Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Monorail By Army / ଯେଉଁଠି ପହଞ୍ଚି ପାରେନି ଗାଡ଼ି, ସେଠି ଭାରତୀୟ ସେନା ଦୌଡ଼ାଇଲା 'ମୋନୋରେଳ'

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଯେଉଁଠି ପହଞ୍ଚି ପାରେନି ଗାଡ଼ି, ସେଠି ଭାରତୀୟ ସେନା ଦୌଡ଼ାଇଲା 'ମୋନୋରେଳ'
Proud Moment for India

Key Points

୧୬ ହଜାରରୁ ଅଧିକ ଫୁଟ୍ ଉଚ୍ଚରେ ଭାରତୀୟ ସେନା 'ମୋନୋରେଳ' ପରିବହନ ପ୍ରଣାଳୀକୁ ସଫଳତାର ସହ କାର୍ଯ୍ୟକାରୀ କରିଛି । ଯାହା ଏସିଆ ବୁକ୍ସ ଅଫ୍ ରେକର୍ଡସ୍ ଏବଂ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ସ୍‌ରେ ରେକର୍ଡରେ ସ୍ଥାନ ପାଇଛି ।
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ସେନା । ଯେଉଁଠିକୁ ଗାଡ଼ି ପହଞ୍ଚିବା ତ ଦୂର ଚଢ଼ି ବି ପାରେନା । ସେଠି ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି, ବାଧାବିଘ୍ନକୁ ଏଡ଼ାଇ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ଯବାନ । ଭାରତୀୟ ସେନାର ଏଭଳି ନିଆରା ଉଦ୍ୟମ ଏସିଆ ବୁକ୍ସ ଅଫ୍ ରେକର୍ଡସ୍ ଏବଂ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ସ୍‌ରେ ସ୍ଥାନ ପାଇଛି ।

ସୁଉଚ୍ଚ ପାହାଡ଼ରେ 'ମୋନୋରେଳ'

ଚୀନକୁ ଲାଗି ରହିଥିବା ସୀମାରେ ସୁଉଚ୍ଚ ପାହାଡ଼ ଉପରେ ଭାରତୀୟ ସେନା ଏକ ନିଆରା କାର୍ଯ୍ୟ କରି ଦେଖାଇଛି । ୧୬ ହଜାରରୁ ଅଧିକ ଫୁଟ୍ ଉଚ୍ଚରେ ଭାରତୀୟ ସେନା 'ମୋନୋରେଳ' ପରିବହନ ପ୍ରଣାଳୀକୁ ସଫଳତାର ସହ କାର୍ଯ୍ୟକାରୀ କରିଛି । ଯାହା ଏସିଆ ବୁକ୍ସ ଅଫ୍ ରେକର୍ଡସ୍ ଏବଂ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ସ୍‌ରେ ରେକର୍ଡରେ ସ୍ଥାନ ପାଇଛି ।

ଏଥିସହ ପଢ଼ନ୍ତୁ: ପରିବେଶ ପାଇଁ ବିପଦ AI; ଡାଟା ସେଣ୍ଟର ଉତ୍ତାପ ଯୋଗୁଁ ୩୪ କୋଟି ଲୋକ ପ୍ରଭାବିତ

ଯେଉଁଠି ସାମାନ୍ୟ ଗାଡ଼ି ପହଞ୍ଚି ପାରେନାହିଁ, ସେଠାରେ ଏହି ମୋନୋରେଳ କାମ କରିଥାଏ । ୧୬ ହଜାର ଫୁଟ୍ ଉପରେ କଠିନ ପରିସ୍ଥିତିରେ ମୋନୋରେଳ କାମ କରୁଛି । ବିଗତ ୪ ମାସ ହେଲା କୌଣସି ବାଧା ବିନା ମୋନୋରେଳ ଗଡ଼ୁଛି ।

୧୬ ହଜାର ଫୁଟ୍ ଉପରେ କମାଲ୍

ସେ ଦିନ ହେଉ କି ରାତି, ଭୀଷଣ ବର୍ଷା ହେଉ କି ଭୟଙ୍କର ଥଣ୍ଡା । ପ୍ରତିଟି ସମୟରେ ମୋନୋରେଳ ସକ୍ରିୟ ରହୁଛି । ପ୍ରତିଟି ପ୍ରତିକୂଳ ପାଗରେ ମୋନୋରେଳ ଏବେ ଭରସାର ମାଧ୍ୟମ ପାଲଟିଛି । କାରଣ ୧୬ ହଜାର ଫୁଟ୍ ଉପରେ ପାଗ କେତେବେଳେ ଖରାପ ହେବ ଜଣାନାହିଁ ।

ଅନେକ ସମୟରେ ସଡ଼କ ବନ୍ଦ ହୋଇଯାଏ, ହେଲିକପ୍ଟର ଉଡ଼ି ପାରେନା । ଏଭଳି ସ୍ଥିତିରେ ସୈନିକଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ବେଶ୍ କଠିନ ହୋଇ ପଡ଼ିଥାଏ । ଆଉ ଏହି କଠିନ ପରିସ୍ଥିତିରେ ମୋନୋରେଳ ସମସ୍ୟାକୁ କମାଇ ଦେଇଛି । ଏବେ ଏହି ବ୍ୟବସ୍ଥା ଜରିଆରେ ରାସନ, ଔଷଧ, ଇନ୍ଧନ ଆଦି ପଠା ଯାଉଛି । ପୂର୍ବରୁ ଏହି କାର୍ଯ୍ୟ ନିଜେ ଯବାନ କିମ୍ବା ଜୀବଜନ୍ତୁଙ୍କ ଦ୍ଵାରା କରାଯାଉଥିଲା । ଏବେ ତାହା ମେସିନ୍ କରୁଛି ।

ଏଥିସହ ପଢ଼ନ୍ତୁ: ଘରେ ବୁଲୁଥିବା ଅସରପା, ହୋଇପାରେ ଗୁପ୍ତଚର! ଆସିଲା ନୂଆ ଟେକ୍ନୋଲୋଜି

ସେନା ଲାଗି ବଡ଼ ଉପଲବ୍ଧି

ଭାରତୀୟ ସେନାର ଏହି ପ୍ରୟାସକୁ ମାନ୍ୟତା ମିଳିଛି । ଏତେ ଉଚ୍ଚରେ ମୋନୋରେଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଏକ ବହୁତ ବଡ଼ ଉପଲବ୍ଧି ବୋଲି କହିଛି । ତେବେ ୧୬ ହଜାର ଫୁଟ୍ ଉପରେ ଏହା କାର୍ଯ୍ୟକାରୀ କରିବା ଏତେଟା ସହଜ ନଥିଲା ।

ଏଥିପାଇଁ ସେନାର ଇଞ୍ଜିନିୟରିଂ ଟିମ୍‌କୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ଅମ୍ଳଜାନର ସ୍ତର ହ୍ରାସ, ପ୍ରବଳ ଥଣ୍ଡା ଓ ପ୍ରତିକୂଳ ପାଗରେ କାମ କରିବା କଷ୍ଟସାଧ୍ୟ ଥିଲା । ତଥାପି ଭାରତୀୟ ଯବାନ ସବୁ ବାଧାବିଘ୍ନକୁ ପାର କରି ସ୍ଵଦେଶୀ ଜ୍ଞାନକୌଶଳର ବ୍ୟବହାର କରି ଆତ୍ମନିର୍ଭର ଭାରତର ମଜଭୁତ୍ ଉଦାହରଣ ଦେଇଛନ୍ତି । ଯାହା ଦର୍ଶାଉଛି, ଭାରତୀୟ ସେନା ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ପ୍ରତିଟି ଆହ୍ଵାନର ସାମ୍ନା ପାଇଁ ପ୍ରସ୍ତୁତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Army Builds Monorail at 16,000 Feet in High-Altitude Region | Argus News | Argus News