First hydrogen train India / ୧୨ ଷ୍ଟେସନ ଭିତରେ ଦୌଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍; କେତେ ରହିବ ବେଗ-ଭଡ଼ା? କେଉଁ ମାର୍ଗରେ ଯୋଗାଇବା ସେବା?
·1 hour ago·2 min read

Key Points
ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ରେ ଯାତ୍ରା ପେଟ୍ରୋଲ କିମ୍ବା ଡିଜେଲ୍ ଦ୍ୱାରା ଚାଳିତ ଯାନ ଏବଂ ଟ୍ରେନ୍ ତୁଳନାରେ ଯଥେଷ୍ଟ ଶସ୍ତା ହେବ।
Hydrogen train speed route fare: ଖୁବ୍ ଶୀଘ୍ର ସେବା ଯୋଗାଇବାକୁ ଯାଉଛି ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍। ଆସନ୍ତା ୧୭ ତାରିଖରେ ଏହି ଟ୍ରେନ୍ ପ୍ରଥମ ଥର ପାଇଁ ହରିୟାଣାର ଜିନ୍ଦ-ସୋନିପତ ମାର୍ଗରେ ଚଳାଚଳ କରିବ। ଟ୍ରେନ୍ ମାତ୍ର ଦୁଇ ଘଣ୍ଟାରେ ୮୯ କିଲୋମିଟର ଯାତ୍ରା ଅତିକ୍ରମ କରିବ। ଜିନ୍ଦରୁ ସୋନିପତ ଯିବା ରାସ୍ତାରେ ଏହି ଟ୍ରେନ୍ ୧୨ ରେଳ ଷ୍ଟେସନ ଠାରେ ଅଟକିବ। ଆସନ୍ତା ୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।
ହାଇଡ୍ରୋଜେନ୍ ଟ୍ରେନ୍ କେଉଁ ଷ୍ଟେସନ ଠାରେ ଅଟକିବ?
ହାଇଡ୍ରୋଜେନ୍ ଟ୍ରେନ୍ ନମ୍ବର ୭୪୦୧୦, ଜିନ୍ଦ ରେଳ ଷ୍ଟେସନ ଠାରୁ ନିୟମିତ ସମୟସୀମା ସକାଳ ୭ ଘଣ୍ଟା ୪୦ ମିନିଟ ସମୟରେ ଛାଡ଼ିବ। ସେହିପରି ସକାଳ ୯ ଘଣ୍ଟା ୪୦ ମିନିଟ ସମୟରେ ସୋନିପତ ଠାରେ ପହଞ୍ଚିବ। ଏହି ଟ୍ରେନ୍ ଯେଉଁ ୧୨ ଷ୍ଟେସନ ଠାରେ ଅଟକିବ ତାହା ହେଉଛି ଜିନ୍ଦ ସିଟି, ପାଣ୍ଡୁ ପିଣ୍ଡାରା, ଲଳିତ ଖେଡା, ଭମ୍ବେୱା, ଇଶାପୁର ଖେରୀ, ବୁଟାନା, ଖନ୍ଦରାଇ, ଗୋହାନା, ରଭରା, ଲାଠ, ମୋହନା ଏବଂ ବଡୱାସନି। ରେଳ ବୋର୍ଡ ପକ୍ଷରୁ ଏକ ସରକାରୀ ସୂଚନାରେ ଉତ୍ତର ରେଳବାଇକୁ (Northern Railway) ଏହି ସୂଚନା ପ୍ରଦାନ କରାଯାଇଛି।
ଏହା ସହ ପଢନ୍ତୁ: ୧୭ ଜୁଲାଇରେ ଦୌଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍; କ'ଣ ରହିଛି ଏହାର ବିଶେଷତ୍ୱ
ଦେଶର ହାଇଡ୍ରୋଜେନ୍ ଟ୍ରେନ୍ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଛି। ଯାହା ଭାରତୀୟ ରେଳବାଇର "ଆତ୍ମନିର୍ଭରଶୀଳ ଭାରତ" ପ୍ରତି ପ୍ରତିବଦ୍ଧତାର ଉଦାହରଣ। ଏହାର ଡିଜାଇନ୍ ଲକ୍ଷ୍ନୌ ସ୍ଥିତ ରେଳବାଇର ଗବେଷଣା ଡିଜାଇନ୍ ଏବଂ ମାନକ ସଙ୍ଗଠନ (RDSO), ବିକଶିତ ହୋଇଥିଲା। ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ଠାରେ ନିର୍ମିତ ହୋଇଥିଲା।
ହାଇଡ୍ରୋଜେନ୍ ଟ୍ରେନ୍ କେବେ କାର୍ଯ୍ୟ ଆରମ୍ଭ କରିବ?
ଟ୍ରେନ୍ ସୋନିପତ ଠାରୁ ସକାଳ ୧୦ ଘଣ୍ଟା ୪୦ ମିନିଟ ସମୟରେ ଛାଡ଼ି ଅପରାହ୍ନ ୧ ଘଟିକା ସମୟରେ ଜିନ୍ଦ ଠାରେ ପହଞ୍ଚିବ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ୧୭ ଜୁଲାଇରେ ଏକ ସ୍ୱତନ୍ତ୍ର ଉଦଘାଟନୀ ସେବା ଭାବରେ ଚାଲିବ। ହେଲେ ତଥାପି ନିୟମିତ ଯାତ୍ରୀ ସେବା ଆରମ୍ଭ ହେବାର ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେମାନେ ଉତ୍ତର ରେଳବାଇକୁ ଯଥାଶୀଘ୍ର ତାରିଖ ଚୂଡ଼ାନ୍ତ କରିବାକୁ କହିଛନ୍ତି।
ଏହା ସହ ପଢନ୍ତ: ନାଁ ଧୂଆଁ, ନାଁ ପ୍ରଦୂଷଣ; କେଉଁଠି-କେଉଁ ମାର୍ଗରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍?
କେତେ ହେବେ ହାଇଡ୍ରୋଜେନ୍ ଟ୍ରେନ୍ ଭଡ଼ା?
ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଭଡ଼ା ଯାତ୍ରା ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ଯାନ ଏବଂ ଟ୍ରେନ୍ ତୁଳନାରେ ଯଥେଷ୍ଟ ଶସ୍ତା ହେବ। ଭଡ଼ା ୫ ଟଙ୍କାରୁ ଆରମ୍ଭ ହୋଇ ୨୫ ଟଙ୍କା ପର୍ଯ୍ୟନ୍ତ ଯିବ। ବର୍ତ୍ତମାନ ପାରମ୍ପରିକ ଟ୍ରେନ୍ ର ପ୍ରାରମ୍ଭିକ ଭଡ଼ା ୩୦ ଏବଂ ସର୍ବାଧିକ ଭଡ଼ା ପ୍ରାୟ ୧୨୬ ଟଙ୍କା ରହିଛି। ହେଲେ ହାଇଡ୍ରୋଜେନ୍ ଟ୍ରେନ୍ ଏହା ଠାରୁ ବହୁତ ଶସ୍ତା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
India first hydrogen trainJind to Sonipat hydrogen trainHydrogen train route and fareIndian Railways green energy initiativeHydrogen train speed IndiaJind Sonipat hydrogen train ticket priceHow many stations on Jind Sonipat hydrogen train routeIndian Railways hydrogen for heritage projectHydrogen train trial run in HaryanaEco-friendly train service Jind to Sonipat