Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Terror Plot Foiled / ଭାରତ ବିରୋଧରେ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ, ୮ ସନ୍ଦିଗ୍ଧଙ୍କୁ ଗିରଫ କଲା ପୋଲିସ୍

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
ଭାରତ ବିରୋଧରେ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ, ୮ ସନ୍ଦିଗ୍ଧଙ୍କୁ ଗିରଫ କଲା ପୋଲିସ୍
Terror Plot Foiled

Key Points

ଭାରତ ବିରୋଧରେ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ
୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କଲା ସୁରକ୍ଷା ଏଜେନ୍ସି
ପରିଚୟ ପାଇଁ ଜାଲ୍ ଆଧାର କାର୍ଡ ବ୍ୟବହାର କରୁଥିବା ଅଭିଯୋଗ
ଭାରତ ବିରୋଧରେ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ । ପାକିସ୍ତାନର ISI ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀର ୮ ଜଣଙ୍କୁ ଗିରଫ କଲା ସୁରକ୍ଷା ଏଜେନ୍ସି । ଭାରତରେ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର କରୁଥିବା ସୂଚନା ପାଇଁ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରୁ ୮ ଜଣଙ୍କୁ ଗିରଫ କରାଯାଇଛି ।

ତାମିଲନାଡୁର ତିରୁପୁର ଜିଲ୍ଲାର ଏକ ଲୁଗା କଳରୁ ୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ବେଳେ ପଶ୍ଚିମବଙ୍ଗରୁ ୨ ଜଣଙ୍କୁ ଗିରଫ କରାଯାଇଛି । ତାମିଲନାଡୁରୁ ସୁରକ୍ଷା ଏଜେନ୍ସି ଦ୍ୱାରା ଗିରଫ ହୋଇଥିବା ଛଅ ଜଣ ଅଭିଯୁକ୍ତ ହେଲେ ମିଜାନୁର ରହମାନ, ମହମ୍ମଦ ଶବତ, ଉମର, ମହମ୍ମଦ ଲିଟନ, ମହମ୍ମଦ ଶାହିଦ ଏବଂ ମହମ୍ମଦ ଉଜ୍ଜ୍ୱଳ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶୀ ନାଗରିକ । ଅଭିଯୁକ୍ତମାନେ ନିଜର ପରିଚୟ ପାଇଁ ଜାଲ୍ ଆଧାର କାର୍ଡ ବ୍ୟବହାର କରୁଥିଲେ । ପୋଲିସ ସେମାନଙ୍କ ନିକଟରୁ ୮ଟି ମୋବାଇଲ୍ ଫୋନ୍ ଏବଂ ୧୬ଟି ସିମ୍ କାର୍ଡ ଜବତ କରିଛି । ତାମିଲନାଡୁ ପୋଲିସ ଏହି ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛି ।

ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି । ସୁରକ୍ଷା ଏଜେନ୍ସିଗୁଡ଼ିକର ସୂଚନା ଅନୁଯାୟୀ ପାକିସ୍ତାନର ଲସ୍କର-ଇ-ତୋଇବା ଦିଲ୍ଲୀର ଲାଲକିଲ୍ଲା ଏବଂ ଚାନ୍ଦନୀ ଚୌକର ଏକ ମନ୍ଦିର ସମେତ ଦେଶର ବିଭିନ୍ନ ପ୍ରମୁଖ ଧାର୍ମିକ ସ୍ଥଳରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲା । ଏହି ସଂଗଠନ IED ବିସ୍ଫୋରଣ ପାଇଁ ଯୋଜନା କରିଥିବା ସୂଚନା ମିଳିବା ପରେ ଦେଶବ୍ୟାପୀ ଚଢ଼ାଉ ହୋଇଥିଲା ।

ଏଥିସହ ପଢ଼ନ୍ତୁ:  ଭାରତକୁ ଧମକ ଦେଲା ପାକିସ୍ତାନ କହିଲା....
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major Terror Plot Foiled in India, 8 Arrested in ISI-Linked Case | Argus News