Videos
|
National

Indian Economy Growth 2026 / ବିଶ୍ୱ ଚ୍ୟାଲେଞ୍ଜ ସତ୍ତ୍ୱେ ମଜବୁତ ଭାରତୀୟ ଅର୍ଥନୀତି, HSBC ରିପୋର୍ଟରେ ବଡ଼ ଆକଳନ

Subhramjit Ray
Browse all articles by Subhramjit Ray
·Updated on: 29 Nov 2026, 22:47:22 IST·2 min read
ବିଶ୍ୱ ଚ୍ୟାଲେଞ୍ଜ ସତ୍ତ୍ୱେ ମଜବୁତ ଭାରତୀୟ ଅର୍ଥନୀତି, HSBC ରିପୋର୍ଟରେ ବଡ଼ ଆକଳନ
Photo Source: Social Media/AI

Key Points

HSBC ରିପୋର୍ଟ ଅନୁଯାୟୀ, ଆଗାମୀ କିଛି ମାସରେ ଭାରତୀୟ ଅର୍ଥନୀତି ମଜବୁତ ରହିବ। ନିରନ୍ତର ଗ୍ରାହକ ଚାହିଦା, ଘରୋଇ ନିବେଶ ଓ ସରକାରୀ ସମର୍ଥନ ଏହାର ମୁଖ୍ୟ ଆଧାର। ତେବେ ଏଲ୍‌ ନିନୋ, ପାଣିପାଗ ଅନିଶ୍ଚିତତା ଓ ବେସ୍‌ ଇଫେକ୍ଟ ଯୋଗୁଁ ଦରଦାମ ବଢ଼ିବାର ଆଶଙ୍କା ରହିଛି। ଶସ୍ତା ଅଶୋଧିତ ତୈଳ, ମଜବୁତ ଟଙ୍କା ଓ ରପ୍ତାନି ଅର୍ଥନୀତିକୁ ସହାୟତା କରିବ।

ନୂଆଦିଲ୍ଲୀ:  ଆଗାମୀ କିଛି ମାସରେ ଭାରତୀୟ ଅର୍ଥନୀତି ମଜବୁତ ସ୍ଥିତିରେ ଆଗକୁ ବଢିବା ପଥରେ ଅଗ୍ରସର ହେଉଛି। ଯାହା ନିରନ୍ତର ଗ୍ରାହକ ଚାହିଦା, ଘରୋଇ କମ୍ପାନୀ ଦ୍ୱାରା ବର୍ଦ୍ଧିତ ନିବେଶ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ସରକାରୀ ସମର୍ଥନ ଯୋଗୁଁ ହୋଇଛି। HSBC ସମୀକ୍ଷା ରିପୋର୍ଟ ରେ ଏକଥା କୁହାଯାଇଛି। ହେଲେ ତଥାପି କ୍ଷଣସ୍ଥାୟୀ ଭାବରେ ଦରଦାମ୍ ବୃଦ୍ଧି ହୋଇପାରେ। ଆଉ ଏହା ପଛରେ ରହିଥିବା ଏକ କାରଣ ହେଉଛି ଗତ ବର୍ଷର ମୂଲ୍ୟର ଆଧାର ପ୍ରଭାବ (Base Effect)। ରିପୋର୍ଟ ଅନୁଯାୟୀ, ପାଣିପାଗ ଅନିଶ୍ଚିତତା ଏବଂ ଏକ ଦୃଢ଼ "ଏଲ୍ ନିନୋ" (El Nino) ସମ୍ଭାବନା ମଧ୍ୟ ଖାଦ୍ୟ ମୂଲ୍ୟ ଉପରେ ଚାପ ପକାଇପାରେ।

୧୦୦ ଡଲାର ତଳେ ରହିଛି ଅଶୋଧିତ ତୈଳ ମୂଲ୍ୟ; ଟଙ୍କା ରହିଛି ମଜବୁତ
ଆଶ୍ୱସ୍ତିର ବିଷୟ ଏହା ଯେ ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୦୦ ଡଲାର ତଳକୁ ହ୍ରାସ ପାଇଛି। ଅନ୍ୟପଟେ ଟଙ୍କା ମଧ୍ୟ ମଜବୁତ ହୋଇଛି। ଯଦି ଏହି ପରିସ୍ଥିତି ଜାରି ରହେ, ତାହେଲେ ଏହା ଆମଦାନୀ ମାଧ୍ୟମରେ ହେଉଥିବା ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରିବ। ଅନ୍ୟପଟେ ଦେଶର ବାହ୍ୟ କ୍ଷେତ୍ର ମଧ୍ୟ ମଜବୁତ ରହିବା ନେଇ ଆଶା କରାଯାଉଛି। ଏହା ପଛରେ ରହିଥିବା କାରଣ ହେଉଛି ସାମଗ୍ରୀ ରପ୍ତାନୀରେ ଦୃଢ଼ ଅଭିବୃଦ୍ଧି, ସେବା କ୍ଷେତ୍ରର ବାଣିଜ୍ୟରେ ଦୃଢ଼ ବଳକା ଏବଂ ପର୍ଯ୍ୟାପ୍ତ ବୈଦେଶିକ ମୁଦ୍ରା ଭଣ୍ଡାର।

ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତ ରହିଛି ସୁଦୃଢ଼
ତଥାପି, ବିଶ୍ୱର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଉଥିବା ରାଜନୈତିକ ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ନୀତି ସମ୍ପର୍କରେ ଅନିଶ୍ଚିତତା ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିପାରେ। ହେଲେ ଏପରି ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସତ୍ତ୍ୱେ, ଦେଶର ଘରୋଇ ଅର୍ଥନୀତି ମୌଳିକ ସ୍ଥିତି ଦୃଢ଼ ରହିଛି। ଏହା ସହିତ ଦେଶରେ ପର୍ଯ୍ୟାପ୍ତ ଆର୍ଥିକ ସୁରକ୍ଷା ଉପାୟ ଏବଂ ସମ୍ବଳ ରହିଛି। ଯାହା ଅର୍ଥନୀତିକୁ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ୍ ର ସାମ୍ନା କରିବାରେ ସହାୟକ ହୋଇପାରିବ।


ପଢନ୍ତୁ ଏହି ଖବର: ମଦ୍ରାସାରେ ବଦଳିଲା ସାପ୍ତାହିକ ଛୁଟି! ଶୁକ୍ରବାର ବଦଳରେ ଏଣିକି ରବିବାର ବନ୍ଦ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: