Operation Sindoor / ସେନା ମୁଖ୍ୟଙ୍କ ବଡ଼ ବୟାନ, ଅପରେସନ୍ ସିନ୍ଦୂର 2.O ପାଇଁ ଆମ ସେନା ପୂରା ପ୍ରସ୍ତୁତ
·3 months ago·3 min read

Key Points
ସେନା ମୁଖ୍ୟଙ୍କ ବଡ଼ ଚେତାବନୀ
ସୀମାରେ ବଢ଼ୁଛି ସତର୍କତା
ଅପରେସନ୍ ସିନ୍ଦୂର 2.0 ନେଇ ବଡ଼ ସଙ୍କେତ
ସୀମାରେ ବଢ଼ୁଛି ସତର୍କତା
ଅପରେସନ୍ ସିନ୍ଦୂର 2.0 ନେଇ ବଡ଼ ସଙ୍କେତ
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଭିତରେ ବଡ଼ ଧରଣର ଆକ୍ରମଣ କରିଥିଲା ଭାରତ । ଅପରେସନ୍ ସିନ୍ଦୂରକୁ ୧ ବର୍ଷରୁ ଅଧିକ ସମୟ ବିତିଲାଣି । କିନ୍ତୁ ଏହାରି ମଧ୍ୟରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନା "ଅପରେସନ୍ ସିନ୍ଦୂର 2.0" ପାଇଁ ପ୍ରସ୍ତୁତ ହେଉଛି । ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ ବର୍ତ୍ତମାନର ଶାନ୍ତିକୁ ସ୍ଥାୟୀ ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ; ଏହା କେବଳ ଏକ ଅସ୍ଥାୟୀ ବିରତି ଏବଂ ଭାରତୀୟ ସେନା ପରବର୍ତ୍ତୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ।
ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA)ର ପାସିଂ-ଆଉଟ୍ କ୍ୟାଡେଟମାନଙ୍କୁ ସେମାନଙ୍କର ସାମରିକ କ୍ୟାରିୟର ଆରମ୍ଭ କରିବା ସମୟରେ ଦେଶର ଉଚ୍ଚ ମାନଦଣ୍ଡ ଏବଂ ବୀରତ୍ୱକୁ ସର୍ବଦା ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି ।
ଶତ୍ରୁମାନଙ୍କ ପ୍ରତି ସେନା ମୁଖ୍ୟଙ୍କ କଡ଼ା ବାର୍ତ୍ତା
NDAର ୧୫୦ତମ ପାଠ୍ୟକ୍ରମର ପାସିଂ-ଆଉଟ୍ ପରେଡକୁ ସମ୍ବୋଧିତ କରି ଜେନେରାଲ ଦ୍ୱିବେଦୀ ଆଧୁନିକ ଯୁଦ୍ଧର ପରିବର୍ତ୍ତିତ ସ୍ବରୂପ ବିଷୟରେ କହିଥିଲେ । ସେ କହିଥିଲେ, "ଆଜିର ସମୟରେ ବିପଦ ସବୁବେଳେ ୟୁନିଫର୍ମ କିମ୍ବା ନିର୍ଦ୍ଦିଷ୍ଟ ମୋର୍ଚ୍ଚାରେ ଆସିନଥାଏ । ଅପରେସନ୍ ସିନ୍ଦୂର ଏହାକୁ ପ୍ରମାଣିତ କରିଛି । ଯେତେବେଳେ ଦେଶର ଇଚ୍ଛାଶକ୍ତି ସଠିକତା ଏବଂ ନିଷ୍ଠାର ସହିତ ପ୍ରକାଶିତ ହୁଏ, ସେତେବେଳେ ଭାରତ କିପରି ଉତ୍ତେଜନାର ଜବାବ ଦିଏ, ତାହାର ଏକ ନୂତନ ମାନଦଣ୍ଡ ସ୍ଥାନନ କରିଛି । ବର୍ତ୍ତମାନ, ଏହି ମାନଦଣ୍ଡକୁ ଆହୁରି ଉନ୍ନତ କରିବାର ଦାୟିତ୍ୱ ଆପଣଙ୍କ ପରି ଯୁବକମାନଙ୍କ ଉପରେ ।"
ସେନା ମୁଖ୍ୟ ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ମଧ୍ୟରେ ସମନ୍ୱୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କ୍ୟାଡେଟମାନଙ୍କୁ ବୁଝାଇଥିଲେ ଯେ ଅପରେସନ୍ ସିନ୍ଦୂରର ସଫଳତା ଏହି ଏକୀକୃତ ଆଭିମୁଖ୍ୟର ପରିଣାମ, ଯାହାର ମୂଳଦୁଆ NDA ରେ ସ୍ଥାପିତ ହୋଇଛି । ସେ କହିଥିଲେ ଯେ ଏଠାରେ ମିଳିତତା କେବଳ ପୁସ୍ତକରେ ଅଧ୍ୟୟନର ବିଷୟ ନୁହେଁ, ବରଂ ପ୍ରଥମ ଦିନରୁ ତିନୋଟି ସେବାର ସୈନିକଙ୍କ ସହିତ ଏକାଠି ରହିବାର ଅଭ୍ୟାସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେନା ମୁଖ୍ୟ ମଧ୍ୟ ତାଙ୍କ ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଭାବପ୍ରବଣ ହୋଇଥିଲେ । ସେ କହିଥିଲେ ଯେ ଏହି ଅବସର ତାଙ୍କ ପାଇଁ ବହୁତ ସ୍ୱତନ୍ତ୍ର, କାରଣ ସେ ନିଜେ ୪୨ ବର୍ଷ ପୂର୍ବେ ଏହି ଏକାଡେମୀରୁ ସ୍ନାତକ ହୋଇଥିଲେ । ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ NDAର ୬୫ତମ ପାଠ୍ୟକ୍ରମର ଛାତ୍ର ଏବଂ ଚାର୍ଲି ସ୍କ୍ୱାଡ୍ରନର ଜଣେ କ୍ୟାଡେଟ୍ ଥିଲେ ।
ସୀମାରେ ସତର୍କ ରହିବାର ଆବଶ୍ୟକତା
ଆଧୁନିକ ଯୁଦ୍ଧର ପରିବର୍ତ୍ତିତ ରଣନୀତି ବିଷୟରେ ସେନା ମୁଖ୍ୟ କହିଛନ୍ତି ଯେ ଆଜିର ଯୁଦ୍ଧକ୍ଷେତ୍ର ସମ୍ପୂର୍ଣ୍ଣ ଖୋଲା । ପ୍ରଯୁକ୍ତିବିଦ୍ୟାର ଏହି ଯୁଗରେ, ପ୍ରତ୍ୟେକ ଗତିବିଧି ଅନ୍ୟ ପକ୍ଷ ଦ୍ୱାରା ନିରୀକ୍ଷଣ କରାଯାଏ । ତେଣୁ, ଆମ ସୈନ୍ୟଙ୍କ ନିୟୋଜନ, ଅସ୍ତ୍ରଶସ୍ତ୍ର ବ୍ୟବହାର ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ସାଧାରଣ ନାଗରିକଙ୍କ ସୁରକ୍ଷା ସମ୍ପର୍କରେ ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ପଡିବ ।
ଅପରେସନ୍ ସିନ୍ଦୂର କ’ଣ ଥିଲା?
ଗତ ବର୍ଷ ଏପ୍ରିଲ୍ ୨୨ ତାରିଖରେ ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଅତର୍କିତ ଗୁଳିଚାଳନାରେ ୨୬ ଜଣ ନୀରିହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି କାପୁରୁଷତାପୂର୍ଣ୍ଣ କାର୍ଯ୍ୟର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ଗତ ବର୍ଷ ମେ' ୭ ଏବଂ ୮ ତାରିଖ ରାତିରେ ଅପରେସନ୍ ସିନ୍ଦୂର ନାମରେ ଏକ ସାମରିକ ଅଭିଯାନ ଆରମ୍ଭ କରିଥିଲା । ଆଉ ଏବେ ସେନା ମୁଖ୍ୟଙ୍କ ବୟାନ ସ୍ପଷ୍ଟ କରୁଛି ଯେ ଯଦି ପାକିସ୍ତାନ ଏହାର କାର୍ଯ୍ୟ ପୁନରାବୃତ୍ତି କରିବାକୁ ସାହସ କରେ, ତେବେ "ଅପରେସନ୍ ସିନ୍ଦୂର 2.0" ମାଧ୍ୟମରେ ଏହାକୁ ଆହୁରି ଭୟଙ୍କର ଶିକ୍ଷା ଦିଆଯିବ ।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ISI-ଅଣ୍ଡରୱାର୍ଲ୍ଡ ନେଟୱର୍କର ପର୍ଦ୍ଦାଫାଶ; ୯ ଆତଙ୍କୀକୁ ମାଡ଼ି ବସିଲା ପୋଲିସ
ସୀମାରେ ସତର୍କ ରହିବାର ଆବଶ୍ୟକତା
ଆଧୁନିକ ଯୁଦ୍ଧର ପରିବର୍ତ୍ତିତ ରଣନୀତି ବିଷୟରେ ସେନା ମୁଖ୍ୟ କହିଛନ୍ତି ଯେ ଆଜିର ଯୁଦ୍ଧକ୍ଷେତ୍ର ସମ୍ପୂର୍ଣ୍ଣ ଖୋଲା । ପ୍ରଯୁକ୍ତିବିଦ୍ୟାର ଏହି ଯୁଗରେ, ପ୍ରତ୍ୟେକ ଗତିବିଧି ଅନ୍ୟ ପକ୍ଷ ଦ୍ୱାରା ନିରୀକ୍ଷଣ କରାଯାଏ । ତେଣୁ, ଆମ ସୈନ୍ୟଙ୍କ ନିୟୋଜନ, ଅସ୍ତ୍ରଶସ୍ତ୍ର ବ୍ୟବହାର ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ସାଧାରଣ ନାଗରିକଙ୍କ ସୁରକ୍ଷା ସମ୍ପର୍କରେ ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ପଡିବ ।
ଅପରେସନ୍ ସିନ୍ଦୂର କ’ଣ ଥିଲା?
ଗତ ବର୍ଷ ଏପ୍ରିଲ୍ ୨୨ ତାରିଖରେ ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଅତର୍କିତ ଗୁଳିଚାଳନାରେ ୨୬ ଜଣ ନୀରିହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି କାପୁରୁଷତାପୂର୍ଣ୍ଣ କାର୍ଯ୍ୟର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ଗତ ବର୍ଷ ମେ' ୭ ଏବଂ ୮ ତାରିଖ ରାତିରେ ଅପରେସନ୍ ସିନ୍ଦୂର ନାମରେ ଏକ ସାମରିକ ଅଭିଯାନ ଆରମ୍ଭ କରିଥିଲା । ଆଉ ଏବେ ସେନା ମୁଖ୍ୟଙ୍କ ବୟାନ ସ୍ପଷ୍ଟ କରୁଛି ଯେ ଯଦି ପାକିସ୍ତାନ ଏହାର କାର୍ଯ୍ୟ ପୁନରାବୃତ୍ତି କରିବାକୁ ସାହସ କରେ, ତେବେ "ଅପରେସନ୍ ସିନ୍ଦୂର 2.0" ମାଧ୍ୟମରେ ଏହାକୁ ଆହୁରି ଭୟଙ୍କର ଶିକ୍ଷା ଦିଆଯିବ ।
Related Topics
Explore more stories