Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IAF Mega War Exercise / ଇରାନ ଯୁଦ୍ଧ ଭିତରେ ଭାରତୀୟ ବାୟୁସେନାର ବଡ଼ ପ୍ରସ୍ତୁତି, ପାକିସ୍ତାନ ଛାନିଆ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଇରାନ ଯୁଦ୍ଧ ଭିତରେ ଭାରତୀୟ ବାୟୁସେନାର ବଡ଼ ପ୍ରସ୍ତୁତି, ପାକିସ୍ତାନ ଛାନିଆ
India’s Air Power on Display

Key Points

ବିଶ୍ଵ ଦେଖିବ ଭାରତୀୟ ବାୟୁ ସେନାର ପରାକ୍ରମ । ଭାରତୀୟ ବାୟୁ ସେନାର ବଡ଼ ପ୍ରସ୍ତୁତିକୁ ନେଇ ପାକିସ୍ତାନ ଛାନିଆ ହୋଇ ପଡ଼ିଲାଣି । ଚଳିତବର୍ଷ ଶେଷ ଆଡ଼କୁ ଭାରତୀୟ ବାୟୁ ସେନା ବହୁ ଦେଶୀୟ ଯୁଦ୍ଧାଭ୍ୟାସ ତରଙ୍ଗ ଶକ୍ତି ୨.୦ ଆରମ୍ଭ କରିବାକୁ ଯାଉଛି ।
ନୂଆଦିଲ୍ଲୀ: ଶକ୍ତି ପ୍ରଦର୍ଶନ କରିବ ଭାରତ । ସହଯୋଗ କରିବେ ଏକାଧିକ ରାଷ୍ଟ୍ର । ବିଶ୍ଵ ଦେଖିବ ଭାରତୀୟ ବାୟୁ ସେନାର ପରାକ୍ରମ । ଭାରତୀୟ ବାୟୁ ସେନାର ବଡ଼ ପ୍ରସ୍ତୁତିକୁ ନେଇ ପାକିସ୍ତାନ ଛାନିଆ ହୋଇ ପଡ଼ିଲାଣି । ଚଳିତବର୍ଷ ଶେଷ ଆଡ଼କୁ ଭାରତୀୟ ବାୟୁ ସେନା ବହୁ ଦେଶୀୟ ଯୁଦ୍ଧାଭ୍ୟାସ ତରଙ୍ଗ ଶକ୍ତି ୨.୦ ଆରମ୍ଭ କରିବାକୁ ଯାଉଛି ।

ଏହି ଯୁଦ୍ଧାଭ୍ୟାସ ରାଜସ୍ଥାନର ଜୋଧପୁରରେ ହେବ । ଯାହାକି ଭାରତର ପଶ୍ଚିମ ସୀମାର ବହୁ ନିକଟରେ ରହିଛି । ଏହି ଅଭ୍ୟାସ ୨୦୨୬ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ପ୍ରାୟ ୨ ସପ୍ତାହ ଧରି ଚାଲିବ । ଏଥିରେ ଭାରତର ଅନେକ ସହଯୋଗୀ ରାଷ୍ଟ୍ର ସେମାନଙ୍କ ଯୁଦ୍ଧ ବିମାନ ସହ କଠିନ ଯୁଦ୍ଧାଭ୍ୟାସ କରିବେ ।

ଏଥିସହ ପଢ଼ନ୍ତୁ: ଇରାନ୍ ଯୁଦ୍ଧରେ ଖସିଲା ଆମେରିକାର ଚତୁର୍ଥ ବିମାନ, ୪ ଜଣଙ୍କ ମୃତ୍ୟୁ

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ କରିଥିବା ବହୁଦେଶୀୟ ବାୟୁ ଯୁଦ୍ଧାଭ୍ୟାସ ମଧ୍ୟରୁ ତରଙ୍ଗ ଶକ୍ତି ହେଉଛି ସର୍ବବୃହତ । ଏହାର ପ୍ରଥମ ସଂସ୍କରଣ ୨୦୧୪ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଅଗଷ୍ଟ ୬ରୁ ୧୪ ପର୍ଯ୍ୟନ୍ତ ତାମିଲନାଡ଼ୁର ସୁଲୁର ଏୟାର ଫୋର୍ସ ଷ୍ଟେସନରେ ହୋଇଥିଲା । ଯେଉଁଥିରେ ୟୁରୋପୀୟ ଦେଶର ବାୟୁସେନା ସାମିଲ ହୋଇଥିଲେ । ଫ୍ରାନ୍ସ ରାଫେଲ୍ ସହ ଜର୍ମାନୀ, ସ୍ପେନ୍ ଓ ବ୍ରିଟେନର ୟୁରୋ ଫାଇଟର ଟାଇଫୁନ୍‌ ଜେଟ୍ ଶକ୍ତି ପ୍ରଦର୍ଶନ କରିଥିଲା ।

ଦ୍ଵିତୀୟ ପର୍ଯ୍ୟାୟ ଯୋଧପୁରରେ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ଅଷ୍ଟ୍ରେଲିଆର EA-18G ଗ୍ରାଉଲର, ଗ୍ରୀସ୍ ଓ UARର F-16, ଆମେରିକାର A-10 ଥଣ୍ଡରବୋଲ୍ଟ II ଓ F-16 ସାମିଲ୍ ହୋଇଥିଲା । ମୋଟ ୨୭ଟି ଦେଶର ଯୁଦ୍ଧ ବିମାନ ଏକାଠି ଅଭ୍ୟାସ କରିଥିଲେ । ଯେଉଁଥିରେ ଭାରତୀୟ ବାୟୁସେନାର ସମସ୍ତ ବିମାନ- ରାଫେଲ, ସୁଖୋଇ, ମିରାଜ ୨୦୦୦, ଜାଗୁଆର, ତେଜସ, ମିଗ-୨୯ ଓ ପ୍ରଚଣ୍ଡ ହେଲିକପ୍ଟର ସାମିଲ୍ ହୋଇଥିଲା ।

ଏବେ ଦ୍ଵିତୀୟ ସଂସ୍କରଣ ଯୋଧପୁରରେ ଆୟୋଜିତ ହେବାକୁ ଯାଉଛି । ଏହି ଅଭ୍ୟାସ ଆହୁରି ବଡ଼, ବ୍ୟାପକ ଓ କଠିନ ହେବ । ଏଥିରେ ଏକାଧିକ ଦେଶର ଅତ୍ୟାଧୁନିକ ଯୁଦ୍ଧ ବିମାନ ଭାଗ ନେବେ । ଏହାର ଉଦ୍ଦେଶ୍ୟ ଆକାଶ ମାର୍ଗରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଓ ମଜଭୁତ୍ ହେବ । ବିଭିନ୍ନ ବିମାନ ମଧ୍ୟରେ ତାଳମେଳ ରଖି ଯୁଦ୍ଧର ରଣନୀତି ପରଖିବା ।

ଏହି ଅଭ୍ୟାସ ଭାରତର ବଢ଼ୁଥିବା ସୈନ୍ୟ ଶକ୍ତି ଓ ଭାରତ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଭାରତୀୟ ବାୟୁ ସେନା ଦୁନିଆର ସବୁଠୁ ଉନ୍ନତ ବାୟୁ ସେନା ସହ ମିଶି କାମ କରିବାର ସୁଯୋଗ ପାଇବ ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ପାଇଁ ହାହାକାର; UAEରେ କନ୍ଦାଉଛି ପିଆଜ; ଟମାଟୋ କେଜିକୁ ୨୫୦ ଟଙ୍କା

ଅଭ୍ୟାସର ଗୁରୁତ୍ଵ

ତରଙ୍ଗ ଶକ୍ତି କେବଳ ଏକ ଅଭ୍ୟାସ ନୁହେଁ । ଏହା ଭାରତ ଓ ବନ୍ଧୁ ଦେଶ ମଧ୍ୟରେ ସୈନ୍ୟ ସହଯୋଗକୁ ମଜଭୁତ୍ କରିବ । ପାଇଲଟ୍ ଭିନ୍ନ ଭିନ୍ନ ବିମାନ ବିରୋଧରେ ଲଢ଼ିବାର ଅଭ୍ୟାସ୍ କରିପାରିବେ । ଯାହା ବାସ୍ତବ ଯୁଦ୍ଧ ପାଇଁ ପ୍ରସ୍ତୁତି ଲାଗି ଉପାଦେୟ ସାବ୍ୟସ୍ତ ହେବ ।

ଯୋଧପୁରରେ ହେବାକୁ ଯାଉଥିବା ଅଭ୍ୟାସ କେବଳ ପାଇଲଟ୍‌ଙ୍କ କୌଶଳ ବିକଶିତ କରିବ ତା ନୁହେଁ, ବରଂ ଭାରତକୁ ବୈଶ୍ଵିକ ସ୍ତରରେ ମଜଭୁତ୍ କରିବା ସହ ସୈନ୍ୟ ସମ୍ପର୍କକୁ ବଢ଼ାଇବ । ୨୦୨୭ରେ ଦୁନିଆର ଏକାଧିକ ଯୁଦ୍ଧ ବମାନ ଭାରତୀୟ ଆକାଶରେ ଏକସାଙ୍ଗରେ ଉଡ଼ିବେ- ଏହା ବଡ଼ ଏବଂ ଐତିହାସିକ କ୍ଷଣ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Air Force to Launch ‘Tarang Shakti 2.0’ Mega War Exercise | Argus News | Argus News