Indian Railway File FIR / ବନ୍ଦେ ଭାରତ ପାଇଁ ରେଳବାଇ ପକ୍ଷରୁ ମାମଲା ରୁଜୁ: କ'ଣ ରହିଛି ଘଟଣା ପଛର କାରଣ?
·3 months ago·2 min read

Key Points
ରେଳବାଇ ବର୍ତ୍ତମାନ ୧୪୫୦ ଟ୍ରେନ୍ ରେ କ୍ୟାଟରିଂ ସେବା ପରିଚାଳନା କରୁଛି। ଯେଉଁଥିରେ ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ତେଜସ ଏବଂ ଗତିମାନ ଏକ୍ସପ୍ରେସ ଭଳି ପ୍ରିମିୟମ୍ ଟ୍ରେନ ଅନ୍ତର୍ଭୂକ୍ତ ରହିଛି। ମେଲ୍/ଏକ୍ସପ୍ରେସ୍ ଟ୍ରେନରେ ଏବଂ ଟ୍ରେନ-ପାର୍ଶ୍ୱ ଭେଣ୍ଡିଂ ସେବା ମାଧ୍ୟମରେ ମଧ୍ୟ କ୍ୟାଟରିଂ ଯୋଗାଇ ଦିଆଯାଏ।
Vande Bharat conspiracy FIR: ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ବନ୍ଦେ ଭାରତ ଟ୍ରେନ୍କୁ ବଦନାମ କରିବା ପାଇଁ କରାଯାଉଛି କି ଷଡ଼ଯନ୍ତ୍ର? କାରଣ ଏହି ଟ୍ରେନ୍ ସମ୍ପର୍କରେ କିଛି ବିଭ୍ରାନ୍ତିକର ଏବଂ ଭ୍ରାମକ ସୋସିଆଲ ମିଡ଼ିଆ ଭାଇରାଲ ହେବା ପରେ ସଜାଗ ହୋଇଉଠିଛି ରେଳବାଇ। ଏହି ପୋଷ୍ଟ ଭାଇରାଲ ହେବା ପରେ ଏହାର ପ୍ରାରମ୍ଭିକ ତଦନ୍ତ କରିବା ପରେ ରେଳବାଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ରେଳବାଇ ଏବେ ସୋସିଆଲ ମିଡି଼ଆରେ ଭ୍ରାମକ ପୋଷ୍ଟ ମାଧ୍ୟମରେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବନ୍ଦେ ଭାରତ ଟ୍ରେନ୍ ରେ ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ଯାତ୍ରା ଅଭିଜ୍ଞତା ସମ୍ପର୍କରେ ବାରମ୍ବାର ସନ୍ଦେହଜନକ ପୋଷ୍ଟ କରାଯାଉଥିଲା। ଏନେଇ ହୋଇଥିବା ତଦନ୍ତରୁ ଏକଥା ସ୍ପଷ୍ଟ ହୋଇଥିଲା ଯେ ଏପରି ଅନେକ ସୋସିଆଲ ମିଡ଼ିଆ ପୋଷ୍ଟ ରେ ସମାନ ଭାଷା ଏବଂ ଫଟୋ ବ୍ୟବହାର କରାଯାଇଥିଲା। ଯଦିଓ ଏହି ପୋଷ୍ଟରେ ଭିନ୍ନ ଭିନ୍ନ ଟ୍ରେନ୍ ନାମ ରହିଥିଲା, ହେଲେ ବିଷୟବସ୍ତୁ ପ୍ରାୟତଃ ସମାନ ଥିଲା। ଏପରି ପୋଷ୍ଟ ଭାଇରାଲ ହେବା ପରେ ରେଳବାଇର ସନ୍ଦେହ ବଢିଥିଲା।
ଏହା ସହ ପଢନ୍ତୁ: ଗ୍ୟାସ୍ ସଂକଟ ବେଳେ ଆଇଆରସିଟିସି ନେଲା ବଡ଼ ନିଷ୍ପତ୍ତି
ଏହି ମାମଲାରେ ରେଳବାଇ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରିଛି। ରେଳଯାତ୍ରୀଙ୍କ ମଧ୍ୟରେ ଭ୍ରମ ଏବଂ ଅବିଶ୍ୱାସ ପ୍ରସାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ରେଳବାଇ ଚେତାବନୀ ଦେଇଛି ଯେ ଏଭଳି ବିଭ୍ରାନ୍ତିକର ଏବଂ ଭ୍ରାମକ ସୋସିଆଲ ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତୀୟ ରେଳବାଇର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ତଦନ୍ତ କରାଯାଉଛି।
ଭାରତୀୟ ରେଳବାଇ, ଆଇଆରସିଟ଼ିସି (IRCTC) ମାଧ୍ୟମରେ, ଏହାର ବିଶାଳ ନେଟୱାର୍କ ଅଧିନରେ ପ୍ରତିଦିନ ୧୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ କରିଥାଏ। ଯାହା ବିଶ୍ୱର ସବୁଠାରୁ ବଡ଼ ଅନବୋର୍ଡ କ୍ୟାଟରିଂ ସେବା ମଧ୍ୟରୁ ଅନ୍ୟତମ। ଯାତ୍ରୀ ସୁରକ୍ଷା ଏବଂ ଖାଦ୍ୟର ଗୁଣବତ୍ତା ଏହି ଅଭିଯାନର ମୂଳଲକ୍ଷ୍ୟ। ଏହି ମାନଦଣ୍ଡର ଯେକୌଣସି ଉଲ୍ଲଂଘନ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଇଆରସିଟିସି ଦାବି ଅନୁସାରେ ପ୍ରତିଦିନ ଦେଶରେ ଦୈନିକ ୧୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ଭୋଜନ ପରସା ଯାଇଥାଏ। ଯାତ୍ରା ବେଳେ ଯାତ୍ରୀଙ୍କୁ ଯେଉଁ ରନ୍ଧା ଖାଦ୍ୟ ପରସାଯାଏ ତାହାକୁ ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜଙ୍କସନ ଠାରୁ ସଂଗ୍ରହ କରାଯାଏ। ଯାହାକୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାଏ।
Related Topics
Explore more stories