Indian Railways Rule / ଜାଣନ୍ତୁ ରେଲୱେର ଏହି ନିୟମ; ନ ହେଲେ ନିଶ୍ଚିତ ଟିକେଟ୍ ଥାଇ ଟ୍ରେନ୍ରେ ପାଇବେନି ସିଟ୍ !
·1 hour ago·2 min read

Key Points
ଭାରତୀୟ ରେଲୱେର ନିୟମ ଅନୁସାରେ, ଯଦି କୌଣସି ଯାତ୍ରୀଙ୍କ ପାଖରେ କନଫର୍ମ ଟିକେଟ୍ ଥାଏ । କିନ୍ତୁ ଯାତ୍ରୀ ତାଙ୍କ ବୋର୍ଡିଂ ଷ୍ଟେସନରେ ଟ୍ରେନ୍ରେ ଚଢ଼ନ୍ତି ନାହିଁ । ତାହେଲେ ପରବର୍ତ୍ତୀ ୨ଟି ଷ୍ଟେସନ ପର୍ଯ୍ୟନ୍ତ ସିଟ୍ ସୁରକ୍ଷିତ ରହିବ ।
ନୂଆଦିଲ୍ଲୀ: ଦୁନିଆର ବୃହତ୍ ରେଳ ନେଟୱର୍କ ମଧ୍ୟରୁ ଭାରତୀୟ ରେଲୱେ ଅନ୍ୟତମ । ଯେଉଁଠି ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ରେ ଯାତ୍ରା କରିଥାନ୍ତି । କହିବାକୁ ଗଲେ, ଭାରତୀୟଙ୍କ ଲାଇଫ୍ ଲାଇନ୍ ବା ଜୀବନ ରେଖା ହେଉଛି ଭାରତୀୟ ରେଳ ।
ଟ୍ରେନ୍ରେ ଯାତ୍ରୀଙ୍କୁ ସୁବିଧା ଓ ସିଟ୍ ବଣ୍ଟନ ପାଇଁ ରେଲୱେ ଅନେକ ନିୟମ ମଧ୍ୟ କରିଛି । ପ୍ରତ୍ୟେକ ଟ୍ରେନ୍ ଯାତ୍ରୀ ଏହା ବାବଦରେ ଜାଣବା ଦରକାର । ଭାରତୀୟ ରେଲୱେର ନିୟମ ଅନୁସାରେ, ଯଦି ଆପଣ ଟ୍ରେନ୍ରେ କନଫର୍ମ ବା ନିଶ୍ଚିତ ଟିକେଟ୍ ବୁକ୍ କରିଛନ୍ତି । ତାହେଲେ ଆପଣଙ୍କୁ ଲାଗୁଥିବା ସମ୍ପୂର୍ଣ୍ଣ ଯାତ୍ରା ସମୟରେ ସିଟ୍ଟି ଆପଣଙ୍କର ହିଁ ରହିବ ।
ଏଥିସହ ପଢ଼ନ୍ତୁ: ନିଜ ସହ ଟ୍ରେନରେ ଅଧିକ ଲଗେଜ୍ ନେଇ ଯାଉଛନ୍ତି କି ? ଆସିଲା ନୂଆ ନିୟମ
କିନ୍ତୁ ଭାରତୀୟ ରେଲୱେର ଏମିତି ଏକ ନିୟମ ରହିଛି, ଯାହା ବହୁତ କମ୍ ଲୋକ ଜାଣିଥାନ୍ତି । ଏହି ନିୟମ ଅନୁସାରେ, କିଛି ପରିସ୍ଥିତିରେ କନଫର୍ମ ଟିକେଟ୍ ଥାଇ ମଧ୍ୟ ଆପଣଙ୍କ ସିଟ୍ ଅନ୍ୟ ଯାତ୍ରୀଙ୍କୁ ଦିଆଯାଇପାରେ ।
ଯେତେବେଳେ ଆପଣ ଆପଣଙ୍କ ବୋର୍ଡିଂ ଷ୍ଟେସନରେ ଟ୍ରେନ୍ ଚଢ଼ି ନଥାନ୍ତି କିମ୍ବା ରେଲୱେକୁ ସେନେଇ ଅବଗତ କରାନ୍ତି ନାହିଁ । ସେଭଳି ସ୍ଥିତିରେ ଟିଟିଇ ନିୟମ ଅନୁସାରେ, କୌଣସି ଅନ୍ୟ ଯାତ୍ରୀଙ୍କୁ ସିଟ୍କୁ ଦେଇ ପାରିବେ । ଆସନ୍ତୁ ଜାଣିବା, ଏଭଳି ସ୍ଥିତିରୁ ବଞ୍ଚିବା ପାଇଁ କ'ଣ ରହିଛି ଉପାୟ ।
କ'ଣ କହୁଛି ରେଲୱେର ନିୟମ ?
ଭାରତୀୟ ରେଲୱେର ନିୟମ ଅନୁସାରେ, ଯଦି କୌଣସି ଯାତ୍ରୀଙ୍କ ପାଖରେ କନଫର୍ମ ଟିକେଟ୍ ଥାଏ । କିନ୍ତୁ ଯାତ୍ରୀ ତାଙ୍କ ବୋର୍ଡିଂ ଷ୍ଟେସନରେ ଟ୍ରେନ୍ରେ ଚଢ଼ନ୍ତି ନାହିଁ । ତାହେଲେ ପରବର୍ତ୍ତୀ ୨ଟି ଷ୍ଟେସନ ପର୍ଯ୍ୟନ୍ତ ସିଟ୍ ସୁରକ୍ଷିତ ରହିବ । ତା'ପରେ ଟିଟିଇ ଉକ୍ତ ସିଟ୍କୁ ଖାଲି ବିବେଚନା କରି RAC କିମ୍ବା ଅନ୍ୟ ଯାତ୍ରୀଙ୍କ ଦେଇପାରନ୍ତି । ତେଣୁ ଟ୍ରେନ୍ ଯାତ୍ରା ସମୟରେ କନଫର୍ମ ଟିକେଟ୍ ସହ ନିର୍ଦ୍ଧାରିତ ଷ୍ଟେସନରେ ଚଢ଼ିବା ଜରୁରୀ ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ରେ ଯାଉଥିଲେ, କିଛି ସେକେଣ୍ଡରେ ଲାଗିଲା ବିଦ୍ୟୁତ ଝଟକା..ଛାନିଆ ଯାତ୍ରୀ
କ'ଣ କରିବେ ?
ଆପଣ ଚଢ଼ିବାକୁ ଥିବା ଷ୍ଟେସନରୁ କୌଣସି କାରରବଶତଃ ଆପଣ ଚଢ଼ ନ ପାରିଲେ ଆପଣ ବୋର୍ଡିଂ ଷ୍ଟେସନ ବଦଳାଇ ପାରିବେ । ଏହି ସୁବିଧା ଦେଉଛି ଆଇଆରସିଟିସି । ଯାତ୍ରା ପୂର୍ବରୁ ଆପଣ ଅନଲାଇନ୍ରେ ଆପଣଙ୍କ ବୋର୍ଡିଂ ଷ୍ଟେସନ ବଦଳାଇ ପାରିବେ । ବୋର୍ଡିଂ ଷ୍ଟେସନ ବଦଳାଇବା ଦ୍ଵାରା ଆପଣଙ୍କ ସିଟ୍ ସୁରକ୍ଷିତ ରହିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories