Videos
|
National

Aadhaar / ଆଧାର କାର୍ଡଧାରୀ ଅନୁପ୍ରବେଶକାରୀଙ୍କୁ ମିଳିବ କି ମତଦାନର ଅଧିକାର ?: ସୁପ୍ରିମକୋର୍ଟ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଆଧାର କାର୍ଡଧାରୀ ଅନୁପ୍ରବେଶକାରୀଙ୍କୁ ମିଳିବ କି ମତଦାନର ଅଧିକାର ?: ସୁପ୍ରିମକୋର୍ଟ

Key Points

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, "ଆଧାର କାର୍ଡ ନାଗରିକତାର ପ୍ରମାଣ ନୁହେଁ । ଏହା ଏକାଧିକ ନଥିପତ୍ର ମଧ୍ୟରୁ ଗୋଟିଏ ହୋଇପାରେ ।
ନୂଆଦିଲ୍ଲୀ: ଅବୈଧ ଭାବେ ଦେଶକୁ ପଶି ଆସୁଛନ୍ତି । ପୁଣି ଗଳା ବାଟରେ ଆଧାର କାର୍ଡ ହାତେଇ ନେଉଛନ୍ତି ଅନୁପ୍ରବେଶକାରୀ । ଯାହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ପଚାରିଛନ୍ତି, "ଜଣେ ଅଣ ଭାରତୀୟ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିଥିଲେ ତାଙ୍କୁ ମତଦାନର ଅଧିକାର ଦିଆଯିବ କି ?"

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, "ସାମାଜିକ କଲ୍ୟାଣକାରୀ ସୁବିଧା ସମସ୍ତଙ୍କ ପାଖରେ ନିଶ୍ଚିତ ଭାବେ ପହଞ୍ଚିବା ପାଇଁ ଆଧାର ଅଣାଯାଇଥିଲା । କୌଣସି ପରିସ୍ଥିତିରେ ଆଧାରକୁ ସ୍ଵୟଂ ଭୋଟ୍ ଦାନ ଲାଗି ଅଧିକାର ଭାବେ ବିବେଚନା କରାଯିବ ନାହିଁ ।"

ଏଥିସହ ପଢ଼ନ୍ତୁ: ଜନଶୁଣାଣି ପୋର୍ଟାଲର ଅଭିଯୋଗକୁ ଗୁରୁତ୍ଵ ଦେଉନାହାନ୍ତି ଅଧିକାରୀ, ନଭେମ୍ବର ମାସର ଦରମା ବନ୍ଦ ନିର୍ଦ୍ଦେଶ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ଵାଧିନ ଏ ସମ୍ପର୍କିତ ପିଟିସନ୍‌ର ଶୁଣାଣି କରିଛନ୍ତି । ଏକାଧିକ ରାଜ୍ୟରେ ନିର୍ବାଚନ କମିଶନ SIR ଆରମ୍ଭ କରିଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, "ଆଧାର କାର୍ଡ ନାଗରିକତାର ପ୍ରମାଣ ନୁହେଁ । ଏହା ଏକାଧିକ ନଥିପତ୍ର ମଧ୍ୟରୁ ଗୋଟିଏ ହୋଇପାରେ । ଯଦି କାହାରି ନାଁ ବାଦ୍ ଦିଆଯାଉଛି, ସେ କ୍ଷେତ୍ରରେ ବାଦ୍‌ ଦେବା ପୂର୍ବରୁ ତାଙ୍କୁ ନୋଟିସ୍ ଦିଆଯିବା ଆବଶ୍ୟକ ।"

ଏପରିକି ଆଧାର ଆଇନ୍‌ରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଏହା କୌଣସି ପ୍ରକାରେ ନାଗରିକତା ଅଥବା ବାସସ୍ଥାନ ପ୍ରଦାନ କରେ ନାହିଁ । ବିଭିନ୍ନ ସରକାରୀ ସେବାର ଲାଭ ହିତାଧିକାରୀଙ୍କୁ ଦେବାକୁ ଆଧାର ପ୍ରଚଳନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟ ପୋଲିସକୁ ଗାଡ଼ି ଯାଞ୍ଚ କ୍ଷମତା ପ୍ରସଙ୍ଗ; ରାଜ୍ୟ ବସ ମାଲିକ ସଂଘର ବନ୍ଦ ଡାକରା ପ୍ରତ୍ୟାହୃତ

ଯଦି କୌଣସି ବ୍ୟକ୍ତିଙ୍କୁ ରାସନ ପାଇଁ ଆଧାର କାର୍ଡ ମିଳିଛି । ତା' ମାନେ ନୁହେଁ ଯେ ସେ ମଧ୍ୟ ଭୋଟର୍ ହୋଇଯିବେ ଏବଂ ମତଦାନ କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏପରିକି ପଡ଼ୋଶୀ ଦେଶରୁ ଆସି ଏଠାରେ କାମ କରୁଥିବା ଶ୍ରମିକଙ୍କ ଉଦାହରଣ ଦେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । 

ଏଥିସହ ନିର୍ବାଚନ କମିଶନଙ୍କ ପାଖରେ କ୍ଷମତା ରହିଛି । ନିର୍ବାଚନ କମିଶନ ଫର୍ମ ୬ରେ ଆବଶ୍ୟକ ନଥିପତ୍ରରେ ତ୍ରୁଟି ସୁଧାରି ପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।

ନିର୍ବାଚନ କମିଶନଙ୍କ SIRକୁ ତାମିଲନାଡ଼ୁ, କେରଳ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଚ୍ୟାଲେଞ୍ଜ କରାଯାଇଛି । ଯାହାକୁ ନେଇ ହୋଇଥିବା ପିଟିସନ୍‌ର ଶୁଣାଣି ଗୁରୁବାର ହୋଇଥିବା ବେଳେ ଡିସେମ୍ବର ୧ ସୁଦ୍ଧା ନିର୍ବାଚନ କମିଶନଙ୍କୁ ପକ୍ଷ ରଖିବାକୁ କହିଛନ୍ତି କୋର୍ଟ । 

Related Topics

Explore more stories

Supreme Court on Aadhaar & Non-Citizens’ Voting Rights | Argus News | Argus News