Nepal Odia Girl Missing / ନେପାଳରେ ବନ୍ୟାର ତାଣ୍ଡବ; ନିଖୋଜ ବାରିପଦାର ୨୧ ବର୍ଷୀୟା କୁଲସୁମ ନିଗାର
·32 mins ago·2 min read

Key Points
ନେପାଳ ଆକସ୍ମିକ ବନ୍ୟାରେ ବାରିପଦାର କୁଲସୁମ ନିଖୋଜ
ଯୋଗାଯୋଗ ହୋଇପାରୁନାହିଁ, ଚିନ୍ତାରେ ପରିବାର
ଯୋଗାଯୋଗ ହୋଇପାରୁନାହିଁ, ଚିନ୍ତାରେ ପରିବାର
ମୟୂରଭଞ୍ଜ: ନେପାଳ ଏବଂ ଚୀନର ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳରେ ୨୬ ଅଗଷ୍ଟ ୨୦୨୬ରେ ଏକ ଭୟଙ୍କର ଆକସ୍ମିକ ବନ୍ୟା ପ୍ରଳୟ ସୃଷ୍ଟି କରିଛି । ଯାହାଫଳରେ ଭୋଟେ କୋଶୀ ଏବଂ ତ୍ରିଶୂଳୀ ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଇ ବ୍ୟାପକ ଧ୍ୱଂସଲୀଳା ଘଟାଇଛି । ପ୍ରଳୟଙ୍କାରୀ ବନ୍ୟାକୁ ଦେଖି ସମସ୍ତେ ଭୟଭୀତ । ଏଯାବତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଥିବାବେଳେ ୧୪୦୦ରୁ ଅଧିକ ନିଖୋଜ ଅଛନ୍ତି । ଏହାରି ଭିତରେ ବାରିପଦାର ୨୧ ବର୍ଷୀୟା କୁଲସୁମ ନିଗାର ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି ।
ବାରିପଦା ପୌରପାଳିକାର ୨୩ ନମ୍ବର ୱାର୍ଡ ଅଞ୍ଚଳର ୨୧ ବର୍ଷୀୟା କୁଲସୁମ ନିଗାର । ନେପାଳର ପୋଖରା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିବା କୁଲସୁମଙ୍କ ସହ ଗତ ୨୫ ତାରିଖରୁ ପରିବାରର ଯୋଗାଯୋଗ ହୋଇପାରୁନାହିଁ । ଫଳରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କ ବଢ଼ିଛି । ତୁରନ୍ତ କୁଲସୁମଙ୍କୁ ଫେରାଇ ଆଣିବାକୁ ପରିବାର ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।
ଅଗଷ୍ଟ ୨୫ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ କୁଲସୁମ ଟ୍ରେକିଂ ପାଇଁ ବାହାରିଥିଲେ । ବାହାରିବା ପୂର୍ବରୁ ସେ ଘରକୁ ଫୋନ୍ କରି ଜଣାଇଥିଲେ ଯେ, ଟ୍ରେକିଂ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନ ହୋଇପାରେ । ତେଣୁ ଫେରିବା ପରେ ହିଁ ପରିବାର ସହ ଯୋଗାଯୋଗ କରିବେ ବୋଲି କହିଥିଲେ । ତେବେ ନେପାଳରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାରର ଚିନ୍ତା ବଢ଼ିଯାଇଛି । କୁଲସୁମଙ୍କ ଭଉଣୀ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ ।

- ଅଗଷ୍ଟ ୨୧ରେ ନେପାଳ ଯାଇଥିଲେ କୁଲସୁମ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନେପାଳରେ ପ୍ରଳୟଙ୍କରୀ ବନ୍ୟା, ୨୮୮ ଭାରତୀୟ ନିଖୋଜ...୨୧ ଉଦ୍ଧାର
କୁଲସୁମଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରି ପରିବାର ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ନେପାଳ ପ୍ରଶାସନ ସହ ଯୋଗାଯୋଗ କରି ନିଖୋଜ କୁଲସୁମଙ୍କୁ ଶୀଘ୍ର ଖୋଜି ବାହାର କରି ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି । କୁଲସୁମ କେଉଁଠି ଅଛନ୍ତି, ତାଙ୍କ ସୁରକ୍ଷା ନେଇ ପରିବାର ଅନିଶ୍ଚିତତାରେ । ଏବେ ପ୍ରଶାସନିକ ତତ୍ପରତା ହିଁ ପରିବାରକୁ ଆଶ୍ୱସ୍ତ କରିପାରିବ ।

Related Topics
Explore more stories