଥ ରହିଛି । ସେଥିପାଇଁ ଭାରତୀୟ ଜାହାଜଗୁଡ଼ିକୁ ସୁରକ୍ଷିତ ଯାତାୟାତ ପାଇଁ ଅନୁମତି ଦିଆଯାଇଛି ।
ଯୁଦ୍ଧ ୧୫ ଦିନରେ ପହଞ୍ଚିଥିବାବେଳେ ଆହୁରି ବଢ଼ିଛି ଆକ୍ରମଣ । ଇରାନର ଗୁରୁତ୍ବପୂର୍ଣ୍ଣ ଖାର୍ଗ ଦ୍ବୀପ ଉପରେ ଶକ୍ତିଶାଳୀ ଆକ୍ରମଣ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି । ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ ପକ୍ଷରୁ ଖାର୍ଗ ଦ୍ୱୀପ ଉପରେ ମଧ୍ୟ-ପ୍ରାଚ୍ୟ ଇତିହାସରେ ସବୁଠାରୁ ଶକ୍ତିଶାଳୀ ବୋମାମାଡ଼ ହୋଇଛି । ଖାର୍ଗ ଦ୍ୱୀପ ଇରାନର ୯୦ ପ୍ରତିଶତ ତୈଳ ରପ୍ତାନି ପାଇଁ ବ୍ୟବହୃତ ହୁଏ ।
ସେହିପରି ଇରାନ ସମ୍ପୂର୍ଣ୍ଣ ପରାସ୍ତ ହୋଇସାରିଥିବା ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି । ବ୍ୟାପକ କ୍ଷୟକ୍ଷତି ପରେ ଡିଲ୍ ପାଇଁ ଇରାନ ଚାହୁଁଥିବା କହିଛନ୍ତି ଟ୍ରମ୍ପ । କିନ୍ତୁ ଏଭଳି କିଛି ସର୍ତ୍ତକୁ ସେ କୌଣସି ପରିସ୍ଥିତିରେ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି । ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ- IRGC ଓ ଦେଶର ସାମରିକ ନେତୃତ୍ୱ ଉପରେ ଚାପ ପକାଇବା ପାଇଁ ଆମେରିକା ଏହି ବଡ଼ ପଦକ୍ଷେପ ନେଇଛି । ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ବିଷୟରେ ସୂଚନା ଦେଲେ ୧୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୮୩ କୋଟିରୁ ଅଧିକ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ଆମେରିକା ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ମଧ୍ୟରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

Related Topics
Explore more stories