BRICS Summit / ଆଜିଠୁ ବ୍ରିକ୍ସ ଶିଖର ସମ୍ମିଳନୀ, ଗୋଟିଏ ମଞ୍ଚରେ ଏକାଠି ହେବେ ବିଶ୍ବର ୨୧ଟି ଦେଶର ଶୀର୍ଷ ନେତୃତ୍ବ
·1 hour ago·2 min read

Key Points
ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଶିଖର ସମ୍ମିଳନୀ
ଗୋଟିଏ ମଞ୍ଚରେ ଏକାଠି ହେବେ ବିଶ୍ବର ୨୧ଟି ଦେଶର ଶୀର୍ଷ ନେତୃତ୍ବ
କଡ଼ା ସୁରକ୍ଷା ବଳୟରେ ନୂଆଦିଲ୍ଲୀର ଭାରତମଣ୍ଡପମ୍

ଆଜିଠାରୁ ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ । ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଭାରତର ଅଧ୍ୟକ୍ଷତାରେ ଦୁଇ ଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ସମ୍ମିଳନୀରେ ବିଶ୍ୱ କଲ୍ୟାଣ, ଖାଦ୍ୟ, ଶକ୍ତି, ସ୍ୱାସ୍ଥ୍ୟ ଓ ଯୋଗାଣ ଶୃଙ୍ଖଳା ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସକାରାତ୍ମକ ଆଲୋଚନା ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ 'ଏକ୍ସ'ରେ ଆଶା ପ୍ରକାଶ କରିଛନ୍ତି ।
ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ସମେତ ଅନେକ ଦେଶର ଶୀର୍ଷ ନେତା ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି । ତିନିଦିନିଆ ଭାରତ ଗସ୍ତରେ ଆସିଥିବା ଋଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।
ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀ ବ୍ରିକ୍ସ ସମ୍ମିଳନୀ ଉପରେ ସାରା ବିଶ୍ବର ନଜର…ବିଶ୍ବର ତିନି ମହାଶକ୍ତିଙ୍କ ଭପରେ ସମସ୍ତଙ୍କ ଆଖି
ସେପଟେ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ବିଜନେସ୍ ଫୋରମ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବୈଶ୍ୱିକ ସମସ୍ୟାର ସମାଧାନ କେନ୍ଦ୍ର ଏବଂ ନୂଆ ସୁଯୋଗର ଭୂମି ଭାବେ ଉପସ୍ଥାପିତ କରିଛନ୍ତି । ସେ କହିଛନ୍ତି ଯେ ବ୍ରିକ୍ସ ଏବେ ୨୧ଟି ଦେଶର ଏକ ବୃହତ୍ ପରିବାରରେ ପରିଣତ ହୋଇଛି ଏବଂ ବିଶ୍ୱ ଅର୍ଥନୀତିରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱର ବିକାଶ ହାର ଅଢ଼େଇ ଗୁଣା ଥିବା ବେଳେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ବିକାଶ ୪ ଗୁଣା ବୃଦ୍ଧି ପାଇଛି । 'ମେକ୍ ଇନ୍ ଇଣ୍ଡିଆ' ଆଜି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭାରତରେ ଡିଜିଟାଲ୍ କ୍ରାନ୍ତି ଆସିଛି । ବିଶ୍ୱର ମୋଟ ରିୟଲ୍ ଟାଇମ୍ ପେମେଣ୍ଟର ୫୦% କେବଳ ଭାରତର UPI ମାଧ୍ୟମରେ ହେଉଛି ଏବଂ ବିଶ୍ୱର ଅନେକ ଦେଶ ଏହି ବ୍ୟବସ୍ଥାକୁ ଆପଣାଉଛନ୍ତି । ବିଶ୍ୱ ବାଣିଜ୍ୟିକ ପ୍ରତିବନ୍ଧକ ମଧ୍ୟରେ ଭାରତ ଏକ ସୁଗମ ସେତୁ ଭାବେ କାର୍ଯ୍ୟ କରୁଛି । ଭାରତ ବର୍ତ୍ତମାନ ବିଶ୍ୱର ୪୦ଟି ଦେଶ ସହ ମୁକ୍ତ ବାଣିଜ୍ୟ ରାଜିନାମା କରିସାରିଛି ।
ସେହିପରି ୧୮ତମ ବ୍ରିକ୍ସ ସମ୍ମିଳନୀ ପାଇଁ ଦିଲ୍ଲୀରେ ୧୫,୦୦୦ ପୁଲିସ କର୍ମଚାରୀ, ୨୦୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ଓ ୫୦୦ରୁ ଅଧିକ ସିସିଟିଭି କ୍ୟାମେରା ନିୟୋଜିତ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Business forum, bilateral meetings and more…all the action from Bharat Mandapam today. pic.twitter.com/vUhQZqTMBF
— Narendra Modi (@narendramodi) September 11, 2026
ସେହିପରି ୧୮ତମ ବ୍ରିକ୍ସ ସମ୍ମିଳନୀ ପାଇଁ ଦିଲ୍ଲୀରେ ୧୫,୦୦୦ ପୁଲିସ କର୍ମଚାରୀ, ୨୦୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ଓ ୫୦୦ରୁ ଅଧିକ ସିସିଟିଭି କ୍ୟାମେରା ନିୟୋଜିତ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories