Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଦଳିବାକୁ ଯାଉଛି ୪୦ ବର୍ଷ ପୁରୁଣା ଟ୍ରେନ୍ ଟିକେଟ୍ ବୁକିଂ ବ୍ୟବସ୍ଥା; ଜାଣନ୍ତୁ ଆପଣଙ୍କୁ କ'ଣ ମିଳିବ ଫାଇଦା ?

National

New Reservation System / ବଦଳିବାକୁ ଯାଉଛି ୪୦ ବର୍ଷ ପୁରୁଣା ଟ୍ରେନ୍ ଟିକେଟ୍ ବୁକିଂ ବ୍ୟବସ୍ଥା; ଜାଣନ୍ତୁ ଆପଣଙ୍କୁ କ'ଣ ମିଳିବ ଫାଇଦା ?

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ବଦଳିବାକୁ ଯାଉଛି ୪୦ ବର୍ଷ ପୁରୁଣା ଟ୍ରେନ୍ ଟିକେଟ୍ ବୁକିଂ ବ୍ୟବସ୍ଥା; ଜାଣନ୍ତୁ ଆପଣଙ୍କୁ କ'ଣ ମିଳିବ ଫାଇଦା ?
Faster Ticket Booking From August

Key Points

ଆସନ୍ତା ଅଗଷ୍ଟରୁ ଧିରେ ଧିରେ ଟ୍ରେନ୍ ଟିକେଟ୍ ବୁକିଂ ନୂଆ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମକୁ ସିଫ୍ଟ ହୋଇଯିବ । ଯାହାକି ୧୯୮୬ରୁ ପୁରୁଣା ବ୍ୟବସ୍ଥାରେ କାର୍ଯ୍ୟକ୍ଷମ ହୋଇ ଆସୁଛି ।
ନୂଆଦିଲ୍ଲୀ: ଭାରତୀୟ ରେଲୱେ ଟିକେଟ୍ ସଂରକ୍ଷଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଆସନ୍ତା ଅଗଷ୍ଟରୁ ଧିରେ ଧିରେ ଟ୍ରେନ୍ ଟିକେଟ୍ ବୁକିଂ ନୂଆ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ (PRS)କୁ ସିଫ୍ଟ ହୋଇଯିବ । ଯାହାକି ୧୯୮୬ରୁ ପୁରୁଣା ବ୍ୟବସ୍ଥାରେ କାର୍ଯ୍ୟକ୍ଷମ ହୋଇ ଆସୁଛି ।

ଏହି ପରିବର୍ତ୍ତନ ଦ୍ଵାରା ଟିକେଟ ବୁକିଂ ପ୍ରକ୍ରିୟା ଆହୁରି ସହଜ ହେବ । ସିଷ୍ଟମର କ୍ଷମତା ବଢ଼ିବା ସହ ଯାତ୍ରୀଙ୍କୁ ଉନ୍ନତ ଅନୁଭବ ମିଳିବ । ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ରେଳ ଭବନରେ ଏହାର ପ୍ରଗତିର ସମୀକ୍ଷା କରି ଯାତ୍ରୀ ଯେଭଳି ହଇରାଣ ନ ହେବେ ସେ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ସହ ସିଧାସଳଖ ଯୋଡ଼ିହେବ ସିଲିଗୁଡ଼ି; ୬ ଘଣ୍ଟାରେ ପୁରା ହେବ ଯାତ୍ରା 

ବଦଳିବ ୪୦ ବର୍ଷର ପୁରୁଣା ବ୍ୟବସ୍ଥା

ବର୍ତ୍ତମାନ ଥିବା ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ (PRS) ୧୯୮୬ରେ ଆରମ୍ଭ ହୋଇଥିଲା । ଯେଉଁଥିରେ ଆଜି ପର୍ଯ୍ୟନ୍ତ ବହୁତ କମ୍ ପରିବର୍ତ୍ତନ କରାଯାଇଛି । ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ନୂଆ ଜ୍ଞାନକୌଶଳ ସହିତ ପ୍ରସ୍ତୁତ କରାଯାଉଛି । ଯାହାଦ୍ଵାରା ପୂର୍ବାପେକ୍ଷା ଶୀଘ୍ର ଏବଂ ଅଧିକ ଟିକେଟ୍ ବୁକିଂ କରାଯାଇ ପାରିବ ।

ଟିକେଟ କାଉଣ୍ଟରକୁ ଯାତ୍ରୀଙ୍କ ନା

ଭାରତୀୟ ରେଲୱେ ୨୦୦୨ ମସିହାରେ ଅନଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରିଥିଲା । ଏବେ ଅଧିକାଂଶ ଲୋକ କାଉଣ୍ଟର ଯିବା ଅପେକ୍ଷା ଘରେ ବସି ଅନଲାଇନ୍‌ରେ ଟିକେଟ୍ ବୁକିଂ କରିବାକୁ ପନ୍ଦ କରୁଛନ୍ତି । ବର୍ତ୍ତମାନ ପ୍ରାୟ ୮୮ ପ୍ରତିଶତ ଟିକେଟ୍ ବୁକିଂ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ହେଉଛି ।

ସୁବିଧା ଦେଉଛି RailOne

୨୦୨୫ ଜୁଲାଇରେ ରେଲୱେ RailOne ଆପ୍ ଲଞ୍ଚ୍ କରିଥିଲା । ଯାହାକୁ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୩.୫ କୋଟିରୁ ଅଧିକ ଡାଉନଲୋଡ୍ କରାଯାଇଛି । ଏହି ଗୋଟିଏ ଆପ୍ଲିକେସନ୍‌ରେ ଯାତ୍ରୀ ଅନେକ ସୁବିଧା ପାଇ ପାରଛନ୍ତି ।

ଟିକେଟ୍ ବୁକିଂରୁ ନେଇ ଟ୍ରେନ୍‌ର ଅବସ୍ଥିତି, ପ୍ଲାଟଫର୍ମ, କୋଚ୍ ସ୍ଥିତି ଆଦି ଯାଞ୍ଚ କରାଯାଇ ପାରୁଛି । ସଂରକ୍ଷଣ ଟିକେଟରୁ ନେଇ ପ୍ଲାଟଫର୍ମ ଏବଂ ଅଣ ସଂରକ୍ଷିତ ଟିକେଟ୍ ଗୋଟିଏ ଆପ୍ଲିକେସନ୍‌ରେ ହୋଇ ପାରୁଛି ।

ଏଥିସହ ପଢ଼ନ୍ତୁ: ବନ୍ଦେ ଭାରତ ପାଇଁ ରେଳବାଇ ପକ୍ଷରୁ ମାମଲା ରୁଜୁ: କ'ଣ ରହିଛି ଘଟଣା ପଛର କାରଣ? 

କହିବାକୁ ଗଲେ ଏହି ନୂଆ ବ୍ୟବସ୍ଥା ଓ ଆପ୍ଲିକେସନ୍ ରେଲୱେ ସେବାକୁ ଆହୁରି ସହଜ ଓ ସରଳ କରିଛି । ରେଲୱେ ଅନୁସାରେ, ଏବେ ଦୈନିକ ପ୍ରାୟ ୯.୨୮ ଲକ୍ଷ ଟିକେଟ୍ ଆପ୍ଲିକେସନ୍ ଜରିଆରେ ବୁକିଂ ହେଉଛି । ଯେଉଁଥିରୁ ପ୍ରାୟ ୭.୨ ଲକ୍ଷ ଅଣ ସଂରକ୍ଷିତ ଟିକେଟ୍ ହୋଇଥିବା ବେଳେ ୨.୦୯ ଲକ୍ଷ ସଂରକ୍ଷିତ ଟିକେଟ୍ ।

AI କହୁଛି ଟିକେଟ୍‌ ହେବ କି ନିଶ୍ଚିତ

ନୂଆ ବ୍ୟବସ୍ଥାରେ ଏକ ବିଶେଷ ସୁବିଧା AI ବେସଡ୍ ୱେଟିଂ ଲିଷ୍ଟ ପ୍ରେଡିକ୍ସନ୍ ରହିଛି । ଯାହାକୁ ଚଳିତବର୍ଷ ଆରମ୍ଭରେ ସାମିଲ୍ କରାଯାଇଛି । ଏହି ଫିଚର୍ ଦ୍ଵାରା ୱେଟିଂ ଟିକେଟ୍ ନିଶ୍ଚିତ ହେବାର କେତେ ସମ୍ଭାବନା ରହିଛି, ତାହା ଜଣାପଡ଼ୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Railways to Replace 40-Year-Old Ticket Booking System: Key Benefits | Argus News | Argus News