Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭବିଷ୍ୟତ ପାଇଁ ଆଗୁଆ ପ୍ରସ୍ତୁତି; ଡ୍ରୋନ୍ ଶକ୍ତି ବଢାଉଛି ଭାରତୀୟ ସେନା

National

AVNL New Drone System / ଭବିଷ୍ୟତ ପାଇଁ ଆଗୁଆ ପ୍ରସ୍ତୁତି; ଡ୍ରୋନ୍ ଶକ୍ତି ବଢାଉଛି ଭାରତୀୟ ସେନା

Subhramjit Ray
Browse all articles by Subhramjit Ray
·2 hours ago·3 min read
ଭବିଷ୍ୟତ ପାଇଁ ଆଗୁଆ ପ୍ରସ୍ତୁତି; ଡ୍ରୋନ୍ ଶକ୍ତି ବଢାଉଛି ଭାରତୀୟ ସେନା
AVNL New Drone System

Key Points

ଭାରତୀୟ ସଶସ୍ତ୍ର ଯାନ ନିଗମ ହେଉଛି ଭବିଷ୍ୟତରେ ସେନା ଯୁଦ୍ଧ ଟ୍ୟାଙ୍କ ପାଇଁ ନୂତନ ଡ୍ରୋନ୍ ସିଷ୍ଟମ ବିକଶିତ କରିବାକୁ ଚାହୁଁଛି। ଯାହାର ଲକ୍ଷ୍ୟ ହେଉଛି ଭାରତୀୟ ସେନା ଦ୍ୱାରା ଭବିଷ୍ୟତରେ ବ୍ୟବହୃତ ହେବାକୁ ଯାଉଥିବା ଟ୍ୟାଙ୍କ୍ ରେ ଉନ୍ନତ ଡ୍ରୋନ୍ ଜ୍ଞାନକୌଶଳକୁ ଏକୀକୃତ କରିବା।
New Drone System For Indian Army Battele Tank: ଭବିଷ୍ୟତରେ ଭାରତୀୟ ସେନା ଦ୍ୱାରା ବ୍ୟବହୃତ ହେବାକୁ ଯାଉଥିବା ଟ୍ୟାଙ୍କ ଏବେ "କାମିକାଜେ ଡ୍ରୋନ" ସହିତ ସଜ୍ଜିତ ହୋଇପାରେ। ଏନେଇ ସେନାର ସଶସ୍ତ୍ର ଯାନ ନିଗମ (ଏଭିଏନ୍ଏଲ୍) ଭାରତୀୟ କମ୍ପାନୀ ଠାରୁ ସହଭାଗୀତା ପ୍ରସ୍ତାବ ଲୋଡି଼ଛି। ଭାରତୀୟ ସେନାର ସଶସ୍ତ୍ର ଯାନ ନିଗମ ହେଉଛି ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ, ଯିଏ ଭବିଷ୍ୟତର ଯୁଦ୍ଧ ଟ୍ୟାଙ୍କ ପାଇଁ ନୂତନ ଡ୍ରୋନ୍ ସିଷ୍ଟମ ବିକଶିତ କରିବାକୁ ଚାହୁଁଛି। ଏହି ପ୍ରକଳ୍ପ ଚେନ୍ନାଇ ସ୍ଥିତ ଆୱାଡ଼ି ଠାରେ ଥିବା ଭାରୀ ଯାନ କାରଖାନା ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ଯାହାର ଲକ୍ଷ୍ୟ ହେଉଛି ଭାରତୀୟ ସେନା ଦ୍ୱାରା ଭବିଷ୍ୟତରେ ବ୍ୟବହୃତ ହେବାକୁ ଯାଉଥିବା ଟ୍ୟାଙ୍କ୍ ରେ ଉନ୍ନତ ଡ୍ରୋନ୍ ଜ୍ଞାନକୌଶଳକୁ ଏକୀକୃତ କରିବା।

ଏଭିଏନ୍ଏଲ୍ (AVNL) ୩ ପ୍ରକାରର ଡ୍ରୋନ୍ (Drone) ବିକଶିତ କରିବାକୁ ଚାହୁଁଛି। ତାହା ହେଉଛି "କାମିକାଜେ" ଡ୍ରୋନ୍ (Kamikaze Drones), ନୀରିକ୍ଷଣ ଡ୍ରୋନ୍ (Kamikaze Drones) ଏବଂ "ଟେଥର୍ଡ" ଡ୍ରୋନ୍ (Tethered Drones)। "କାମିକାଜେ" ଡ୍ରୋନ୍, "ଲୋଇଟରିଂ" ଯୁଦ୍ଧାସ୍ତ୍ର (Loitering Munition) ନାମରେ ମଧ୍ୟ ପରିଚିତ। ଏହି ଡ୍ରୋନ୍ ଏହାର ଲକ୍ଷ୍ୟସ୍ଥଳ ଉପରେ ଘୂରି ବୁଲି ସଠିକ୍ ସମୟରେ ଆକ୍ରମଣ କରିଥାଏ। ଏହାକୁ ଆତ୍ମଘାତୀ ଡ୍ରୋନ୍ (Suicide Drone) ମଧ୍ୟ କୁହାଯାଏ। ଏହି ଡ୍ରୋନ୍, ଶତ୍ରୁ ପକ୍ଷର ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯିବ। AVNL ଚାହୁଁଛି ଯେ ଏହି ଡ୍ରୋନ୍, ଅତି କମରେ ୫୦୦ ମିମି ଘନତା ବିଶିଷ୍ଟ ଇସ୍ପାତ ଦ୍ୱାରା ନିର୍ମିତ ପ୍ରତିରକ୍ଷା ଉପକରଣକୁ ଭେଦବାକୁ ସକ୍ଷମ ହେଉ। କମ୍ପାନୀ ଏହି କ୍ଷମତାକୁ ୬୦୦ ଏମଏମ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ଏହା ସହ ପଢନ୍ତୁ: ଦୂରରୁ ଥାଇ ଶତ୍ରୁଙ୍କୁ ନିପାତ କରିବ 'ବାୟୁ ବାଣ', କିପରି କରିବ କାମ?

ଡ୍ରୋନ୍ ର ଲକ୍ଷ୍ୟଭେଦ କ୍ଷମତା ୧୫ କିଲୋମିଟର ହେବ
ଏହି ଡ୍ରୋନ୍. "ଉଚ୍ଚ ଆକ୍ରମଣ" କ୍ଷମତା ସହ ସଜ୍ଜିତ ହେବ। ଯାହା ଉପରୁ ଶତ୍ରୁ ପକ୍ଷର ଟ୍ୟାଙ୍କ ଉପରେ ଆକ୍ରମଣ କରିବ। କୌଣସି ଟ୍ୟାଙ୍କ୍ ର ଉପର ଅଂଶକୁ ଅପେକ୍ଷାକୃତ ଦୁର୍ବଳ ବୋଲି ବିବେଚନା କରାଯାଏ। ଏହି ଡ୍ରୋନ୍ ର ଲକ୍ଷ୍ୟଭେଦ କ୍ଷମତା ଅତି କମରେ ୧୫ କିଲୋମିଟର ହେବା ପ୍ରାୟ ୪୫ ମିନିଟ୍ ପାଇଁ ଉଡ଼ାଣ ଭରିପାରିବ। କୌଣସି ଲକ୍ଷ୍ୟକୁ ଭେଦ କରିବାରେ ଏହାର ତ୍ରୁଟି ସୀମାକୁ ୧ ମିଟରରୁ କମ୍ ରଖିବାକୁ ଯୋଜନା ରହିଛି। ଏହି ଡ୍ରୋନ୍, ମରୁଭୂମି, ଜଙ୍ଗଲ, ପର୍ବତ ଏବଂ ଗାଁ ସହର ଭଳି ଅଞ୍ଚଳରେ କାର୍ଯ୍ୟ କରିପାରିବ। ଏହାକୁ ୧୮,୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବ୍ୟବହାର କରିବାକୁ ଯୋଜନା କରାଯାଇଛି।

ସ୍ୱୟଂଚାଳିତ ନାଭିଗେସନ୍ ଏବଂ ଟାର୍ଗେଟ ଟ୍ରାକିଂ ଭଳି ବୈଶିଷ୍ଟ୍ୟ ସହ ସହ ସଜ୍ଜିତ ହେବ AVNL Drone
AVNL ନୀରିକ୍ଷଣ ପାଇଁ "ୱୟାରଲେସ୍ ଡ୍ରୋନ୍" (Wireless Drone) ମଧ୍ୟ ଚାହୁଁଛି। ଏହି ଡ୍ରୋନ୍ ୨୦ କିଲୋମିଟର ଦୂରତା ପର୍ଯ୍ୟନ୍ତ 2K Quality ବିଶିଷ୍ଟ ଭିଡି଼ଓ ପଠାଇପାରିବ। ଏହି ଡ୍ରୋନ୍, ଇଲେକ୍ଟ୍ରୋନିକ୍ ଯୁଦ୍ଧ ପରିବେଶରେ (Electronic Warfare Environment) ମଧ୍ୟ କାର୍ଯ୍ୟ କରିବାକୁ ପଡି଼ବ। ଅର୍ଥାତ୍ ଶତ୍ରୁପକ୍ଷ ଏହାର ସିଗନାଲ୍, ବନ୍ଦ କରିବାକୁ ଚେଷ୍ଟା କଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ରହିବ। ଏଥିରେ ଏକ "ଏନକ୍ରିପ୍ଟେଡ୍" ଯୋଗାଯୋଗ ବ୍ୟବସ୍ଥା (Encrypted Communication System) ରହିବ। ଏଥିରେ ସ୍ୱୟଂଚାଳିତ "ନାଭିଗେସନ୍" ବ୍ୟବସ୍ଥା (AVNL Drone Automatic Navigation System) ଏବଂ "ଟାର୍ଗେଟ୍ ଟ୍ରାକିଂ" ବ୍ୟବସ୍ଥା (Target Tracking System) ଭଳି ବୈଶିଷ୍ଟ୍ୟ ମଧ୍ୟ ରହିବ। ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲେ ମଧ୍ୟ ଏହି ଡ୍ରୋନ୍, ଏହାର ନିଜସ୍ୱ ସିଷ୍ଟମ ଫେରିପାଇବ।

ତୃତୀୟ ବର୍ଗରେ "ଟିଥର୍ଡ" ଡ୍ରୋନ୍ ଅନ୍ତର୍ଭୂକ୍ତ ରହିଛି। ଯାହା ତାର ମାଧ୍ୟମରେ ଟ୍ୟାଙ୍କ ସହିତ ଯୋଡ଼ି ହୋଇ ରହିବ। ଏହାକୁ ଟ୍ୟାଙ୍କ ସିଧାସଳଖ ଶକ୍ତି ଯୋଗାବ। ଯାହା ଦ୍ୱାରା "ଟିଥର୍ଡ" ଦୀର୍ଘ ସମୟ ପାଇଁ ବାୟୁରେ ଉଡ଼ାଣ ଭରିପାରିବ। ଏହି ଡ୍ରୋନ୍ ଯୁଦ୍ଧ ସମୟରେ ସେନାକୁ ଶତ୍ରୁପକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖିବାରେ ସାହାଯ୍ୟ କରିବ ଏବଂ ଯୋଗାଯୋଗକୁ ସୁଦୃଢ଼ ​​କରିବାରେ ମଧ୍ୟ ଉପଯୋଗୀ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Army to Get Advanced Drones with 20KM Range and 2K Live Video Feed | Argus News