Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଏଣିକି ଦେଶରେ ଦୌଡ଼ିବ ହାଇଡ୍ରୋଜେନ ବସ୍; ୧୦ ପ୍ରମୁଖ ମାର୍ଗରେ ଆରମ୍ଭ ହୋଇଗଲା ପରୀକ୍ଷଣ

National

Hydrogen fuel bus service India / ଏଣିକି ଦେଶରେ ଦୌଡ଼ିବ ହାଇଡ୍ରୋଜେନ ବସ୍; ୧୦ ପ୍ରମୁଖ ମାର୍ଗରେ ଆରମ୍ଭ ହୋଇଗଲା ପରୀକ୍ଷଣ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଏଣିକି ଦେଶରେ ଦୌଡ଼ିବ ହାଇଡ୍ରୋଜେନ ବସ୍; ୧୦ ପ୍ରମୁଖ ମାର୍ଗରେ ଆରମ୍ଭ ହୋଇଗଲା ପରୀକ୍ଷଣ
Hydrogen Bus

Key Points

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ହାଇଡ୍ରୋଜେନ୍ ହେଉଛି ଭବିଷ୍ୟତର ଇନ୍ଧନ। କେନ୍ଦ୍ର ସରକାର ଦିଲ୍ଲୀ-ଆଗ୍ରା, ମୁମ୍ବାଇ-ପୁଣେ ଏବଂ ଅହମ୍ମଦାବାଦ-ସୁରତ ସମେତ ଦେଶର ୧୦ ପ୍ରମୁଖ ମାର୍ଗରେ ହାଇଡ୍ରୋଜେନ୍-ଇନ୍ଧନ ଚାଳିତ ଯାନର ପରୀକ୍ଷଣ କରୁଛନ୍ତି।
Hydrogen fuel bus trial run: ଦେଶରେ ସ୍ୱଚ୍ଛ ଏବଂ ସ୍ଥାୟୀ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଭବିଷ୍ୟତରେ ପରିବହନ କ୍ଷେତ୍ରରେ ହାଇଡ୍ରୋଜେନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇନ୍ଧନ ଭାବେ ଉଭା ହେବ। ଏଥିପାଇଁ, ସରକାର ଦେଶର ୧୦ ପ୍ରମୁଖ ମାର୍ଗରେ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଯାନର ପରୀକ୍ଷଣ କରୁଛନ୍ତି। ଭାରତ ବିକଳ୍ପ ଇନ୍ଧନ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେଇପାରିବ। ପରିବହନ ବ୍ୟବସ୍ଥାକୁ ସୁରକ୍ଷିତ, ଆଧୁନିକ ଏବଂ ପରିବେଶ ଅନୁକୂଳ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ।

୧୦ ପ୍ରମୁଖ ମାର୍ଗରେ ଚାଲିଛି ହାଇଡ୍ରୋଜେନ୍ ପରୀକ୍ଷଣ
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦେଶର ୧୦ ଭିନ୍ନ ଭିନ୍ନ ମାର୍ଗରେ ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର ପରୀକ୍ଷଣ କରୁଛି। ତାହା ହେଉଛି...

ଗ୍ରେଟର ନୋଏଡା–ଦିଲ୍ଲୀ–ଆଗ୍ରା
ଭୁବନେଶ୍ୱର–କୋଣାର୍କ–ପୁରୀ
ଅହମ୍ମଦାବାଦ–ବଡୋଦରା–ସୁରଟ
ସାହିବାବାଦ–ଫରିଦାବାଦ–ଦିଲ୍ଲୀ
ପୁଣେ–ମୁମ୍ବାଇ
ଜାମସେଦପୁର–କଳିଙ୍ଗନଗର
ତିରୁବନନ୍ତପୁରମ–କୋଚି
କୋଚି–ଏଡପ୍ପଲି
ଜାମନଗର–ଅହମ୍ମଦାବାଦ
NH-16 ବିଶାଖାପଟ୍ଟନମ୍–ବୟାଭରମ

“ହାଇଡ୍ରୋଜେନ୍ ହେଉଛି ଭବିଷ୍ୟତର ଇନ୍ଧନ”
ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, “ଆମର ମନ୍ତ୍ରଣାଳୟ ସାରା ଦେଶରେ ୧୦ ମାର୍ଗରେ ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଚଲାଉଛି। ମୁଁ ବିଶ୍ୱାସ କରେ ଯେ ହାଇଡ୍ରୋଜେନ୍ ହେଉଛି ପରିବହନ କ୍ଷେତ୍ରର ଭବିଷ୍ୟତ। ଭବିଷ୍ୟତରେ ହାଇଡ୍ରୋଜେନ୍ ପ୍ରମୁଖ ଇନ୍ଧନ ହେବ। ସରକାର ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛିନ୍ତି। ଭବିଷ୍ୟତର ଆବଶ୍ୟକତାକୁ ଧ୍ୟାନରେ ରଖି ଏକ ହାଇଡ୍ରୋଜେନ୍-ଆଧାରିତ ପରିବହନ ବ୍ୟବସ୍ଥା ବିକଶିତ କରିବା ପାଇଁ କାମ ଚାଲିଛି।

ଏହା ସହ ପଢନ୍ତୁ: ଶକ୍ତି ସଂକଟର ହେବ ସମାଧାନ; ଆରମ୍ଭ ହୋଇଗଲା ହାଇଡ୍ରୋଜେନ୍ ବସ୍ ସେବା

ବିକଳ୍ପ ଇନ୍ଧନରେ ଭାରତର ପ୍ରମୁଖ ଭୂମିକା

କେନ୍ଦ୍ରମନ୍ତ୍ରୀ ଗଡକାରୀ କହିଛନ୍ତି ଯେ ଅଟୋମୋବାଇଲ୍ ଶିଳ୍ପ ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଦ୍ରୁତ ଗତିରେ କାମ କରୁଛି। ଭାରତ ପ୍ରଯୁକ୍ତିବିଦ୍ୟା ଏବଂ କମ ଖର୍ଚ୍ଚ ଉଭୟେ ଜୈବ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ। ସେ ପରିବହନ କମ୍ପାନୀ ଏବଂ ଯାନବାହାନ ନିର୍ମାତାଙ୍କୁ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ତମ ଯାତ୍ରୀ ସୁବିଧା ପ୍ରଦାନ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।

ବସ୍ ନିର୍ମାଣ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱାରୋପ
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ବିକଶିତ ବସ୍ ଏବଂ ସାଧାରଣ ପରିବହନ ବ୍ୟବସ୍ଥା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ନିର୍ମାତାଙ୍କର ଏକ ଉଚିତ ମୂଲ୍ୟରେ ଉନ୍ନତ, ସୁରକ୍ଷିତ ଏବଂ ଅଧିକ ଆରାମଦାୟକ ପରିବହନ ଯୋଗାଇବା ଦାୟିତ୍ୱ ରହିଛି।

ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି
ସଡ଼କ ଦୁର୍ଘଟଣାର ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥାଏ। ସେ କହିଛନ୍ତି ଯେ ସଡ଼କ ଦୁର୍ଘଟଣାରେ ପ୍ରାୟ ୧ ଲକ୍ଷ ୮୦ ଲୋକ ପ୍ରାଣ ହରାଉଛନ୍ତି। ମୃତକଙ୍କ ମଧ୍ୟରୁ ୬୬% ହେଉଛନ୍ତି ୧୮-୩୬ ବୟସ ବର୍ଗର। ଏକ ସୁରକ୍ଷିତ ପରିବହନ ବ୍ୟବସ୍ଥା ବିକଶିତ କରିବା ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହିତ କରିବା ଗୁରୁତ୍ୱପୂର୍ଣ୍ଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored