Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indian Death in US / ୬ ଦିନ ଧରି ନିଖୋଜ ଥିଲେ; ଆମେରିକାରେ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
୬ ଦିନ ଧରି ନିଖୋଜ ଥିଲେ; ଆମେରିକାରେ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ
Indian Death in US

Key Points

ଆମେରିକାରେ ଚାଲିଗଲା ଭାରତୀୟ ଛାତ୍ରଙ୍କ ଜୀବନ
ଗତ ୬ ଦିନ ଧରି ନିଖୋଜ ଥିଲେ
ପାଠ ପଢିବାକୁ ଯାଇଥିଲେ, ଫେରିଲା ଶବ
ଫେବୃଆରୀ ୯ ତାରିଖରୁ ଆମେରିକାରେ ନିଖୋଜ ଥିଲେ ୨୨ ବର୍ଷୀୟ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟା । ୬ ଦିନ ପରେ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ । ଏ ନେଇ ରବିବାର ସାନ ଫ୍ରାନ୍ସିସ୍କୋର ଭାରତୀୟ ଦୂତାବାସ ସୂଚନା ଦେଇଛି । କର୍ଣ୍ଣାଟକର ଟୁମାକୁରୁ ଜିଲ୍ଲାର ବାସିନ୍ଦା ହେଉଛନ୍ତି ସାକେତ, ଯିଏକି ବର୍କଲିର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କରୁଥିଲେ । ତାଙ୍କୁ ଶେଷ ଥର ପାଇଁ କାଲିଫର୍ଣ୍ଣିଆର ଟିଲଡେନ୍ ଆଞ୍ଚଳିକ ପାର୍କ ନିକଟରେ ଏକ ହ୍ରଦ ନିକଟରେ ଦେଖାଯାଇଥିଲା ।

ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ କହିଛି ଯେ ସ୍ଥାନୀୟ ପୋଲିସ ସାକେତଙ୍କ ମୃତଦେହ ଉଦ୍ଧାର ହେବା ନିଶ୍ଚିତ କରିଛି । ଦୂତାବାସ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି । ଦୂତାବାସ ଏହା ମଧ୍ୟ କହିଛି ଯେ ଏହା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରଖିଛି ଏବଂ ମୃତଦେହକୁ ଭାରତ ଫେରାଇ ଆଣିବା ପ୍ରକ୍ରିୟାରେ ସମସ୍ତ ପ୍ରକାରର ସହାୟତା ଯୋଗାଇବ । ଦୂତାବାସ ଅଧିକାରୀମାନେ ପରିବାର ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଆବଶ୍ୟକୀୟ ସହାୟତା ଯୋଗାଇଦେବେ ବୋଲି କହିଛନ୍ତି ।

  • ପରିବାର ମାଗିଥିଲା ସହାୟତା
ସାକେତଙ୍କ ବାପା କହିଛନ୍ତି ଯେ ସେ ତାଙ୍କ ପୁଅ ସହିତ ଶେଷ ଥର ପାଇଁ ଫେବୃଆରୀ ୯ ତାରିଖରେ କଥା ହୋଇଥିଲେ । ସେ ନିଖୋଜ ହେବା ପରେ ପରିବାର ତାଙ୍କ ବନ୍ଧୁ ଏବଂ ରୁମମେଟଙ୍କ ସହିତ ଯୋଗାଯୋଗ କରିଥିଲେ । କୌଣସି ସୂଚନା ନ ମିଳିବାରୁ ବର୍କଲି ପୋଲିସ ନିକଟରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହାପରେ ଫେବୃଆରୀ ୧୩ ତାରିଖରେ ସାକେତଙ୍କ ପିତାମାତା ମଧ୍ୟ କର୍ଣ୍ଣାଟକ ସରକାରଙ୍କଠାରୁ ସହାୟତା ଲୋଡ଼ିଥିଲେ । କର୍ଣ୍ଣାଟକ ସରକାର ବୈଦେଶିକ ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରିବାକୁ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଅନୁରୋଧ କରିଥିଲେ ।

ପଢନ୍ତୁ ଏହି ଖବର: ବାଂଲାଦେଶ ଜନାଦେଶ; BNPକୁ ସ୍ପଷ୍ଟ ବହୁମତ; ତାରିକ ରହମାନଙ୍କୁ ମୋଦିଙ୍କ ଶୁଭେଚ୍ଛା


  • ସାକେତଙ୍କ ଶିକ୍ଷାଗତ ଯୋଗ୍ୟତା
ମୃତ ଭାରତୀୟ ଛାତ୍ର ସାକେତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ବର୍କଲିରେ ପ୍ରଡକ୍ଟ ଡେଭଲପମେଣ୍ଟ କାର୍ଯ୍ୟକ୍ରମରେ ମାଷ୍ଟର ଅଫ୍ ସାଇନ୍ସ ପାଠ୍ୟକ୍ରମ କରୁଥିଲେ । ସେ ପୂର୍ବରୁ ଆଇଆଇଟି ମାଡ୍ରାସରୁ କେମିକାଲ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ । ତେବେ ସାକେତଙ୍କ ମୃତ୍ୟୁ ଖବର ପାଇ ପୁରା ପରିବାର ଭାଙ୍ଗି ପଡ଼ିଛି । ପୁଅକୁ ଆମେରିକାକୁ ପାଠ ପଢିବା ପାଇଁ ଛାଡ଼ିଥିଲେ, ହେଲେ ଶେଷରେ ପୁଅ ଶବ ହୋଇ ଫେରିଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian student found dead in America | Argus News