Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Mumbai Pod Taxi / ପଡ୍ ଟ୍ୟାକ୍ସି ପହଞ୍ଚାଇବ ଘର-ଅଫିସ୍; ରାସ୍ତାରେ ହେବ ନାହିଁ ଆଉ ଟ୍ରାଫିକ୍ ଜାମ୍

Subhramjit Ray
Browse all articles by Subhramjit Ray
·3 months ago·2 min read
ପଡ୍ ଟ୍ୟାକ୍ସି ପହଞ୍ଚାଇବ ଘର-ଅଫିସ୍; ରାସ୍ତାରେ ହେବ ନାହିଁ ଆଉ ଟ୍ରାଫିକ୍ ଜାମ୍
Mumbai Pod Taxi

Key Points

ସହରରେ ଟ୍ରାଫିକ୍ ସମସ୍ୟା ହ୍ରାସ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛି ମୁମ୍ବାଇ ମହାନଗର କ୍ଷେତ୍ର ବିକାଶ ପ୍ରାଧିକରଣ।
Pod Taxi Service Mumbai: ଦେଶର ପ୍ରଥମ ଡ୍ରାଇଭର ବିହୀନ ପଡ୍ ଟ୍ୟାକ୍ସି ସେବା ମାୟା ନଗରୀ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଯାହା ସହରରେ ଟ୍ରାଫିକ ହ୍ରାସ କରିବା ସହ ଯାତ୍ରାକୁ ଦ୍ରୁତ ଏବଂ ଅଧିକ ସୁବିଧାଜନକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ କୃତ୍ରିମ ବୁଦ୍ଧିମତା ଆଧାରିତ (AI Powered) ଏବଂ ଚାଳକବିହୀନ ହେବ। ଯାତ୍ରୀ ସେମାନଙ୍କର ଗନ୍ତବ୍ୟସ୍ଥଳ ନିଜେ ବାଛିବେ। ପଡ୍ ଟ୍ୟାକ୍ସି ସେମାନଙ୍କୁ ସିଧାସଳଖ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ।

ପ୍ରତି ପଡ୍ ଟ୍ୟାକ୍ସିରେ ବସିପାରିବେ ୬ ଜଣ ଯାତ୍ରୀ
ପ୍ରାୟ ୮.୮୫ କିଲୋମିଟର ଲମ୍ବା ଏହି ପ୍ରକଳ୍ପରେ ୨୨ ଷ୍ଟେସନ ରହିବ। ପ୍ରଥମ ପର୍ଯ୍ୟାୟରେ ବାନ୍ଦ୍ରାରୁ କୁର୍ଲାକୁ ସଂଯୋଗ କରିବ ଏହି ସେବା। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ କୁ ସଂଯୋଗ କରୁଥିବା ଏହି ବ୍ୟବସ୍ଥା ପ୍ରଥମ ଏବଂ ଶେଷ ମାଇଲ ସଂଯୋଗୀକରଣକୁ ଉନ୍ନତ କରିବ। ପ୍ରତ୍ୟେକ ପଡ୍ ଟ୍ୟାକ୍ସିରେ ୬ ଜଣ ଯାତ୍ରୀ ବସିପାରିବେ। ଘଣ୍ଟା ପ୍ରତି ଏହାର ବେଗ ୪୦ କିଲୋମିଟର ରହିଛି। ଯାହା ଦ୍ୱାରା ଯାତ୍ରୀଙ୍କ ଅନେକ ସମୟ ବଞ୍ଚିଯିବ।

ଏହା ସହ ପଢନ୍ତୁ: ଅବସର ପୂର୍ବରୁ ଅପଗ୍ରେଡ୍ ହେଲା ଦିଲ୍ଲୀ ମେଟ୍ରୋ; ପୁରୁଣା କୋଚ୍ ରେ ମିଳିବ ନୂଆ ସୁବିଧା
 
ପ୍ରତି ୧୫ ସେକେଣ୍ଡ ବ୍ୟବଧାନରେ ପଡ୍ ଟ୍ୟାକ୍ସି ଉପଲବ୍ଧ ହେବ। ଯାହା ଦ୍ୱାରା ଯାତ୍ରୀଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହା ଦ୍ୱାରା ଯାତ୍ରା ସୁଗମ ହେବ। ମୁମ୍ବାଇ ମହାନଗର କ୍ଷେତ୍ର ବିକାଶ ପ୍ରାଧିକରଣ ଏହି ପ୍ରକଳ୍ପକୁ ସରକାରୀ-ଘରୋଇ ସହଭାଗୀତା ମଡେଲ୍ ଅଧିନରେ ବିକଶିତ କରୁଛି। ଯାହା ସରକାରଙ୍କ ଉପରେ ଅତିରିକ୍ତ ବୋଝ ହ୍ରାସ କରିବ।

ଏହି ବ୍ୟବସ୍ଥା ପରିବେଶ ଅନୁକୂଳ ହେବ
ଏହି ସେବା ମୁମ୍ବାଇ ମେଟ୍ରୋ ସହିତ ଯୋଡ଼ି ହେବ ଏବଂ ସହରର ପରିବହନ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ। ଏହି ବ୍ୟାଟେରୀ-ଆଧାରିତ, ଶୂନ୍ୟ-କାର୍ବନ ବ୍ୟବସ୍ଥା ପରିବେଶ ଅନୁକୂଳ ହେବ ଏବଂ ଭବିଷ୍ୟତର ସ୍ମାର୍ଟ ପରିବହନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଏ।

ଏହା ସହ ପଢନ୍ତୁ: ଯାତ୍ରା ବେଳେ ହୋଇଯାନ୍ତୁ ସାବଧାନ; ନହେଲେ ଦେବେ ମୋଟ ଅଙ୍କର ଜରିମାନା
 

ପଡ୍ ଟ୍ୟାକ୍ସି କ'ଣ?
ପଡ୍ ଟ୍ୟାକ୍ସି ହେଉଛି ଚାଳକ ବିହୀନ, ବୈଦ୍ୟୁତିକ ଏବଂ ସ୍ୱୟଂଚାଳିତ ପରିବହନ ବ୍ୟବସ୍ଥା। ଏହା ଆକାରରେ ଦେଖିବାକୁ ବହୁତ ଛୋଟ ହୋଇଥିବା ବେଳେ ଏାହା ଭୂମି ଉପରେ ନିର୍ମିତ ସ୍ୱତନ୍ତ୍ର "ଗାଇଡ୍ ୱେ ଟ୍ରାକ୍" ରେ କାର୍ଯ୍ୟ କରିଥାଏ। ପଡ୍ ଟ୍ୟାକ୍ସି ମୁଖ୍ୟତଃ ଜନଗହଳିପୂର୍ଣ୍ଣ ସ୍ଥାନରେ ୪-୬ ଜଣ ଯାତ୍ରୀଙ୍କୁ ବିନା କୌଣସି ବାଧାରେ ସେମାନଙ୍ର କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's First Pod Taxi in Mumbai: No More Traffic from Home to Office! | Argus News