Nepal Tea Export Stop / ଠପ୍ ହୋଇଗଲା ଚା' କାରଖାନା; ଉତ୍ପାଦନ ହୋଇଗଲା ବନ୍ଦ! ଏବେ ପାକିସ୍ତାନ-ବାଂଲାଦେଶ ଉପରେ ନେପାଳ ନଜର
·2 months ago·2 min read

Key Points
ନେପାଳୀ ଚା' ଉତ୍ପାଦକ ସଂଘ ବାଂଲାଦେଶ-ପାକିସ୍ତାନ ଭଳି ବିକଳ୍ପ ବଜାରକୁ ନେପାଳୀ ଚା' ରପ୍ତାନି ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛି।
Nepal Tea Factory Shutdown: ସଦ୍ୟ ନେପାଳର ଚା' ଉତ୍ପାଦନକାରୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେମାନେ ଘୋଷଣା କରିଛନ୍ତି ଯେ ଗୁରୁବାର (ଜୁନ୍ ୧୮) ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚା' ଉତ୍ପାଦନ ବନ୍ଦ ରଖିବେ। କାରଣ ଭାରତ, ନେପାଳରୁ ଆମଦାନୀ ହେଉଥିବା ଚା' ପାଇଁ ଯାଞ୍ଚ ନିୟମକୁ କଡ଼ାକଡ଼ି କରିଛି। ଏନେଇ ଭାରତ କହିଛି ଯେ ସେ ଏହା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବିଦେଶରୁ ଆସୁଥିବା ଚା' ଭାରତୀୟ ଗୁଣବତ୍ତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଏବେ ଭାରତର ଏହି ନିଷ୍ପତ୍ତି ନେପାଳର ଚା' ଶିଳ୍ପ ପାଇଁ ଅସୁବିଧା ବଢ଼ାଇଛି। କାରଣ ଭାରତ ହେଉଛି ନେପାଳ ଚା' କ୍ରୟ କରିବାରେ ସବୁଠାରୁ ବଡ଼ କ୍ରେତା।
ଭାରତର ନିଷ୍ପତ୍ତି ପରେ ବଢିଲା ନେପାଳ
ଏନେଇ ଗତ ସପ୍ତାହରେ "ଭାରତୀୟ ଚା' ବୋର୍ଡ଼" (Tea Board of India) ପକ୍ଷରୁ କୁହାଯାଇ ସାରିଛି ଯେ, ବିଦେଶରୁ ଆମଦାନୀ ହୋଇଥିବା ଚା' ଭାରତୀୟ
ଗୁଣବତ୍ତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଏହାକୁ ସୁନିଶ୍ଚିତ କରିବା ପାଇଁ ବିଦେଶରୁ ଆମଦାନୀ ହେଉଥିବା ଚା' ର ଗୁଣବତ୍ତା ଯାଞ୍ଚ ପ୍ରକ୍ରିୟକୁ ପୂର୍ବପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି।
ଏନେଇ ବୋର୍ଡ଼ ଉପାଧ୍ୟକ୍ଷ ସି. ମୁରୁଗାନ କହିଛନ୍ତି, "ନେପାଳ ସମେତ ବିଦେଶରୁ ଦେଶକୁ ଆମଦାନୀ ହେଉଥିବା ସମସ୍ତ ଚା'ର ୧୦୦ ପ୍ରତିଶତ ଯାଞ୍ଚ କରିବା ଆରମ୍ଭ କରିଦେଇଛୁ। ଗ୍ରାହକଙ୍କୁ ସୁରକ୍ଷା ଏବଂ ଗୁଣବତ୍ତା ମାନଦଣ୍ଡ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ନିୟମ ଘରୋଇ ବ୍ୟବହାର ପାଇଁ ଭାରତରେ ଆମଦାନୀ ହେଉଥିବା ଚା, ଏବଂ ମିଶ୍ରଣ ଏବଂ ପୁନଃରପ୍ତାନୀ ଚା' ଉପରେ ପ୍ରଯୁଜ୍ୟ ହେବ।"
ଏହା ସହ ପଢନ୍ତୁ: ଦେଶ ନୁହେଁ ବିଦେଶରେ ମଧ୍ୟ ଲୋକପ୍ରିୟା ଆସାମ ଚା'; କେଉଁ ପର୍ଯ୍ୟନ୍ତ ଲମ୍ବିଛି କାରବାର?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ ଯେ ଭାରତ, ନେପାଳରେ ଉତ୍ପାଦିତ ଚା' ପାଇଁ ସବୁଠାରୁ ବଡ଼ ବଜାର। ଭାରତର ଏହି ନିଷ୍ପତ୍ତି ପରେ, ନେପାଳୀ ଚା' ଉତ୍ପାଦକ, ବିଶେଷକରି କୋଶି ପ୍ରଦେଶର ଇଲାମ ଜିଲ୍ଲାର ଚା' ଉତ୍ପାଦକ, ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉତ୍ପାଦନ ବନ୍ଦ ଘୋଷଣା କରିଛନ୍ତି।
ଏନେଇ କ'ଣ କହୁଛନ୍ତି ନେପାଳୀ ଚା' ଉତ୍ପାଦକ?
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନେପାଳୀ ଚା' ଉତ୍ପାଦକ ସଂଘ କହିଛି ଯେ ଭାରତୀୟ ଚା ବୋର୍ଡ ନୂତନ ନିୟମ ଲାଗୁ କରିବା ପରେ ଏହି ହିମାଳୟ ଦେଶର ଉତ୍ପାଦକଙ୍କୁ ରପ୍ତାନୀ କରିବାରେ ଅସୁବିଧାର ସାମ୍ନା କରିବାକୁ ପଡୁଛି। ସଂଘର ସାଧାରଣ ସମ୍ପାଦକ ଶୁକ୍ର ଦହଲ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରତିବର୍ଷ ପ୍ରାୟ ୫ ବିଲିୟନ ନେପାଳୀ ଟଙ୍କା ମୂଲ୍ୟର ଚା' ଭାରତକୁ ରପ୍ତାନୀ ହୋଇଥାଏ। ସେ ନେପାଳ ସରକାରଙ୍କୁ ବାଂଲାଦେଶ-ପାକିସ୍ତାନ ଭଳି ବିକଳ୍ପ ବଜାରକୁ ନେପାଳୀ ଚା' ରପ୍ତାନି ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ବୁଧବାର ସଂସଦରେ ଏହି ପ୍ରସଙ୍ଗରେ ଭାଷଣ ଦେଇ, ନେପାଳ ସରକାରଙ୍କ କୃଷି, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗୀତା ଚୌଧୁରୀ କହିଛନ୍ତି ଯେ ଚା' ଉତ୍ପାଦକ ବର୍ତ୍ତମାନ ସାମ୍ନା କରୁଥିବା ସମସ୍ୟାର କରିବା ପାଇଁ ସରକାର ବୈଷୟିକ ଏବଂ କୂଟନୈତିକ ସ୍ତରରେ ପ୍ରୟାସ କରୁଛନ୍ତି। ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପ୍ରୟାସ ଏକ ସକାରାତ୍ମକ ଦିଗରେ ଗତି କରୁଛି।

Related Topics
Explore more stories