World Bank / ଚମକାଇ ଦେଲା ବିଶ୍ଵ ବ୍ୟାଙ୍କ ରିପୋର୍ଟ; ଧନୀ ଦେଶର ୧୦% ଗରିବ କମାଉଛନ୍ତି ଭାରତର ଧନୀଙ୍କଠୁ ବେଶୀ
·50 mins ago·2 min read

Key Points
ଆମେରିକା, କାନାଡ଼ା, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶଗୁଡ଼ିକର ସବୁଠୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ଭାରତର ସବୁଠୁ ଧନୀ ୧୦ ପ୍ରତିଶତ ଲୋକଙ୍କ ଠାରୁ ଅଧିକ ।
ନୂଆଦିଲ୍ଲୀ: ଦୁନିଆର ଧନୀ ଦେଶ ଓ ଭାରତର ଲୋକଙ୍କ ଜୀବନ ସ୍ତରରେ କେତେ ଭିନ୍ନତା ରହିଛି ? ଯାହାର ଅନୁମାନ ସଦ୍ୟ ପ୍ରକାଶିତ ବିଶ୍ଵ ବ୍ୟାଙ୍କ (World Bank) ରିପୋର୍ଟରୁ କରାଯାଇ ପାରିବ । ଆଶ୍ଚର୍ଯ୍ୟର କଥା ହେଉଛି- ଆମେରିକା, କାନାଡ଼ା, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶଗୁଡ଼ିକର ସବୁଠୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ଭାରତର ସବୁଠୁ ଧନୀ ୧୦ ପ୍ରତିଶତ ଲୋକଙ୍କ ଠାରୁ ଅଧିକ ।
ବିଶ୍ଵ ବ୍ୟାଙ୍କର ଦାରିଦ୍ର୍ୟ ଓ ଅସମାନତା ପ୍ଳାଟଫର୍ମର ଏହି ତଥ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥା ଆଗରେ ଏକ ବଡ଼ ଆହ୍ଵାନ ଛିଡ଼ା କରିଛି । ରିପୋର୍ଟର ତୁଳନାରୁ ଜଣାପଡ଼ିଛି, ଭାରତର ସବୁଠୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଦୈନିକ ଆୟ କିମ୍ବା ଖର୍ଚ୍ଚ ପ୍ରତି ବ୍ୟକ୍ତି ପ୍ରାୟ ୩ ଡଲାର୍ ।
ଏଥିସହ ପଢ଼ନ୍ତୁ: ହଠାତ୍ ଶସ୍ତା ହେଲା ସୁନା-ରୂପା, ଦେଖନ୍ତୁ ଏହାର ନୂଆ ଦର
ଯେତେବେଳେ କି ଆମେରିକାର ସବୁଠୁ ୧୦ ପ୍ରତିଶତ ଧନୀଙ୍କ ଖର୍ଚ୍ଚ କିମ୍ବା ଦୈନନ୍ଦିନ ଆୟ ୨୫ ଡଲାର୍ ଅଟେ । କାନାଡ଼ାରେ ୩୧ ଡଲାନ୍ ଏବଂ ଜର୍ମାନୀ ଓ ଅଷ୍ଟ୍ରେଲିଆରେ ୨୮ ଡଲାର୍ ବୋଲି ବିଶ୍ଵ ବ୍ୟାଙ୍କର ଦାରିଦ୍ର୍ୟ ଓ ଅସମାନତା ପ୍ଳାଟଫର୍ମ ଦର୍ଶାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେତେ କମାନ୍ତି ଧନୀ ଭାରତୀୟ ?
ଅନ୍ୟପଟେ ଭାରତର ସର୍ବାଧିକ ୧୦ ପ୍ରତିଶତ ଧନିକ ଶ୍ରେଣୀର ଲୋକଙ୍କ ଆୟ କିମ୍ବା ଦୈନିକ ଆୟ ପ୍ରତି ବ୍ୟକ୍ତି ପ୍ରାୟ ୧୦ ଡଲାର୍ ଅଟେ । ଯେତେବେଳେ କି ଆମେରିକାର ଏହା ୧୭୩ ଡଲାର୍ ରହିଥିବା ବେଳେ କାନାଡ଼ା ଓ ଅଷ୍ଟ୍ରେଲିଆରେ ୧୨୯ ଡଲାର୍ ଏବଂ ଜର୍ମାନୀରେ ୧୨୮ ଡଲାର୍ ପର୍ଯ୍ୟନ୍ତ ଯାଉଛି ।
ଭାରତର ଆର୍ଥିକ ସର୍ବେକ୍ଷଣ ଅନୁସାରେ, ଦେଶରେ ଯେଉଁ ବ୍ୟକ୍ତିଙ୍କ ମାସିକ ଆୟ ୮୦ ହଜାରରୁ ଅଧିକ, ସେମାନେ ଦେଶର ସର୍ବାଧିକ ଆୟକାରୀ ୧୦ ପ୍ରତିଶତଙ୍କ ମଧ୍ୟରେ ଆସୁଛନ୍ତି । ସେହି ଅନୁସାରେ, ତୁଳନା କଲେ ଭାରତର ସବୁଠୁ ଧନୀ ପରିବାରେ ପରିଗଣିତ ଲୋକଙ୍କ ଜୀବନ ସ୍ତର ମଧ୍ୟ ବିକଶିତ ରାଷ୍ଟ୍ରର ଅର୍ଥ ବ୍ୟବସ୍ଥାର ସବୁଠୁ କମ୍ ଆୟକାରୀ ଲୋକଙ୍କ ତୁଳନାରେ ବେଶ୍ କମ୍ ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀର ଜନ୍ତର-ମନ୍ତରରେ ଆଉ କରି ପାରିବେନି ବିକ୍ଷୋଭ; ପ୍ରତିବାଦ ପାଇଁ ସରକାର ସ୍ଥିର କଲେ ୩ ସ୍ଥାନ
ଫାଉଣ୍ଡେସନ୍ ଫର୍ ଇକୋନୋମିକ୍ ଡେଭଲପମେଣ୍ଟର ପ୍ରୋଗ୍ରାମ ଆସୋସିଏଟ୍ ଅହୋନ ଦତ୍ତାଗୁପ୍ତା ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହି ତୁଳନା ଭାରତ ପାଇଁ ଏକ ବଡ଼ ସମସ୍ୟା ଆଡ଼କୁ ଇଙ୍ଗିତ କରୁଛି ।"

Related Topics
Explore more stories