Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜୁଲାଇ ପହିଲାରୁ ବଢିବ ପାସପୋର୍ଟ ଫିସ୍; କେତେ ହେବ ମୂଲ୍ୟ?

National

Passport fee hike India / ଜୁଲାଇ ପହିଲାରୁ ବଢିବ ପାସପୋର୍ଟ ଫିସ୍; କେତେ ହେବ ମୂଲ୍ୟ?

Subhramjit Ray
Browse all articles by Subhramjit Ray
·1 hour ago·2 min read
ଜୁଲାଇ ପହିଲାରୁ ବଢିବ ପାସପୋର୍ଟ ଫିସ୍; କେତେ ହେବ ମୂଲ୍ୟ?
Passport Fee Hike

Key Points

ଭାରତ ସରକାର ପାସପୋର୍ଟ ଫି ବୃଦ୍ଧି କରିଛନ୍ତି। ଏହି ନୂତନ ଫି ୨୦୨୬ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ।
Passport fee hike from 1 July 2026: ଭାରତ ସରକାର ପାସପୋର୍ଟ ବନାଇବା ପାଇଁ ଶୁଳ୍କ (Fees) ବୃଦ୍ଧି କରିଛନ୍ତି। ଏହି ନୂତନ ଶୁଳ୍କ ଚଳିତ ବର୍ଷ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ସରକାର ପାସପୋର୍ଟ ନିୟମ ୧୯୮୦ ସଂଶୋଧନ କରି ଏହି ନୂତନ ଶୁଳ୍କ ଲାଗୁ କରାଯାଉଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆବେଦନକାରୀଙ୍କୁ ଏବେ ଅତିରିକ୍ତ ୧,୦୦୦ ଦେବାକୁ ହେବ। ଅର୍ଥାତ୍ ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ଶୁଳ୍କ ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୫୦୦ ଟଙ୍କା ହୋଇଯାଇଛି। ତତ୍କାଳ ସେବା ପାଇଁ ଶୁଳ୍କ, ଯାହା ପୂର୍ବରୁ ୩୫୦୦ ଟଙ୍କା ରହିଥିଲା, ତାହା ଏବେ ୫୦୦୦ ଟଙ୍କା ହୋଇଛି।

ଏଣିକି ମହଙ୍ଗା ହେବ ପାସପୋର୍ଟ
୧୯୭୬ ପାସପୋର୍ଟ ଆଇନର ଧାରା ୨୪ ଅନୁଯାୟୀ ସରକାର ଏହି ପରିବର୍ତ୍ତନ କରିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ବିଭିନ୍ନ ବର୍ଗର ପାସପୋର୍ଟ ଆବେଦନ ପାଇଁ ଶୁଳ୍କ ସ୍ଥିର କରାଯାଇଛି। ଯାହା ପ୍ରଦାନ କରାଯାଉଥିବା ଶୁଳ୍କ ଢାଞ୍ଚାକୁ ସରଳ ଏବଂ ସ୍ପଷ୍ଟ କରିଛି। ନୂତନ ନିୟମ ଏହା ମଧ୍ୟ ସ୍ପଷ୍ଟ କରୁଛି ଯେ ବୟସ୍କ ବର୍ଗରେ ଆବେଦନ କରୁଥିବା ୧୫ ବର୍ଷରୁ ୧୮ ବର୍ଷର ନାବାଳକଙ୍କୁ ବୟସ୍କଙ୍କ ପରି ସମାନ ଶୁଳ୍କ ଦେବାକୁ ହେବ। ସରକାର କହିଛନ୍ତି ଯେ ଏହି ସଂଶୋଧନ ପାସପୋର୍ଟ ସେବାକୁ ଉନ୍ନତ କରିବାରେ ଏବଂ ପ୍ରକ୍ରିୟାକୁ ସୁଗମ କରିବାରେ ସାହୟକ ହେବ। ହେଲେ ତଥାପି ବର୍ଦ୍ଧିତ ଶୁଳ୍କ କାରଣରୁ ସାଧାରଣ ନାଗରିକଙ୍କ ପାଇଁ ପାସପୋର୍ଟ ବନାଇବା ପୂର୍ବପେକ୍ଷା ଅଧିକ ମହଙ୍ଗା ହୋଇଯିବ। ୨୦୨୬ ଜୁଲାଇ ୧ ତାରିଖ ପରେ ପାସପୋର୍ଟ ପାଇଁ ଆବେଦନ କରିବାକୁ ଯୋଜନା କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ବର୍ଦ୍ଧିତ ନୂତନ ଶୁଳ୍କ ଦେବାକୁ ହେବ।

ଏହା ସହ ପଡନ୍ତୁ: ଜୁଲାଇ ପହିଲାରୁ ମାଗଣା ମିଳିବ ଏହି ସେବା; ୬ ମାସ ପାଇଁ UIDAI ପକ୍ଷରୁ ଛାଡ଼ ହେଲା ମୂଳ୍ୟ

ବିଭିନ୍ନ ପାସପୋର୍ଟ ପାଇଁ ବର୍ଦ୍ଧିତ ନୂତନ ଶୁଳ୍କ
୩୬ ପୃଷ୍ଠାର ସାଧାରଣ ପାସପୋର୍ଟ- ୧୫୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
୩୬ ପୃଷ୍ଠାର ତତ୍କାଳ ପାସପୋର୍ଟ- ୩୫୦୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
୬୦ ପୃଷ୍ଠାର ସାଧାରଣ ପାସପୋର୍ଟ- ୨୦୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
୬୦ ପୃଷ୍ଠାର ତତ୍କାଳ ପାସପୋର୍ଟ- ୪୦୦୦ ଟଙ୍କାରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ବରିଷ୍ଠ ନାଗରିକ ଏବଂ ଶିଶୁଙ୍କ ପାଇଁ ଆଶ୍ୱସ୍ତି
୮ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ଆବେଦନ ଉପରେ ସରକାର ୧୦% ରିହାତି ପ୍ରଦାନ କରିଛନ୍ତି। ଏହି ରିହାତି ପାସପୋର୍ଟ ପୁନଃ ପ୍ରଦାନ (Passport Renewal) ପାଇଁ ପ୍ରଯୁଜ୍ୟ ହେବ ନାହିଁ। ହେଲେ ତଥାପି ବିସ୍ତୃତ ସୂଚନା ଏବଂ ଅନଲାଇନ୍ ଆବେଦନ ପାଇଁ ଆପଣ ପାସପୋର୍ଟ ସେବା କେନ୍ଦ୍ରର ସରକାରୀ ୱେବସାଇଟ୍ ପରିଦର୍ଶନ କରିପାରିବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored