Kedarnath Rope Way / ସରକାର ଟଙ୍କାଟିଏ କରିବେନି ନିବେଶ, ହେଲେ ଫାଇଦା ନେବେ !

Key Points
PPP ମୋଡ୍ରେ କରାଯିବ ।
ରୋପ୍ ଓ୍ୱେର ଗୋଟିଏ ବକ୍ସରେ ଏକାଥରକେ ୩୬ ଜଣ ଯାତ୍ରୀ ବସି ଯାତ୍ରା କରିପାରିବେ ।
ଏଣିକି ସହଜ ହେବ କେଦାରନାଥଙ୍କ ଦର୍ଶନ । ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଆଉ ୮ରୁ ୯ ଘଣ୍ଟା ଧରି ଯାତ୍ରା କରିବାକୁ ପଡ଼ିବନି । ଚାଲିବାକୁ ପଡ଼ିବନି ୨୩ କିଲୋମିଟରର ଲମ୍ବା ପାହାଡ଼ି ରାସ୍ତା । ମାତ୍ର, ୩୬ ମିନିଟରେ ବାବାଙ୍କ ଦର୍ଶନ କରିବେ ଭକ୍ତ ।
ଆଦାନୀ ଗ୍ରୁପ ନିର୍ମାଣ କରିବ ସୋନପ୍ରୟାଗରୁ କେଦାରନାଥକୁ ସଂଯୋଗ କରୁଥିବା ରୋପୱେ । କମ୍ପାନୀକୁ ନ୍ୟାସନାଲ୍ ହାଇୱେ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଠାରୁ ପୁରସ୍କାର ପତ୍ର (LOA) ମିଳିଛି। ଏହି ପ୍ରକଳ୍ପ ଆଦାନୀ ଏଣ୍ଟରପ୍ରାଇଜେସ୍ ର ରୋଡ୍, ମେଟ୍ରୋ, ରେଳ ଏବଂ ଜଳ ବିଭାଗ ଦ୍ୱାରା ନିର୍ମାଣ କରାଯିବ। କମ୍ପାନୀ କହିଛି ଯେ ଏଥିରେ 4,081 କୋଟି ଟଙ୍କା ନିବେଶ କରିବ।
ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?
ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ଫାଇଲିଂରେ ଆଦାନୀ ଏଣ୍ଟରପ୍ରାଇଜେସ୍ କହିଛି, "ରୋପ୍ୱେ କାର୍ଯ୍ୟକ୍ଷମ ହେବା ପରେ, ୧୨.୯ କିଲୋମିଟରର କଷ୍ଟକର ଯାତ୍ରା ୯ ଘଣ୍ଟାରୁ ହ୍ରାସ ପାଇ ମାତ୍ର ୩୬ ମିନିଟ୍ ସରିପାରିବ । ଯାହା ତୀର୍ଥଯାତ୍ରାକୁ ବହୁତ ସହଜ ଏବଂ ସୁରକ୍ଷିତ ଯାତ୍ରା ମଧ୍ୟ ଦେଇପାରିବ। ଏହି ରୋପ୍ୱେ ପ୍ରତ୍ୟେକ ଦିନ ୧୮୦୦ ଯାତ୍ରୀଙ୍କୁ ନବା ଆଣିବା କରିପାରିବ । ଏମିତିରେ ହିସାବ କଲେ ବର୍ଷକୁ ୩୨ ଲକ୍ଷ ଯାତ୍ରୀ ଏହି ରୋପ୍ ଓ୍ୱେର ସୁବିଧା ନେଇପାରିବେ ।
କେଦାରନାଥକୁ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ତୀର୍ଥଯାତ୍ରୀ ଆସିଥାନ୍ତି । ତେବେ ସଂସ୍ଥାର କହିବାନୁଯାୟୀ ଏହି ପ୍ରକଳ୍ପ ଶେଷ ହେବାକୁ ୬ ବର୍ଷ ସମୟ ଲାଗିବ । ନିର୍ମାଣ ପରେ 29 ବର୍ଷ ପର୍ଯ୍ୟନ୍ତ ଆଦାନୀ ଏଣ୍ଟରପ୍ରାଇଜେସ୍ ଦ୍ୱାରା ପରିଚାଳିତ ହେବ। ରୋପ ଓ୍ୱେ ହେବା ପରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି । ଏହି ରୋପୱେ ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ - ପାର୍ବତମାଳା ପ୍ରକଳ୍ପର ଏକ ଅଂଶ। ଏହାକୁ PPP (ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍) ମୋଡ୍ରେ କରାଯିବ । ରୋପ୍ ଓ୍ୱେର ଗୋଟିଏ ବକ୍ସରେ ଏକାଥରକେ ୩୬ ଜଣ ଯାତ୍ରୀ ବସି ଯାତ୍ରା କରିପାରିବେ ।
📱 Get Argus News App
✨ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !
ଏହି ପ୍ରକଳ୍ପ ଦ୍ୱାରା କମ୍ପାନୀ ଯାହା ବି ଅର୍ଥ ଆଦାୟ କରିବ ସେଥିରୁ ୪୨ ପ୍ରତିଶତ ଅର୍ଥ ଭାରତ ସରକାରଙ୍କୁ ଦେବ । ଏନେଇ ଚୁକ୍ତି ହୋଇସାରିଛି । NHLML ସହ ପାର୍ଟନରସିପ୍ ହୋଇ ସଂସ୍ଥା କାର୍ଯ୍ୟ କରିବ । ସବୁଠାରୁ ବଡ଼ କଥା ହେଲା, ଏହି ପ୍ରକଳ୍ପରେ ସରକାରଙ୍କ ପକ୍ଷରୁ ଟଙ୍କାଟିଏ ବି ନିବେଶ କରାଯାଉ ନାହିଁ । କିନ୍ତୁ ଆଦାନୀ ଗ୍ରୁପ୍ ଏହି ପ୍ରକଳ୍ପରୁ ଯାହା ବି ପାଇବ, ସେଥିରେ ୪୨ ପ୍ରତିଶତ ଭାଗ ଭାରତ ସରକାରଙ୍କର ରହିବ ।