Operation Razepill / ଭାରତର 'ଅପରେସନ୍ ରେଜପିଲ୍'; ୧୮୨ କୋଟି ମୂଲ୍ୟର କ୍ୟାପଟାଗନ୍ ଜବତ, ରହିଛି ଅନ୍ତର୍ଜାତୀୟ ଲିଙ୍କ୍
·1 hour ago·3 min read

Key Points
କ୍ୟାପଟାଗନ୍ ହେଉଛି ଏକ ସିନ୍ଥେଟିକ ଡ୍ରଗ୍ । ପ୍ରଥମଥର ପାଇଁ ଭାରତରେ ୧୮୨ କୋଟି ମୂଲ୍ୟର କ୍ୟାପଟାଗନ୍ ଜବତ ହୋଇଛି ।
ନୂଆଦିଲ୍ଲୀ: ଗରିବଙ୍କ କୋକେନ୍ ଭାବେ ପରିଚିତ କ୍ୟାପଟାଗନ୍ (Captagon)କୁ 'ଜିହାଦୀ' ଡ୍ରଗ୍ କୁହାଯାଏ । କ୍ୟାପଟାଗନ୍ ହେଉଛି ଏକ ସିନ୍ଥେଟିକ ଡ୍ରଗ୍ । ପ୍ରଥମଥର ପାଇଁ ଭାରତରେ ୧୮୨ କୋଟି ମୂଲ୍ୟର କ୍ୟାପଟାଗନ୍ ଜବତ ହୋଇଛି । 'ଅପରେସନ୍ ରେଜପିଲ୍'ରେ NCB କ୍ୟାପଟାଗନ୍ ଜବତ କରିବା ସହ ସିରିଆର ଜଣେ ନାଗରିକଙ୍କୁ ଗିରଫ କରିଛି ।
ଆଜିର ଦିନରେ ଅନ୍ତର୍ଜାତୀୟ ସୁରକ୍ଷା ଏଜେନ୍ସିଙ୍କ ପାଇଁ କ୍ୟାପଟାଗନ୍ ମୁଣ୍ଡବିନ୍ଧାର କାରଣ ପାଲଟିଛି । କ୍ୟାପଟାଗନ୍ର ବ୍ୟବହାର ବଢ଼ିବା ସହ ଏହାଯୋଗୁଁ ଅପରାଧ ବଢ଼ୁଛି । ଏହାସହ ବଢ଼ୁଛି ଅବୈଧ ନେଟୱର୍କ ।
ଏଥିସହ ପଢ଼ନ୍ତୁ: ଡେଟିଂ ଆପ୍ ବ୍ୟବହାର କରୁଥିଲେ ସାବଧାନ ! ଆପଣ ବି ଏମିତି ଫସିଯିବେ…
କ୍ୟାପଟାଗନ୍ର ପ୍ରକୃତ ନାଁ ହେଉଛି ଫେନେଥାଇଲିନ୍ (Fenethylline) । ଯାହାକୁ ୧୯୬୦ରେ ମେଡିକାଲ୍ରେ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିଲା । ସେତେବେଳେ ଏହାର ବ୍ୟବହାର ନିଦ୍ରା ହିନତା, ଅବସାଦ ଓ ଛୁଆଙ୍କ ଧ୍ଯାନ କେନ୍ଦ୍ରିତ ପାଇଁ ହେଉଥିଲା ।
କିନ୍ତୁ ପରେ ଜଣାପଡ଼ିଲା ଏହା ସେବନ କରିବା ଦ୍ଵାରା ସେବନକାରୀଙ୍କୁ ଏକ ନିଶା ଘାରୁଛି ଏବଂ ଏହାର ଅପପ୍ରୟୋଗ ହେଉଛି । ଯାହା ପରେ ଦୁନିଆର ଅନେକ ଦେଶ କ୍ୟାପଟାଗନ୍ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ତେବେ ଏବେ ବି ଚୋରା ବଜାରରେ କ୍ୟାପଟାଗନ୍ ବେଆଇନ୍ ଭାବେ ମିଳୁଛି । ଏହା ପ୍ରକୃତରେ ମେଡିକାଲ୍ ଔଷଧ ନୁହେଁ । ଏହାକୁ ଅବୈଧ ଭାବେ ପ୍ରସ୍ତୁତ କରାଯାଇଥାଏ । ଯେଉଁଥରେ ଏମ୍ପେଟାମାଇନ, କ୍ୟାଫିନ୍, ମେଥମ୍ଫଟାମାଇନ୍ ଓ ଅନ୍ୟ ସିନ୍ଥେଟିକ୍ ରାସାୟନିକ ମିଶା ଯାଇଥାଏ ।
ଶରୀରକୁ କିଭଳି ପ୍ରଭାବିତ କରେ ?
ଏହି କ୍ୟାପଟାଗନ୍ ଡ୍ରଗ୍ସ ବେଶ୍ ବିପଜ୍ଜନକ । ଏହା ସେବନ କରୁଥିବା ବ୍ୟକ୍ତି ଘଣ୍ଟା ଘଣ୍ଟା ଚେତା ରହିପାରେ । ସେବନକାରୀଙ୍କୁ ଭୋକ ହୋଇ ନଥାଏ ଏବଂ ଥକ୍କା ମଧ୍ୟ ଲାଗେ ନାହିଁ । ଶରୀରକୁ ହଠାତ୍ ଶକ୍ତି ମିଳିଥାଏ ଓ ଆତ୍ମବିଶ୍ଵାସ ବଢ଼ିଯାଏ । ଏଥିସହ ଏହା ମଣିଷକୁ ଆକ୍ରମଣାତ୍ମକ, ହିଂସାତ୍ମକ କରିଦିଏ । ଦୀର୍ଘ ସମୟ ଧରି ଏହାର ସେବନ ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ ।
ଆତଙ୍କୀ କରନ୍ତି ସେବନ
କ୍ୟାପଟାଗନ୍କୁ ଜିହାଦୀ ଡ୍ରଗ୍ ମଧ୍ୟ କୁହାଯାଏ । ଏହାକୁ ଯୁଦ୍ଧ ପ୍ରଭାବିତ ଅଞ୍ଚଳ ଓ କଟ୍ଟରପନ୍ଥୀ ନେଟୱର୍କ ସହ ଯୋଡ଼ାଯାଏ । କୁହାଯାଏ ଏହି ଡ୍ରଗ୍ର ସେବନ ଦ୍ଵାରା ଡର ଲାଗେ ନାହିଁ, ବିପରୀତ ପରିସ୍ଥିତିରେ ଶକ୍ତି ମିଳେ ।
କମ୍ ଖର୍ଚ୍ଚରେ ପ୍ରସ୍ତୁତ ଏହି କ୍ୟାପଟାଗନ୍ ଚାହିଦା ପାଇଁ ଏହାକୁ ଗରିବଙ୍କ କୋକେନ୍ କୁହାଯାଏ । ଡ୍ରଗ୍ ବିଶେଷଜ୍ଞଙ୍କ ଅନୁସାରେ, କ୍ୟାପଟାଗନ୍ ଏବେ କେବଳ ଏକ ନିଶା ମାମଲା ନୁହେଁ । ଏହା ଅନ୍ତର୍ଜାତୀୟ ସୁରକ୍ଷା, ଆତଙ୍କବାଦୀ ଓ ସଂଗଠିତ ଅପରାଧ ସହ ଜଡ଼ିତ ବଡ଼ ବିପଦ ଭାବେ ଉଭା ହୋଇଛି ।
ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋସିଆଲ୍ ମିଡିଆ ଏକ୍ସରେ ଏନଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ଅପରେସନ୍ ରେଜପିଲ୍ ଅଧିନରେ ଭାରତୀୟ ଏଜେନ୍ସି ପ୍ରଥମଥର କ୍ୟାପଟାଗନ୍ ନାମକ ଜିହାଦୀ ଡ୍ରଗ୍ ଜବତ କରିଛନ୍ତି, ଯାହାର ମୂଲ୍ୟ ୧୮୨ କୋଟି ।"
ଏଥିସହ ପଢ଼ନ୍ତୁ: ଅଭାବନୀୟ ! ୨ ହଜାର ଟଙ୍କା ଦେଇ ପାରିଲେନି ବୋଲି ସ୍ତ୍ରୀ, ଝିଅକୁ…
ଅମିତ ଶାହଙ୍କ ଅନୁସାରେ, ବିପୁଳ ପରିମାଣର କ୍ୟାପଟାଗନ୍ ମଧ୍ୟ ପୂର୍ବକୁ ଚାଲାଣ କରାଯାଉଥିଲା । ମାମଲାରେ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଡ୍ରଗ୍ସ ବିପକ୍ଷରେ ଭାରତ ଶୂନ୍ୟ ସହନ ଶୀଳତା ନୀତି ଆପଣାଇଛି ।

Modi govt is resolved for a ‘Drug-Free India’.
— Amit Shah (@AmitShah) May 16, 2026
Glad to share that through ‘Operation RAGEPILL’, our agencies have achieved the first-ever seizure of Captagon, the so-called “Jihadi Drug”, worth ₹182 crore.
The busting of the drug consignment destined for the Middle East and…
ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋସିଆଲ୍ ମିଡିଆ ଏକ୍ସରେ ଏନଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ଅପରେସନ୍ ରେଜପିଲ୍ ଅଧିନରେ ଭାରତୀୟ ଏଜେନ୍ସି ପ୍ରଥମଥର କ୍ୟାପଟାଗନ୍ ନାମକ ଜିହାଦୀ ଡ୍ରଗ୍ ଜବତ କରିଛନ୍ତି, ଯାହାର ମୂଲ୍ୟ ୧୮୨ କୋଟି ।"
ଏଥିସହ ପଢ଼ନ୍ତୁ: ଅଭାବନୀୟ ! ୨ ହଜାର ଟଙ୍କା ଦେଇ ପାରିଲେନି ବୋଲି ସ୍ତ୍ରୀ, ଝିଅକୁ…
ଅମିତ ଶାହଙ୍କ ଅନୁସାରେ, ବିପୁଳ ପରିମାଣର କ୍ୟାପଟାଗନ୍ ମଧ୍ୟ ପୂର୍ବକୁ ଚାଲାଣ କରାଯାଉଥିଲା । ମାମଲାରେ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଡ୍ରଗ୍ସ ବିପକ୍ଷରେ ଭାରତ ଶୂନ୍ୟ ସହନ ଶୀଳତା ନୀତି ଆପଣାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories