Videos
|
National

Operation Sindoor Strategy / ଅପରେସନ୍‌ ସିନ୍ଦୂର: ପାକିସ୍ତାନ ଚାହୁଁଥିଲା ଯୁଦ୍ଧବିରାମ, କିନ୍ତୁ ତୁରନ୍ତ ମାନିଲାନି ଭାରତ; ଜାଣନ୍ତୁ କାହିଁକି...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଅପରେସନ୍‌ ସିନ୍ଦୂର: ପାକିସ୍ତାନ ଚାହୁଁଥିଲା ଯୁଦ୍ଧବିରାମ, କିନ୍ତୁ ତୁରନ୍ତ ମାନିଲାନି ଭାରତ; ଜାଣନ୍ତୁ କାହିଁକି...
Operation Sindoor

Key Points

ଅପରେସନ୍ ସିନ୍ଦୂରକୁ ନେଇ ବଡ଼ ଖୁଲାସା
ଯୁଦ୍ଧବିରାମ ପାଇଁ ପାକିସ୍ତାନ କରିଥିଲା ଅନୁରୋଧ
କିନ୍ତୁ ଭାରତ କାହିଁକି ତୁରନ୍ତ ମାନିଲା ନାହିଁ ?
ଅପରେସନ୍ ସିନ୍ଦୂରକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ପୂର୍ବତନ CDS ଜେନେରାଲ୍ ଅନୀଲ ଚୌହାନ । ସେ କହିଛନ୍ତି, ପାକିସ୍ତାନ ସକାଳେ ଯୁଦ୍ଧବିରାମ ଚାହିଁଥିଲେ ମଧ୍ୟ ଭାରତ ତୁରନ୍ତ ରାଜି ହୋଇନଥିଲା । କାରଣ, ସାମରିକ ଲକ୍ଷ୍ୟ ପୂରଣ କରିବା ପରେ ହିଁ ଯୁଦ୍ଧବିରାମକୁ ସ୍ୱୀକୃତି ଦେବାକୁ ଭାରତ ନିଷ୍ପତ୍ତି ନେଇଥିଲା । ତେବେ କ'ଣ ଥିଲା ଅପରେସନ୍ ସିନ୍ଦୂରର ସମ୍ପୂର୍ଣ୍ଣ ରଣନୀତି ? ଆସନ୍ତୁ ଜାଣିବା...

ପୂର୍ବତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଅନୀଲ ଚୌହାନ ନିକଟରେ ଏକ କାର୍ଯ୍ୟକ୍ରମରେ ଅପରେସନ୍ ସିନ୍ଦୂର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେୟାର କରିଛନ୍ତି । ତାଙ୍କ କହିବା ଅନୁସାରେ, ୧୦ ମେ' ୨୦୨୫ ସକାଳେ ପାକିସ୍ତାନ ଡିଜିଏମଓ ହଟଲାଇନ୍ ମାଧ୍ୟମରେ ଭାରତକୁ ତୁରନ୍ତ ଯୁଦ୍ଧବିରାମ ପାଇଁ ଅନୁରୋଧ କରିଥିଲା । କିନ୍ତୁ ଭାରତ ତୁରନ୍ତ ଏହାକୁ ସ୍ୱୀକାର କରିନଥିଲା ଏବଂ ଦ୍ୱିପ୍ରହର ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ, କାରଣ ପୂର୍ବରୁ ଯୋଜନା କରାଯାଇଥିବା କିଛି ସାମରିକ ଅଭିଯାନ ସେତେବେଳେ ମଧ୍ୟ ବାକି ଥିଲା । ତେଣୁ ତୁରନ୍ତ ଯୁଦ୍ଧବିରାମକୁ ଭାରତ ସ୍ବୀକାର କରିନଥିଲା ।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହି ଆତଙ୍କବାଦୀ ଆକ୍ରମଣର ଜବାବରେ ୭ ମେ' ୨୦୨୫ରେ ଆରମ୍ଭ ହୋଇଥିଲା ଅପରେସନ୍‌ ସିନ୍ଦୂର ।

ଅଧିକ ପଢ଼ନ୍ତୁ: ଧାରା ୩୭୦ ଉଚ୍ଛେଦକୁ ୭ ବର୍ଷ; ମେହବୁବା ମୁଫତିଙ୍କୁ ଆତଙ୍କବାଦୀ କହିଲେ କେନ୍ଦ୍ର ମନ୍ତ୍ରୀ


ପ୍ରଥମ ପର୍ଯ୍ୟାୟରେ ଭାରତ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସହ ଜଡ଼ିତ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଥିଲା । ଏହାର ଜବାବରେ ପାକିସ୍ତାନ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରିଥିଲେ । କିନ୍ତୁ ଏସବୁ ଭାରତର ଡିଫେନ୍ସ ସିଷ୍ଟମ୍‌ ନିଷ୍କ୍ରିୟ କରିଦେଇଥିଲା । ଏହା ପରେ ଭାରତ ପାକିସ୍ତାନର ସାମରିକ ଠିକଣା ଉପରେ ଆକ୍ରମଣ ଆରମ୍ଭ କରିଥିଲା ।

ଜେନେରାଲ୍ ଚୌହାନଙ୍କ ସୂଚନା ଅନୁଯାୟୀ, ୯ ମେ' ରାତିରୁ ୧୦ ମେ' ଦ୍ୱିପ୍ରହର ପର୍ଯ୍ୟନ୍ତ ଭାରତ ପାକିସ୍ତାନର ୧୧ଟି ସାମରିକ ଠିକଣା ଓ ବିମାନ ଘାଟି ଉପରେ ଏକାଧିକ ପର୍ଯ୍ୟାୟରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ହ୍ୟାଙ୍ଗର, ରାଡାର କେନ୍ଦ୍ର ଓ କିଛି ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି ।

ତାଙ୍କ କହିବା ଅନୁସାରେ, ଭାରତର ଆକ୍ରମଣର ତୀବ୍ରତା ବଢ଼ିବା ପରେ ପାକିସ୍ତାନ ସକାଳ ପ୍ରାୟ ୯ଟା ୩୦ରେ ଯୁଦ୍ଧବିରାମ ପାଇଁ ସମ୍ପର୍କ କରିଥିଲା । କିନ୍ତୁ ଭାରତ ତୁରନ୍ତ ସମ୍ମତି ନଦେଇ, ପୂର୍ବ ନିର୍ଦ୍ଧାରିତ ଅଭିଯାନ ସମ୍ପୂର୍ଣ୍ଣ କରିବା ପରେ ହିଁ ଏହାକୁ ସ୍ୱୀକାର କରିଥିଲା

ଜେନେରାଲ୍ ଚୌହାନ ଏହା ମଧ୍ୟ କହିଛନ୍ତି ଯେ, ଆଧୁନିକ ଯୁଦ୍ଧରେ ତଥ୍ୟର ସଠିକ୍ ବିଶ୍ଳେଷଣ ଓ ଶୀଘ୍ର ନିଷ୍ପତ୍ତି ନେବାର କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ନିଜ ଆକ୍ରମଣର ପ୍ରଭାବ ଏବଂ ପାକିସ୍ତାନର ପଦକ୍ଷେପକୁ ଶୀଘ୍ର ଆକଳନ କରି ଆଗାମୀ ରଣନୀତି ପ୍ରସ୍ତୁତ କରିପାରିଥିଲା ।

ତାଙ୍କ ବୟାନ ଅନୁସାରେ, ଅପରେସନ୍ ସିନ୍ଦୂର କେବଳ ପ୍ରତିଆକ୍ରମଣ ନୁହେଁ, ବରଂ ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ସାମରିକ ଅଭିଯାନ ଥିଲା । ଏହି ଘଟଣା ଆଧୁନିକ ସାମରିକ ରଣନୀତି ଏବଂ ଯୁଦ୍ଧକ୍ଷେତ୍ରରେ ଦ୍ରୁତ ନିଷ୍ପତ୍ତିର ଗୁରୁତ୍ୱକୁ ଦର୍ଶାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: