West Bengal Madrasa Weekly Holiday / ମଦ୍ରାସାରେ ବଦଳିଲା ସାପ୍ତାହିକ ଛୁଟି! ଶୁକ୍ରବାର ବଦଳରେ ଏଣିକି ରବିବାର ବନ୍ଦ
·Updated on: 29 Nov 2026, 22:22:43 IST·2 min read

Key Points
ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ବୋର୍ଡ ସାପ୍ତାହିକ ଛୁଟିରେ ପରିବର୍ତ୍ତନ କରିଛି। ଏଣିକି ଶୁକ୍ରବାର ବଦଳରେ ରବିବାର ମଦ୍ରାସା ବନ୍ଦ ରହିବ। ଶୁକ୍ରବାର ସାଧାରଣ ପାଠପଢ଼ା ହେବ। ତେବେ ଛାତ୍ରଛାତ୍ରୀଙ୍କୁ ନମାଜ ପାଇଁ ଆବଶ୍ୟକ ସମୟ ଦିଆଯିବ। ନିୟମ ଉଲ୍ଲଂଘନ କଲେ ମଦ୍ରାସା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
କୋଲକାତା: ସଦ୍ୟ ପଶ୍ଚିମବଙ୍ଗର ମଦ୍ରାସା ବୋର୍ଡ଼ ପକ୍ଷରୁ ଛୁଟି ସମ୍ପର୍କରେ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ମଦ୍ରାସା ଠାରେ ଶୁକ୍ରବାର ହେଉଥିବା ସାପ୍ତାହିକ ଛୁଟିକୁ ଉଚ୍ଛେଦ କରାଯାଇଛି। ରାଜ୍ୟର ମଦ୍ରାସାରେ ହେଉଥିହା ସାପ୍ତାହିକ ଛୁଟି ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ବୋର୍ଡ ରାଜ୍ୟର ସମସ୍ତ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ୍ରାସାକୁ, ସାପ୍ତାହିକ ଛୁଟି ଶୁକ୍ରବାର ପରିବର୍ତ୍ତେ ରବିବାର କରିବାକୁ ନିର୍ଦ୍ଦେଶ ଦେଇଛି। ବୋର୍ଡ଼ ନିର୍ଦ୍ଦେଶ ଅନୁଯାୟୀ, ମଦ୍ରାସାରେ ଏବେ ନିୟମିତ ସାପ୍ତାହିକ ଛୁଟି ରବିବାର ମିଳିବ। ଏହା ବ୍ୟତୀତ, ସପ୍ତାହର ଅନ୍ୟ କୌଣସି କାର୍ଯ୍ୟ ଦିବସରେ ନିୟମିତ ସାପ୍ତାହିକ ଛୁଟି ପାଳନ କରିବାର ପ୍ରଥା ତୁରନ୍ତ ବନ୍ଦ କରାଯାଇଛି।
ଶୁକ୍ରବାର କାହିଁକି ହେଉଥିଲା ମଦ୍ରାସାରେ ସାପ୍ତାହିକ ଛୁଟି?
ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ହେବା ସହିତ, ପୁରୁଣା ନିୟମ ମଧ୍ୟ ପରିବର୍ତ୍ତନ ହେଉଛି। ରାଜ୍ୟର ଅନେକ ମଦ୍ରାସା ଦଶନ୍ଧି ଧରି ଶୁକ୍ରବାରକୁ ସାପ୍ତାହିକ ଛୁଟି ଦିବସ ଭାବରେ ପାଳନ କରିବାର ପରମ୍ପରା ରହିଆସିଛି। ଏହା ପଛରେ ମୁଖ୍ୟ କାରଣ ଥିଲା ଶୁକ୍ରବାର ଆୟୋଜିତ ହେଉଥିବା ସମବେତ ପ୍ରାର୍ଥନାରେ ଅଂଶଗ୍ରହଣକୁ ସହଜ କରିବା। ଶୁକ୍ରବାର ସାପ୍ତାହିକ ଛୁଟି ରହୁଥିବାରୁ, ରବିବାର ମଦ୍ରାସା ଖୋଲା ରହୁଥିଲା। କାରଣ ଏହା ଦ୍ୱାରା ପଛେଇ ଯାଇଥିବା ପାଠପଢ଼ାକୁ ଆଗେଇ ନିଆଯାଇ ପାରିବ। ହେଲେ ତଥାପି ସମଗ୍ର ଦେଶରେ ସ୍କୁଲ ଏବଂ କଲେଜ ରେ ସାପ୍ତାହିକ ଛୁଟି ରବିବାର ହୋଇଥାଏ। ଏବେ ମଦ୍ରାସାରେ ମଧ୍ୟ ସମାନ ଢାଞ୍ଚା ଲାଗୁ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଏବେ ମଦ୍ରାସା ଶିକ୍ଷା ବୋର୍ଡ଼ ଏକ ନୂତନ ନିର୍ଦ୍ଦେଶ ଦେବା ପରେ ଯାଇ ଏହି ନିୟମ ପରିବର୍ତ୍ତନ ହେବ। ରାଜ୍ୟର ସମସ୍ତ ସ୍ୱୀକୃତି ପ୍ରାପ୍ତ ମଦ୍ରାସା ଏଣିକି ରବିବାର ବନ୍ଦ ରହିବ। ଶୁକ୍ରବାର ସମେତ ସପ୍ତାହର ଅନ୍ୟ ଦିନରେ ସାଧାରଣ ଶିକ୍ଷାଗତ କାର୍ଯ୍ୟକଳାପ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ହଜାର ହଜାର ସ୍ୱୀକୃତିପ୍ରାପ୍ତ ମଦ୍ରାସା ରହିଛି। ଯେଉଁଠାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ନିର୍ଦ୍ଦେଶ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କୁ ପ୍ରଭାବିତ କରିବ। ବୋର୍ଡ଼ ସମସ୍ତ ମଦ୍ରାସା ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଯଦି କୌଣସି ମଦ୍ରାସା ଏହି ନିୟମ ପାଳନ କରିବାରେ ବିଫଳ ହୁଏ, ତାହେଲେ ସେହି ମଦ୍ରାସା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହା ସହ ପଢନ୍ତୁ: ଯୋଗୀ ସରକାରଙ୍କ ନିର୍ଦ୍ଦେଶ; ମଦ୍ରାସାରେ ପାଳିତ ହେବ 'ହର ଘର ତିରଙ୍ଗା' ଅଭିଯାନ
ଶୁକ୍ରବାର ନମାଜ ପାଇଁ ଛାତ୍ରଙ୍କୁ ଦିଆଯିବ ସମୟ
ମଦ୍ରାସା ବୋର୍ଡ ସ୍ପଷ୍ଟ କରିଛି ଯେ ସାଧାରଣ ଶ୍ରେଣୀ ଏବେ ଶୁକ୍ରବାର ଅନୁଷ୍ଠିତ ହେବ। ହେଲେ ଛାତ୍ରଛାତ୍ରୀଙ୍କୁ ନମାଜ ପାଇଁ ଆବଶ୍ୟକୀୟ ସମୟ ଦିଆଯିବ। ବୋର୍ଡ କହିଛି ଯେ, ଧାର୍ମିକ ବିଶ୍ୱାସକୁ ସମ୍ମାନ ଜଣାଇ, ସେମାନଙ୍କ ପାଠପଢ଼ାରେ କୌଣସି ବାଧା ସୃଷ୍ଟି କରାଯିବ ନାହିଁ। ଶୁକ୍ରବାର ନମାଜ ସମୟକୁ ଦୃଷ୍ଟିରେ ରଖି ସେମାନଙ୍କର ସମୟ ସାରଣୀକୁ ପରିବର୍ତ୍ତନ କରିବାକୁ ମଦ୍ରାସା ପରିଚାଳନାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ ଛାତ୍ରଛାତ୍ରୀ ସହଜରେ ସେମାନଙ୍କର ନମାଜ ପଢିପାରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଦ୍ରାସା ବୋର୍ଡ କହିବା ଅନୁସାରେ ଏହି ପରିବର୍ତ୍ତନ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଲକ୍ଷ୍ୟ ରଖିଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ଏବଂ କଲେଜ ରବିବାର ବନ୍ଦ ରହୁଛି। ମଦ୍ରାସା ମଧ୍ୟ ଏହି ବ୍ୟବସ୍ଥାର ଅଂଶ ହେବା ଆବଶ୍ୟକ। ଏହା ବୋର୍ଡ ପରୀକ୍ଷା, ଛୁଟି କ୍ୟାଲେଣ୍ଡର, ଶିକ୍ଷକ ତାଲିମ ଏବଂ ପ୍ରଶାସନିକ କାର୍ଯ୍ୟକୁ ସହଜ କରିବ। ଏକ ସ୍ଥିର ଛୁଟି ଢାଞ୍ଚା ମଧ୍ୟ ମଦ୍ରାସା ଛାତ୍ରଙ୍କୁ ମୁଖ୍ୟଧାରାର ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବାକୁ ସହଜ କରିବ।