Silver Import Rules / ଆଉ ସହଜ ହେବନି ବିଦେଶରୁ ରୁପା ଆଣିବା, କେନ୍ଦ୍ର ସରକାର ଲଗାଇଲେ ବଡ଼ କଟକଣା
·4 months ago·2 min read

Key Points
ରୁପା ଆମଦାନୀରେ ନୂଆ ନିୟମ
ଏଣିକି ଲାଗିବ ସ୍ପେଶାଲ୍ ପରମିଟ୍
ସରକାର ଲଗାଇଲେ କଡା ନିୟନ୍ତ୍ରଣ
ଏଣିକି ଲାଗିବ ସ୍ପେଶାଲ୍ ପରମିଟ୍
ସରକାର ଲଗାଇଲେ କଡା ନିୟନ୍ତ୍ରଣ
ବଦଳିଗଲା ରୁପା ଆମଦାନୀ ନିୟମ । ଦେଶକୁ ରୁପା ଆଣିବା ଉପରେ କେନ୍ଦ୍ର ସରକାର ଲଗାଇଲେ ବଡ଼ କଟକଣା । ଏଣିକି ଆଉ ସହଜ ହେବନି ବିଦେଶରୁ ରୁପା ବିସ୍କୁଟ୍ ଆଣିବା । ଏଥିପାଇଁ ସରକାରଙ୍କ ଠାରୁ ନେବାକୁ ପଡ଼ିବ ସ୍ପେଶାଲ୍ ପରମିଟ୍ । ଯେଉଁ ରୁପା ପୂର୍ବରୁ 'ଫ୍ରୀ କାଟେଗୋରୀ' ବା ମୁକ୍ତ ବ୍ୟାପାର ଅଧୀନରେ ସହଜରେ ଆମଦାନୀ ହେଉଥିଲା, ଏବେ ତାହାକୁ 'ରେଷ୍ଟ୍ରିକ୍ଟେଡ୍' ବା ନିୟନ୍ତ୍ରିତ ଶ୍ରେଣୀଭୁକ୍ତ କରାଯାଇଛି ।
ବିଶେଷ କରି ୯୯.୯ ପ୍ରତିଶତ ଶୁଦ୍ଧତା ଥିବା ରୁପା ବିସ୍କୁଟ୍, ଅଶୋଧିତ ରୁପା, ଅର୍ଦ୍ଧ-ନିର୍ମିତ ରୁପା ଏବଂ ରୁପା ଗୁଣ୍ଡ ଆମଦାନୀ ଉପରେ ଏହି ନୂଆ ନିୟମ ଲାଗୁ ହେବ । ଏଭଳି ସମସ୍ତ ସାମଗ୍ରୀ ବିଦେଶରୁ ଆଣିବା ପାଇଁ ଏବେ ସରକାରଙ୍କ ବାଧ୍ୟତାମୂଳକ ଅନୁମତି ଆବଶ୍ୟକ । କେତେକ ନିର୍ଦ୍ଦିଷ୍ଟ କାଟେଗୋରୀର ରୁପା ଆମଦାନୀକୁ ଏବେ RBIର ନିୟନ୍ତ୍ରଣ ପରିସରକୁ ମଧ୍ୟ ଅଣାଯାଇଛି ।
ସେହିପରି ଇଣ୍ଡଷ୍ଟ୍ରିଆଲ୍ ବ୍ୟବହାର ଓ ନିବେଶ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପ୍ରାୟ ସବୁ ପ୍ରକାରର ରୁପା ଯୋଗାଣ ଶୃଙ୍ଖଳାକୁ ଅଧିକ ସ୍ୱଚ୍ଛ ଓ ନିୟନ୍ତ୍ରିତ କରିବା ପାଇଁ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି । ITC (HS) ବର୍ଗୀକରଣ ଅଧୀନରେ ଥିବା ଆମଦାନୀ ନୀତିର ସଂଶୋଧନ କରି ଏହି ନୂଆ ନିୟମକୁ ତୁରନ୍ତ ଲାଗୁ କରାଯାଇଛି । ପୂର୍ବରୁ ସାଧାରଣ ନିୟାମକ ଯାଞ୍ଚ ପରେ ବ୍ୟବସାୟୀମାନେ ସହଜରେ ରୁପା ଆମଦାନୀ କରିପାରୁଥିଲେ, କିନ୍ତୁ ଏବେ ସରକାରଙ୍କ ଗ୍ରୀନ୍ ସିଗନାଲ୍ ନ ମିଳିଲେ କ୍ଲିୟରାନ୍ସ ମିଳିବା ଅସମ୍ଭବ ।

ଅଧିକ ପଢ଼ନ୍ତୁ: ଭାରତର 'ଅପରେସନ୍ ରେଜପିଲ୍'; ୧୮୨ କୋଟି ମୂଲ୍ୟର କ୍ୟାପଟାଗନ୍ ଜବତ, ରହିଛି ଅନ୍ତର୍ଜାତୀୟ ଲିଙ୍କ୍
ସେହିପରି ଇଣ୍ଡଷ୍ଟ୍ରିଆଲ୍ ବ୍ୟବହାର ଓ ନିବେଶ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପ୍ରାୟ ସବୁ ପ୍ରକାରର ରୁପା ଯୋଗାଣ ଶୃଙ୍ଖଳାକୁ ଅଧିକ ସ୍ୱଚ୍ଛ ଓ ନିୟନ୍ତ୍ରିତ କରିବା ପାଇଁ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି । ITC (HS) ବର୍ଗୀକରଣ ଅଧୀନରେ ଥିବା ଆମଦାନୀ ନୀତିର ସଂଶୋଧନ କରି ଏହି ନୂଆ ନିୟମକୁ ତୁରନ୍ତ ଲାଗୁ କରାଯାଇଛି । ପୂର୍ବରୁ ସାଧାରଣ ନିୟାମକ ଯାଞ୍ଚ ପରେ ବ୍ୟବସାୟୀମାନେ ସହଜରେ ରୁପା ଆମଦାନୀ କରିପାରୁଥିଲେ, କିନ୍ତୁ ଏବେ ସରକାରଙ୍କ ଗ୍ରୀନ୍ ସିଗନାଲ୍ ନ ମିଳିଲେ କ୍ଲିୟରାନ୍ସ ମିଳିବା ଅସମ୍ଭବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ ବହୁ ପରିମାଣରେ ସୁନା ଏବଂ ରୁପା ଆମଦାନୀ କରିଥାଏ । ପଶ୍ଚିମ ଏସିଆ ସଙ୍କଟ ଏବଂ ବର୍ଦ୍ଧିତ ଅଶୋଧିତ ତୈଳ ମୂଲ୍ୟ ଆମଦାନୀ ବିଲ୍ ବୃଦ୍ଧି କରିସାରିଛି । ବହୁମୂଲ୍ୟ ଧାତୁର ଆମଦାନୀ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଅତିରିକ୍ତ ଚାପ ପକାଇଥାଏ । ତେଲ ଏବଂ ଗ୍ୟାସ ପରି ସୁନା ଏବଂ ରୁପା ମଧ୍ୟ ଡଲାରରେ ଆମଦାନୀ କରାଯାଏ । ଏହି ସାମଗ୍ରୀଗୁଡ଼ିକର ବର୍ଦ୍ଧିତ ଆମଦାନୀ ଅର୍ଥ ଡଲାର ଖର୍ଚ୍ଚକୁ ହ୍ରାସ କରିବ ।
Related Topics
Explore more stories