Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିପଦରେ ନେପାଳୀ ଚା' ଉଦ୍ୟୋଗ; ପ୍ରତିଦିନ ନଷ୍ଟ ହେଉଛି ଲକ୍ଷ ଲକ୍ଷ କିଲୋ ପତ୍ର

National

Nepal Tea Industry / ବିପଦରେ ନେପାଳୀ ଚା' ଉଦ୍ୟୋଗ; ପ୍ରତିଦିନ ନଷ୍ଟ ହେଉଛି ଲକ୍ଷ ଲକ୍ଷ କିଲୋ ପତ୍ର

Subhramjit Ray
Browse all articles by Subhramjit Ray
·1 hour ago·2 min read
ବିପଦରେ ନେପାଳୀ ଚା' ଉଦ୍ୟୋଗ; ପ୍ରତିଦିନ ନଷ୍ଟ ହେଉଛି ଲକ୍ଷ ଲକ୍ଷ କିଲୋ ପତ୍ର
Nepal Tea Industry

Key Points

ବିଦେଶରୁ ଆମଦାନୀ ହେଉଥିବା ଚା' ର ଗୁଣବତ୍ତାକୁ ନେଇ ଯାଞ୍ଚ ପ୍ରକ୍ରିୟା କଠୋର ହେବା ପରେ ନେପାଳୀ ଚା' ଶିଳ୍ପ ବନ୍ଦ ହେବାକୁ ବସିଲାଣି।  
Tension rise for Nepal Tea Industry: ନିକଟରେ ନେପାଳରୁ ଆମଦାନୀ ହେଉଥିବା ଚା' ପାଇଁ ଯାଞ୍ଚ ନିୟମକୁ କଡ଼ାକଡ଼ି କରିଥିଲା ଭାରତୀୟ ଟି ବୋର୍ଡ। ଏନେଇ କୁହାଯାଇଥିଲ ଯେ ଏହି ଯାଞ୍ଚ ମାଧ୍ୟମରେ ଏହା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବିଦେଶରୁ ଆସୁଥିବା ଚା' ଭାରତୀୟ ଗୁଣବତ୍ତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଚା' ପାଇଁ ଭାରତୀୟ ଟି ବୋର୍ଡ ଦ୍ୱାରା ଯାଞ୍ଚ ପ୍ରକ୍ରିୟ କଠୋର ହେବା ପରେ, ଏହାର ପ୍ରଭାବ ଏବେ ନେପାଳର ଚା' ଶିଳ୍ପ ଉପରେ ପଡ଼ିଛି। ଏପରିକି ଚା' କାରଖାନା ବନ୍ଦ ହେବାକୁ ବସିଥିବା ବେଳେ, ପ୍ରତିଦିନ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଦିନକୁ ଦିନ ନେପାଳୀ ଚା' ଶିଳ୍ପ ଉପରେ ସମସ୍ୟା ବଢିବାରେ ଲାଗିଥିବା ବେଳେ, ଏହି ପ୍ରସଙ୍ଗରେ ବିରୋଧି ଦଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାରଙ୍କୁ ଘେରିଛି। ଭାରତ ନେପାଳୀ ଚା' ପାଇଁ ସବୁଠାରୁ ବଡ଼ ବଜାର ହୋଇଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ଭାରତ ସହିତ ତୁରନ୍ତ ଆଲୋଚନା କରିବାକୁ ସେମାନେ ଦାବି କରିଛନ୍ତି। ନେପାଳୀ କଂଗ୍ରେସ ନେତା ଭିଷ୍ମରାଜ ଆଙ୍ଗଦାମ୍ବେ ଦେଶର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନେପାଳୀ ଚା' ରପ୍ତାନି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦେଶର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଇଲାମ ଜିଲ୍ଲାର ଇଲାମ ପୌରପାଳିକାର ୧୮ତମ ସାଧାରଣ ସମ୍ମିଳନୀର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ଭୀଷ୍ମରାଜ ଅଙ୍ଗଦାମ୍ବେ ବାଲେନ ସରକାରଙ୍କୁ କୂଟନୈତିକ ପଦକ୍ଷେପ ମାଧ୍ୟମରେ ଭାରତକୁ ନେପାଳୀ ଚା' ରପ୍ତାନି କରିବାରେ ହେଉଥିବା ଅସୁବିଧାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି।

ଏହା ସହ ପଢନ୍ତୁ: ଠପ୍ ହୋଇଗଲା ଚା' କାରଖାନା; ଉତ୍ପାଦନ ହୋଇଗଲା ବନ୍ଦ! ଏବେ ପାକିସ୍ତାନ-ବାଂଲାଦେଶ ଉପରେ ନେପାଳ ନଜର

ନେପାଳରେ ବନ୍ଦ ହୋଇଗଲା ଚା' ଉତ୍ପାଦନ

ନେପାଳୀ ଚା' ଉତ୍ପାଦନକାରୀ ଗତ ସପ୍ତାହରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚା' ଉତ୍ପାଦନ ସ୍ଥଗିତ ରଖିଛନ୍ତି। କାରଣ ଭାରତ ବିଦେଶରୁ ଆମଦାନୀ ହେଉଥିବା ଚା' ଉପରେ କଠୋର ଗୁଣବତ୍ତା ଯାଞ୍ଚ ନିୟମ ଲାଗୁ କରିଛି। ଯାହା ଦ୍ୱାରା ଏହା ଭାରତର ଘରୋଇ ଗୁଣବତ୍ତା ମାନଦଣ୍ଡ ପାଳନ କରିପାରିବ। ଯାହାର ଅର୍ଥ ହେଉଛି ଯେ ଏଣିକି କେବଳ ଆବଶ୍ୟକୀୟ ଗୁଣବତ୍ତା ରହିଥିବା ଚା' ବିଦେଶରୁ ଆମଦାନୀ କରାଯିବ।

ଏହି ପରିପ୍ରେକ୍ଷୀରେ ନେପାଳୀ ଚା' ଉତ୍ପାଦନକାରୀ ବାଲେନ ସରକାରକୁ ଭାରତକୁ ନେପାଳୀ ଚା' ରପ୍ତାନୀ କରିବାରେ ହେଉଥିବା ଅସୁବିଧା ଦୂର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନେପାଳୀ ଚା' ଆମଦାନୀ ପାଇଁ ଭାରତ କଠୋର ନିୟମ ଅନୁସରଣ କରିବା ପରେ ଗତ ୧୫ ତାରିଖରୁ ଇଲାମ ଜିଲ୍ଲାରେ ପ୍ରାୟ ୧୦୦ ଚା' ଉଦ୍ୟୋଗ ବନ୍ଦ ହୋଇଯାଇଛି।

ସମସ୍ୟାକୁ ନେଇ କ'ଣ କହୁଛି ନେପାଳୀ ବିରୋଧି ଦଳ?
ବିରୋଧି ଦଳ ନେତା ଆଙ୍ଗଦମ୍ବେ କହିଛନ୍ତି ଯେ ବାଲେନ ସରକାର ଦେଶର ଚା' ଶିଳ୍ପର ସମସ୍ୟା ପ୍ରତି ପର୍ଯ୍ୟାପ୍ତ ଧ୍ୟାନ ଦେଉନାହାଁନ୍ତି। ଯାହାର ଫଳସ୍ୱରୂପ ପ୍ରତିଦିନ ଲକ୍ଷ ଲକ୍ଷ କିଲୋଗ୍ରାମ ସବୁଜ ଚା' ପତ୍ର ନଷ୍ଟ ହେଉଛି। ଯାହା ଫଳରେ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ସେ କହିଛନ୍ତି ଆମେ ସଂସଦରେ ଏହି ପ୍ରସଙ୍ଗ ବାରମ୍ବାର ଉଠାଉଛୁ। ହେଲେ ସରକାର ଏହାକୁ ଗମ୍ଭୀରତାର ସହିତ ନେଉନାହାଁନ୍ତି। ସେ ଆହୁରି କହିଛନ୍ତି ଏହି ସମସ୍ୟାର ସମାଧାନ ପାଇଁ ଭାରତ ସହିତ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ କରିବାରେ ସରକାରଙ୍କ ବିଫଳତା ସେମାନଙ୍କ ଦୁର୍ବଳତାକୁ ଦର୍ଶାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored