RailWay Updates / ଏଲପିଜି ସଂକଟ ବେଳେ ଯାତ୍ରୀଙ୍କ ପାଇଁ ରେଳବାଇର ବଡ଼ ନିଷ୍ପତ୍ତି
·2 weeks ago·3 min read

Key Points
ଦେଶରେ ଏଲପିଜି ସଂକଟ ବେଳେ ଯାତ୍ରା ସମୟରେ ପ୍ରଦାନ କରାଯାଉଥିବା ଖାଦ୍ୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରେଳବାଇ।
Indian Railway On-Board Food Service: ଦେଶରେ ଏଲପିଜି ସଂକଟ ବେଳେ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଯାତ୍ରା ବେଳେ ଯାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟ ସେବା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ଆଇଆରସିଟିସି ପକ୍ଷରୁ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଯାହା ପରେ ରାଜଧାନୀ, ଶତାବ୍ଦୀ ଏବଂ ବନ୍ଦେ ଭାରତ ଭଳି ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ଅସୁବିଧା ଦୂର ହୋଇଛି। ଦିଲ୍ଲୀ-ହାୱଡା ମାର୍ଗରେ ଦିଲ୍ଲୀ, କାନପୁର ଏବଂ ପ୍ରୟାଗରାଜ ଭଳି ରେଳ ଷ୍ଟେସନ ଠାରେ ଆଇଆରସିଟିସି ଦ୍ୱାରା ପରିଚାଳିତ ରୋଷେଇ ଘର। ଯେଉଁଠାରେ ପ୍ରସ୍ତୁତ କରାଯାଇଥିବା ରନ୍ଧା ଖାଦ୍ୟ ଟ୍ରେନ ପ୍ୟାଣ୍ଟ୍ରି ଠାରେ ପହଞ୍ଚାଯାଏ।
ଆଇଆରସିଟିସି ଦ୍ୱାରା ପରିଚାଳିତ ରୋଷେଇ ଘର ଏବଂ ରେଳ ଷ୍ଟେସନ ପରିସରରେ ଥିବା ଖାଦ୍ୟ ଷ୍ଟଲ ଠାରେ ଯାତ୍ରୀଙ୍କୁ ଖାଦ୍ୟ ପାଇବାରେ ଯେପରି କୌଣସି ସମସ୍ୟାର ସାମ୍ନ ନକରନ୍ତି ତାହକୁ ନିଶ୍ଚିତ କରିବା ପାଇଁ ରେଳବାଇ ପଦକ୍ଷେପ ନେଉଛି।
ପଢନ୍ତୁ ଏହି ଖବର: ୪୩ କୋଟି ଟଙ୍କା ବ୍ୟୟରେ ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ଦେଶରେ କଥିତ ଏଲପିଜି ସିଲିଣ୍ଡର ଅଭାବ ମଧ୍ୟରେ ଆଇଆରସିଟିସି ଏହାର କ୍ୟାଟରିଂ ୟୁନିଟ ଲାଗି ଅନେକ ନିର୍ଦ୍ଦେଶ ଜାରି କରିଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଆନ୍ତର୍ଜାତୀୟ ସଂଘର୍ଷ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଯୋଗାଣକୁ ପ୍ରଭାବିତ କରିପାରେ। ଏହି କାରଣରୁ ରେଳ ଷ୍ଟେସନ ଫୁଡ୍ ପ୍ଲାଜା, ରିଫ୍ରେସମେଣ୍ଟ ରୁମ୍ ଏବଂ ଜନଆହାର କେନ୍ଦ୍ରରେ ଖାଦ୍ୟ ଏବଂ ଜଳ ଯୋଗାଣ ସେବା ବନ୍ଦ କରିବା ଠିକ୍ ନୁହେଁ।
ଆଇଆରସିଟିସି ନିର୍ଦ୍ଦେଶ ଅନୁସାରେ ଏଲପିଜି ଅଭାବ ହେଲେ, ମାଇକ୍ରୋୱେଭ୍ ଏବଂ ଇଣ୍ଡକ୍ସନ୍ କୁକିଂ ଭଳି ବିକଳ୍ପ ରୋଷେଇ ବ୍ୟବସ୍ଥା କରିବାାକୁ କୁହାଯାଉଛି। ଯାତ୍ରୀଙ୍କ ପାଇଁ ନିରନ୍ତର ଖାଦ୍ୟ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ରନ୍ଧା ଖାଦ୍ୟ ଗଚ୍ଛିତ କରି ରଖିବା ପାଇଁ କୁହାଯାଇଛି। ଯଦି କୌଣସି କିଚେନ ୟୁନିଟ ଠାରେ ଏଲପିଜି କାରଣରୁ ଖାଦ୍ୟ ପ୍ରସ୍ତୁତ କରିବା ସମ୍ଭବ ହୁଏ ନାହିଁ ତାହେଲେ ତୁରନ୍ତ ପଶ୍ଚିମ ଜୋନ୍ ନିୟନ୍ତ୍ରଣ କକ୍ଷକୁ ଜଣାଇବା ପାଇଁ କୁହାଯାଇଛି। ଏହି ସମସ୍ତ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଯାତ୍ରୀ ସେବାରେ ଯେପରି କୌଣସି ବାଧା ନ ଉପୁଜେ ସେଥିପାଇଁ ପାଇଁ ଏହି ନିର୍ଦ୍ଦେଶକୁ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ରେଲୱେ ବୋର୍ଡ ନିର୍ଦ୍ଦେଶ ଅନୁଯାୟୀ ଏଲଏଚବି କୋଚ୍ ପ୍ୟାଣ୍ଟ୍ରି କାର୍ ମଧ୍ୟରେ ଏଲପିଜି ସିଲିଣ୍ଡର ରୋଷେଇ ପାଇଁ ବ୍ୟବହୃତ ହୁଏ ନାହିଁ। ନିଆଁ ଲାଗିବାର ଆଶଙ୍କା କମ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅନୁଯାୟୀ ବର୍ତ୍ତମାନ ଏଲପିଜି ବଦଳରେ ଇଣ୍ଡକ୍ସନ୍ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ଖାଦ୍ୟ ଗରମ କିମ୍ବା ପ୍ରସ୍ତୁତ କରାଯାଉଛି। ଯାତ୍ରା ବେଳେ ପରସା ଯାଉଥିବା ଅଧିକାଂଶ ଖାଦ୍ୟ ଏବେ ଆଇଆରସିଟିସି କିଚେନ୍ ଠାରେ ପ୍ରସ୍ତୁତ କରାଯାଉଛି। ପ୍ୟାଣ୍ଟ୍ରି କାର ମଧ୍ୟରେ କେବଳ ଖାଦ୍ୟ ବଣ୍ଟନ କିମ୍ବା ପୁନଃର୍ବାର ଗରମ କରାଯାଏ। ପ୍ୟାଣ୍ଟ୍ରି କାର କିମ୍ବା ଖାଦ୍ୟ ବିକ୍ରେତାଙ୍କ ପାଖରେ ଏଲପିଜି ସିଲିଣ୍ଡର କିମ୍ବା କୌଣସି ଜ୍ୱଳନଶୀଳ ସାମଗ୍ରୀ ନାହିଁ ତାହା ନିଶ୍ଚିତ କରିବା ପାଇଁ ରେଳବାଇ ପକ୍ଷରୁ ସମୟ ସମୟରେ ଯାଞ୍ଚ କରାଯାଏ।
ରେଳବାଇ ପକ୍ଷରୁ କୁହାଯାଇଛି ଯେ ଯାତ୍ରା ବେଳେ ଯାତ୍ରୀଙ୍କୁ ଯେଉଁ ରନ୍ଧା ଖାଦ୍ୟ ପରସାଯାଏ ତାହାକୁ ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜଙ୍କସନ ଠାରୁ ସଂଗ୍ରହ କରାଯାଏ। ଯାହାକୁ ପୂର୍ବରୁ ପ୍ରସ୍ତୁତ ହୋଇଥାଏ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ବର୍ଷ ଅଗଷ୍ଟରେ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଭାରତୀୟ ରେଳବାଇ ଏହାର ସମ୍ପୂର୍ଣ୍ଣ ନେଟୱାର୍କ ଅଧିନରେ ଦୈନିକ ପ୍ରାୟ ୧୬.୫ ଲକ୍ଷ ପ୍ୟାକେଟ୍ ପରସିଥାଏ।
ପଢନ୍ତୁ ଏହି ଖବର: ଓଡ଼ିଶା ଦେଇ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories