RBI Plastic Notes / କେବେ ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ? RBI କଲା ବଡ଼ ଘୋଷଣା
·2 hours ago·2 min read

Key Points
କାଗଜ ନୁହେଁ, ଏବେ ପ୍ଲାଷ୍ଟିକ୍ ନୋଟ୍
RBI ଦେଲା ବଡ଼ ସଙ୍କେତ
ଜାଣନ୍ତୁ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ କେବେ ଆସିବ?

ଆଉ କାଗଜ ନୁହେଁ, ଆସୁଛି ପ୍ଲାଷ୍ଟିକ୍ ଟଙ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଭାରତର ମୁଦ୍ରା ବ୍ୟବସ୍ଥାରେ ଆଣିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଖୁବଶୀଘ୍ର ବଜାରକୁ ଆସିପାରେ । ତେବେ କେବେଠାରୁ ଚଳିବ ଏହି ପ୍ଲାଷ୍ଟିକ୍ ନୋଟ୍ ଏବଂ କ'ଣ ହେବ ପୁରୁଣା କାଗଜ ନୋଟ୍ର ଭବିଷ୍ୟତ ? ଜାଣନ୍ତୁ...
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍କୁ ଅପରିବର୍ତ୍ତିତ ରଖିବା ସହ ପ୍ଲାଷ୍ଟିକ୍ ବା ପଲିମର କରେନ୍ସି ନୋଟ୍କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ୨୦୨୮ ଆର୍ଥିକ ବର୍ଷର ଆରମ୍ଭରୁ ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍କୁ ବଜାରରେ ପ୍ରଚଳନ କରିବା ଲକ୍ଷ୍ୟ ରଖାଯାଇଛି ।
ଏମପିସି ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ RBI ଗଭର୍ଣ୍ଣର କହିଛନ୍ତି ଯେ, ପଲିମର ନୋଟ୍ର ପାଇଲଟ୍ ପ୍ରକଳ୍ପ ବର୍ତ୍ତମାନ ଚାଲିଛି । ଏହି ନୋଟ୍କୁ ସାଧାରଣ ପ୍ରଚଳନରେ ଆଣିବା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ଓ ମୂଲ୍ୟାଙ୍କନ କରାଯିବ ।
ନିକଟରେ କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ର ଫିଲ୍ଡ ଟ୍ରାଏଲ୍ ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲେ । ସଂସଦରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୦ ଟଙ୍କା ଓ ୨୦ ଟଙ୍କାର ୧୦୦ କୋଟି ଲେଖାଏଁ ପଲିମର ନୋଟ୍ର କ୍ଷେତ୍ର ପରୀକ୍ଷା କରାଯିବ। ଏହି ପରୀକ୍ଷା ସଫଳ ହେଲେ ପରେ ନିୟମିତ ଭାବେ ଏହି ନୋଟ୍ ଜାରି କରାଯିବ ।
ଅଧିକ ପଢ଼ନ୍ତୁ: ଅପରେସନ୍ ସିନ୍ଦୂର: ପାକିସ୍ତାନ ଚାହୁଁଥିଲା ଯୁଦ୍ଧବିରାମ, କିନ୍ତୁ ତୁରନ୍ତ ମାନିଲାନି ଭାରତ; ଜାଣନ୍ତୁ କାହିଁକି...
ସରକାର ସ୍ପଷ୍ଟ କରିଛନ୍ତି ଯେ, ପଲିମର ନୋଟ୍ ଆସିଲେ ମଧ୍ୟ ବର୍ତ୍ତମାନ ଚଳନରେ ଥିବା କାଗଜ ନୋଟ୍ ବନ୍ଦ ହେବ ନାହିଁ । ଉଭୟ ପ୍ରକାରର ନୋଟ୍ ଏକାସାଙ୍ଗରେ ବଜାରରେ ଚାଲିବ । ବର୍ତ୍ତମାନ କାଗଜ ନୋଟ୍କୁ ସମ୍ପୂର୍ଣ୍ଣ ଭାବେ ପଲିମର ନୋଟ୍ରେ ବଦଳାଇବା ପାଇଁ କୌଣସି ଯୋଜନା ନାହିଁ ।
ପଲିମର ନୋଟ୍ ସାଧାରଣ କାଗଜ ନୋଟ୍ ତୁଳନାରେ ଅଧିକ ଜୀବନକାଳ ହୋଇଥାଏ । ଏହାର ଆୟୁ ଅଧିକ ହେବା ସହିତ ଏହାକୁ ନକଲ କରିବା ମଧ୍ୟ ବହୁତ କଷ୍ଟକର ବୋଲି କୁହାଯାଉଛି । ତେବେ ଏହି ପ୍ରକଳ୍ପ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ନିୟମିତ ଜାରି ପରେ ଡିଜିଟାଲ ପେମେଣ୍ଟ ଉପରେ ଏହାର ପ୍ରଭାବ ମଧ୍ୟ ଆକଳନ କରାଯିବ ।
ଉଲ୍ଲେଖଯୋଗ୍ୟ, ପଲିମର କରେନ୍ସି ନୋଟ୍ ପ୍ରଥମେ ୧୯୮୮ ମସିହାରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର ୫୦ରୁ ଅଧିକ ଦେଶରେ ଏହି ପ୍ରକାରର ନୋଟ୍ ବ୍ୟବହାର କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories