HAMMER Missile Deal / ଭାରତ-ଫ୍ରାନ୍ସ ବନ୍ଧୁତାର ନୂଆ ଅଧ୍ୟାୟ, ଭାରତ ନିର୍ମାଣ କରିବ ଶକ୍ତିଶାଳୀ ହାମର କ୍ଷେପଣାସ୍ତ୍ର!
·4 months ago·3 min read

Key Points
ଭାରତ-ଫ୍ରାନ୍ସ ବନ୍ଧୁତାର ନୂଆ ଅଧ୍ୟାୟ
ମୁମ୍ବାଇରେ ମୋଦି-ମାକ୍ରନ ଭେଟଘାଟ
ବେଙ୍ଗାଳୁରୁରେ ହେଲିକପ୍ଟର ପ୍ଲାଣ୍ଟର ଭର୍ଚୁଆଲ୍ ଉଦଘାଟନ

ଭାରତରେ ନିର୍ମାଣ ହେବ H-୧୨୫ ଲାଇଟ୍ ୟୁଟିଲିଟି ହେଲିକପ୍ଟର । ବେଙ୍ଗାଲୁରୁରେ ଟାଟା କମ୍ପାନୀର ସହଯୋଗରେ ନିର୍ମିତ ହେଲିକପ୍ଟର ପ୍ଲାଣ୍ଟର ଭର୍ଚ୍ଚୁଆଲ୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ । ଏହା ସହିତ ଭାରତ-ଫ୍ରାନ୍ସ ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ୩ ଦିନିଆ ଭାରତ ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଆଜି ମୁମ୍ବାଇର ଲୋକ ଭବନରେ ଭବ୍ୟ ସ୍ଵାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ କୂଟନୈତିକ ସମ୍ପର୍କ ନୁହେଁ ବରଂ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ବାଣିଜ୍ୟ, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ ଏବଂ ଯୋଗାଣ ଶୃଙ୍ଖଳା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋଇଛି ଦ୍ବିପାକ୍ଷିକ ଆଲୋଚନା ।
ମୁମ୍ବାଇରେ ଦୁଇ ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ମହାମିଳନ । ୩ ଦିନିଆ ଭାରତ ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ମୁମ୍ବାଇର ଲୋକ ଭବନରେ ଭବ୍ୟ ସ୍ଵାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ କୂଟନୈତିକ ସମ୍ପର୍କ ନୁହେଁ ବରଂ ପ୍ରତିରକ୍ଷା କ୍ଷେତ୍ରରେ ସହମତି ପ୍ରକାଶ ପାଇଛି । ଏହି ସାକ୍ଷାତକାର କେବଳ ଆତ୍ମୀୟତା ମଧ୍ୟରେ ସୀମିତ ନାହିଁ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ଫ୍ରାନ୍ସ ସମ୍ପର୍କ ନୂଆ ସ୍ତର ଛୁଇଁବାକୁ ଯାଉଛି । ଉଭୟ ଦେଶର ନେତା ଭାରତ ମହାସାଗର କ୍ଷେତ୍ର, ଭାରତ-ପ୍ରଶାନ୍ତ ମହାସାଗର ରଣନୀତି, ରୁଷିଆ-ୟୁକ୍ରେନ ଯୁଦ୍ଧ ଓ ଗାଜାର ପରିସ୍ଥିତି ଭଳି ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ପ୍ରତିରକ୍ଷା ସହ ବାଣିଜ୍ୟ, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ ଏବଂ ଯୋଗାଣ ଶୃଙ୍ଖଳା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ହେଉଛି ଆଲୋଚନା ।
ଏଥିସହ ପଢ଼ନ୍ତୁ: ୩୮ଟି ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନେଇ କ’ଣ ହୋଇଛି ଆଲୋଚନା ? ଗଣମାଧ୍ୟମରେ ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ…
ବେଙ୍ଗାଲୁରୁରେ ଟାଟା କମ୍ପାନୀର ସହଯୋଗରେ ନିର୍ମିତ ହେଲିକପ୍ଟର ପ୍ଲାଣ୍ଟର ଭର୍ଚୁଆଲ୍ ଉଦଘାଟନ କରିଛନ୍ତି ମୋଦି-ମାକ୍ରନ । ଏହି ପ୍ଲାଣ୍ଟରେ H-125 ଲାଇଟ୍ ୟୁଟିଲିଟି ହେଲିକପ୍ଟର ପ୍ରସ୍ତୁତ କରାଯିବ । ଯାହା ଭାରତୀୟ ସେନାର ପୁରୁଣା ଚିତା ଓ ଚେତକ ହେଲିକପ୍ଟରର ସ୍ଥାନ ନେବ। ଷଷ୍ଠ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସହଭାଗୀତା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଫ୍ରାନ୍ସ ପ୍ରତିପକ୍ଷ କ୍ୟାଥରିନ ଭାଉଟ୍ରିନଙ୍କ ଉପସ୍ଥିତିରେ ହୋଇଛି ଏକାଧିକ ଚୁକ୍ତି ସ୍ବାକ୍ଷର । ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଭାରତ-ଫ୍ରାନ୍ସ ରଣନୈତିକ ସମ୍ପର୍କକୁ ଆଗକୁ ନେବାକୁ ଗୁରୁତ୍ୱ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପ୍ରତିରକ୍ଷା ସହଯୋଗ ଚୁକ୍ତିନାମାକୁ ଆଗାମୀ ୧୦ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।
କୂଟନୀତି ସହ କଳା ଓ ସଂସ୍କୃତିର ମଧ୍ୟ ସଙ୍ଗମ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ମାକ୍ରୋନ ମୁମ୍ବାଇରେ ବଲିଉଡର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଶବାନା ଆଜମୀ, ଅନିଲ କପୁର, ମନୋଜ ବାଜପେୟୀ, ଜୋୟା ଅଖତର ଏବଂ ଗ୍ରାମୀ ବିଜେତା ରିକି କେଜଙ୍କୁ ଭେଟିଛନ୍ତି । ଭାରତର ସିନେମା ଏବଂ ସଂସ୍କୃତି ଫ୍ରାନ୍ସ ସହ କିଭଳି ଯୋଡ଼ି ହୋଇ ରହିଛି, ଏନେଇ ସିନେ ତାରକାଙ୍କ ସହ ଚର୍ଚ୍ଚା କରିଛନ୍ତି ମାକ୍ରନ । ସେ ମୁମ୍ବାଇ ସହରକୁ ଖୁବ୍ ପସନ୍ଦ କରିବା ସହ ସକାଳେ ଜଗିଂ କରିବାର ମଜା ନେଇଛନ୍ତି। ଗତକାଲି ରାତିରେ ମୁମ୍ବାଇରେ ପହଞ୍ଚିବା ପରେ ବିମାନବନ୍ଦରରେ ମାକ୍ରନଙ୍କୁ ସ୍ବାଗତ କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ । ମୋଦି- ମାକ୍ରନଙ୍କ ଏହି ବନ୍ଧୁତା ଆଗାମୀ ଦିନରେ ଦୁଇ ଦେଶର ବ୍ୟବସାୟିକ ଓ ପ୍ରତିରକ୍ଷା ସମ୍ପର୍କକୁ ନୂଆ ସୋପାନରେ ପହଞ୍ଚାଇବ ବୋଲି ଆଶା କରାଯାଉଛି। ରାଫେଲ୍ ଡିଲ୍ର ଚୂଡ଼ାନ୍ତ ରୂପରେଖ ଉପରେ ଏବେ ସମଗ୍ର ବିଶ୍ଵର ନଜର ରହିଛି ।
ପଢନ୍ତୁ ଏହି ଖବର: ପୁଟିନ୍ ଆସିବା ପୂର୍ବରୁ ବଡ଼ ଡିଲ୍, ଭାରତ–ଋଷ ମଧ୍ୟରେ ୨ ବିଲିୟନ୍ ଡଲାରର ଚୁକ୍ତି ଫାଇନାଲ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories