|
logo
Live

Argus News - ସ୍କ୍ରାପିଂ ବଦଳରେ ବଦଳାଇ ପାରିବେ ପୁରୁଣା କାର୍‌ର ଇଞ୍ଜିନ୍; ଖର୍ଚ୍ଚ ଦେବେ ସରକାର

National

No More Car Scrapping / ସ୍କ୍ରାପିଂ ବଦଳରେ ବଦଳାଇ ପାରିବେ ପୁରୁଣା କାର୍‌ର ଇଞ୍ଜିନ୍; ଖର୍ଚ୍ଚ ଦେବେ ସରକାର

Sushanta Sahoo
Browse all articles by Sushanta Sahoo
·4 days ago·2 min read
ସ୍କ୍ରାପିଂ ବଦଳରେ ବଦଳାଇ ପାରିବେ ପୁରୁଣା କାର୍‌ର ଇଞ୍ଜିନ୍; ଖର୍ଚ୍ଚ ଦେବେ ସରକାର
Good News for Car Owners

Key Points

କେନ୍ଦ୍ର ସରକାର ସ୍କ୍ରାପ୍ ନୀତିରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଫଳରେ ଆପଣ ପୁରୁଣା ଗାଡ଼ିକୁ ସ୍କ୍ରାପ କରିବା ବଦଳରେ ତାହାକୁ ଇଲେକ୍ଟ୍ରିକ୍ କିମ୍ବା ସ୍ଵଚ୍ଛ ଇନ୍ଧନରେ ବଦଳାଇ ପାରିବେ ।
ନୂଆଦିଲ୍ଲୀ: ପୁରୁଣା ଗାଡ଼ିକୁ ଆଉ କବାଡ଼ିଆଙ୍କୁ ଦେବାକୁ ପଡ଼ିବନି । ପୁରୁଣା ଗାଡ଼ି ରାସ୍ତାରେ ଚାଲିବ । କେନ୍ଦ୍ର ସରକାର ସ୍କ୍ରାପ୍ ନୀତିରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଫଳରେ ଆପଣ ପୁରୁଣା ଗାଡ଼ିକୁ ସ୍କ୍ରାପ କରିବା ବଦଳରେ ତାହାକୁ ଇଲେକ୍ଟ୍ରିକ୍ କିମ୍ବା ସ୍ଵଚ୍ଛ ଇନ୍ଧନ (CNG-LNG)ରେ ବଦଳାଇ ପାରିବେ ।

ସରକାରଙ୍କ ଅନୁସାରେ, ୧୦ରୁ ୧୫ ବର୍ଷ ବର୍ଷ ପୁରୁଣା ଗାଡ଼ି ଯାହା ବୈଷୟିକ ଦୃଷ୍ଟିକୋଣରୁ ଠିକ୍ ଅଛି । ସେଭଳି ଗାଡ଼ିକୁ ସମ୍ପୂର୍ଣ୍ଣ ସ୍କ୍ରାପ୍ କରିବା ଦଳରେ ଗାଡ଼ିର ଇଞ୍ଜିନ୍‌ରେ ପରିବର୍ତ୍ତନ କରି ତାହାକ ଉପଯୋଗ କରାଯିବ । ଫଳରେ କୋଟି କୋଟି ଘରୋଇ ବାଣିଜ୍ୟିକ ବାହନକୁ ସ୍କ୍ରାପ୍ କରିବାକ ପଡ଼ିବ ନାହିଁ ।

ଏଥିସହ ପଢ଼ନ୍ତୁ: ବିଭିନ୍ନ ବିଭାଗରେ ନିୟୋଜିତ ୧୫ ବର୍ଷରୁ ଅଧିକ ପୁରୁଣା ୬ ହଜାର ଗାଡ଼ିକୁ ସ୍କ୍ରାପିଂ କରିବେ ସରକାର

ସଡ଼କ ପରିବହନ ମନ୍ତ୍ରଣାଳୟର ଶୀର୍ଷ ସ୍ତରରେ ସ୍କ୍ରାପିଂ ନୀତିରେ ପରିବର୍ତ୍ତନ ଆଣିବା ପାଇଁ ଗମ୍ଭୀରତାର ସହ ବିଚାର ହେଉଛି । ମନ୍ତ୍ରଣାଳୟର ପ୍ରସ୍ତାବ ଅନୁସାରେ, ବାଣିଜ୍ୟିକ ଗାଡ଼ି (ଟ୍ରକ୍, ବସ୍, ଅଟୋ ଓ ଟ୍ରାଭେଲର)କୁ ଇଲେକ୍ଟ୍ରିକ୍ କିଟ୍ ଲଗାଇବା ଲାଗି ୧୫ରୁ ୨୫ ପ୍ରତିଶତ ଖର୍ଚ୍ଚ ସରକାର ବହନ କରିବେ ।

ସୂତ୍ର ଅନୁସାରେ, ବର୍ତ୍ତମାନ ଗାଡ଼ିର ଇଞ୍ଜିନ୍ ପରିବର୍ତ୍ତନ (ରିଟ୍ରୋଫିଟମଣ୍ଟ) ଏକ ମହଙ୍ଗା ଓ ଜଟିଳ କାମ । ନୂଆ ନୀତିରେ ମନ୍ତ୍ରଣାଳୟ ଦେଶବ୍ୟାପି ଅଧିକୃତ ରିଟ୍ରୋଫିଟମେଣ୍ଟ ସେଣ୍ଟରର ନେଟୱର୍କ ପ୍ରସ୍ତୁତ କରିବେ । ଯେଉଁଠି ପ୍ରମାଣିତ କିଟ୍ ଲଗାଇବା ମାତ୍ରେ ଫିଟନେସ୍ ସାର୍ଟିଫିକେଟ୍ ଆଗାମୀ ୫ ବର୍ଷ ଲାଗି ନବୀକରଣ ହୋଇଯିବ ।

ଖୁବଶୀଘ୍ର ନୂଆ ନୀତି

ବିଶେଷଜ୍ଞଙ୍କ ଦାବି ହେଲା, ସ୍କ୍ରାପ୍ ପଲିସିର ଧିର ଗତିକୁ ଦେଖି ରିଟ୍ରୋଫିଟମେଣ୍ଟକୁ ସରକାର ପ୍ରୋତ୍ସାହନ ଦେବା ଏକମାତ୍ର ବ୍ୟାବହାରିକ ବିକଳ୍ପ । ସେହିଭଳି ଟ୍ରାନ୍ସପୋର୍ଟ ୟୁନିଅନ୍ ପକ୍ଷରୁ ଲଗାତାର ପୁରୁଣା ବାହନକୁ ସ୍କ୍ରାପ୍ ବଦଳରେ ଚଳାଇବାକୁ ସୁଯୋଗ ଦେବାକୁ ଦାବି ଆସୁଛି ।

ଘରୋଇ ନିବେଶକ ସ୍କ୍ରାପିଂ ସେଣ୍ଟର ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ଵାରା ଇଲେକ୍ଟ୍ରିକ୍ ରିଟ୍ରୋଫିଟମେଣ୍ଟ କିଟ୍ସ ପାଇଁ ମାନଦଣ୍ଡ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାର ଖୁବଶୀଘ୍ର ନୂଆ ନୀତି ଘୋଷଣା କରିପାରନ୍ତି ।

ଏଥିସହ ପଢ଼ନ୍ତୁ: ୧୫ ବର୍ଷରୁ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ୍-ଡିଜେଲ୍, ମାର୍ଚ୍ଚ ୩୧ରୁ ନୂଆ ନିୟମ 

ମଧ୍ୟବିତ୍ତଙ୍କୁ ଆଶ୍ଵସ୍ତି

ସରକାରଙ୍କ ଏହି ପ୍ରସ୍ତାବରୁ ମଧ୍ୟବିତ୍ତ ଓ ଟ୍ରାନ୍ସପୋର୍ଟର୍ସଙ୍କୁ ଆଶ୍ଵସ୍ତି ମିଳିବ । ସ୍କ୍ରାପ୍ ନୀତି ପାଇଁ ଛୋଟ ଟ୍ରାନ୍ସପୋର୍ଟର୍ସଙ୍କୁ ନୂଆ ଗାଡ଼ି କିଣିବା ପାଇଁ ଆର୍ଥିକ ବୋଝ ରହୁଥିଲା । ରିଟ୍ରୋଫିଟମେ୍ଟ ଖର୍ଚ୍ଚ ନୂଆ ବାହନ ତୁଳନାରେ ମାତ୍ର ୩୦ରୁ ୪୦ ପ୍ରତିଶତ ଆସିବ ।

ଏହାଦ୍ଵାରା ପ୍ରଦୂଷଣ ହ୍ରାସ ପାଇବା ସହ ଦେଶର ରିଟ୍ରୋଫିଟମଣ୍ଟ କ୍ଷେତ୍ରରେ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ । ତେବେ ବଡ଼ ଚିନ୍ତା ହେଉଛି ସୁରକ୍ଷ ମାନଦଣ୍ଡ । ପୁରୁଣା ଚେଚିସରେ ବଡ଼ ବ୍ୟାଟେରୀ ପ୍ୟାକ୍‌ର ଓଜନ ଓ ବ୍ରେକିଂ ସିଷ୍ଟମର ତାଳମେଳ କେମିତି ରହିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No More Car Scrapping: ସ୍କ୍ରାପିଂ ବଦଳରେ ବଦଳାଇ ପାରିବେ ପୁରୁଣା କାର୍‌ର ଇଞ୍ଜିନ୍; ଖର୍ଚ୍ଚ ଦେବେ ସରକାର | Argus News