Largest Electric Highway / ଦେଶର ସବୁଠାରୁ ଲମ୍ବା ବୈଦ୍ୟୁତିକ ରାଜପଥ! ଯାହାର ପରୀକ୍ଷଣ ନାଁ ହେଉଛି 'ଧୁରନ୍ଧର-୪'
·4 months ago·3 min read

Key Points
ଦିଲ୍ଲୀ-ଆଗ୍ରା, ଦିଲ୍ଲୀ-ଜୟପୁର, ଏବଂ ଚେନ୍ନାଇ-ତ୍ରିଚି ରୁଟ୍ ଭଳି ଛୋଟ ସ୍ତରରେ ଇଲେକ୍ଟ୍ରିକ୍ ହାଇୱେ ପରୀକ୍ଷଣ କରାଯାଇସାରିଛି। ଏହି ସମସ୍ତ ପରୀକ୍ଷଣ ସଫଳ ହୋଇଛି। ଏହା ମାର୍ଗର ଅନେକ ସ୍ଥାନରେ ଇଲେକ୍ଟ୍ରିକ୍ ଯାନ ନିୟୋଜିତ ହୋଇସାରିଛି।
NH Trials Dhurandhar-4: ଦେଶର ସବୁଠାରୁ ଲମ୍ବା ବୈଦ୍ୟୁତିକ ରାଜପଥ। ଯେଉଁଠି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆର୍ଥିକ ରାଜଧାନୀ ମୁମ୍ବାଇକୁ ସିଧାସଳଖ ବସ୍ ଯାତ୍ରା କରିବା ସମ୍ଭବ। ଏହି ରାଜପଥରେ ବୈଦ୍ୟୁତିକ ଯାନବାହନ ପାଇଁ ଆଧୁନିକ ଭିତ୍ତିଭୂମି ବିକଶିତ ହେଉଛି। ଯାହା ଏପରି ଗାଡ଼ିକୁ ୧୦୦୦ କିଲୋମିଟରରୁ ଅଧିକ ଦୂରତା ଯାତ୍ରା କରିବାର ସୁଯୋଗ ପ୍ରଦାନ କରିଥାଏ। ଆସନ୍ତା ମାସରେ ଏହି ବୈଦ୍ୟୁତିକ ରାଜପଥର ପରୀକ୍ଷଣ କରାଯିବ। ଯାହାର ନାଁ "ଧୁରନ୍ଧର-୪" କ'ଣ ଏବଂ ଏହା କିପରି କାମ କରିବ?
ତୈଳ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ
ବିଶ୍ୱର ଯେକୌଣସି ସ୍ଥାନରେ ତୈଳ ଯୋଗାଣରେ ଯେକୌଣସି ବାଧା ସୃଷ୍ଟି ହେଲେ ତାହା ଭାରତର ଅର୍ଥନୀତି ଏବଂ ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଏହି ବିପଦକୁ କମ କରିବା ପାଇଁ, ସରକାର ଏବେ ପରିବହନ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରୁଛନ୍ତି। "ଧୁରନ୍ଧର-୪" ସେହି ଚିନ୍ତାଧାରାର ଏକ ଅଂଶ। ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ପ୍ରାୟ ୧୩୦୦ କିଲୋମିଟର ବ୍ୟାପୀ ଏହି ବୈଦ୍ୟୁତିକ ରାଜପଥ ପରୀକ୍ଷଣ କେବଳ ଏକ ପରୀକ୍ଷା ନୁହେଁ ବରଂ ଡିଜେଲ ଏବଂ ପେଟ୍ରୋଲ ବିନା ରାଜପଥରେ ଯାନବାହାନ କିପରି ଚଳାଚଳ କରିପାରିବ ତାହା ପରଖିବା ପାଇଁ ଏହି ପରୀକ୍ଷଣ କରାଯିବ। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତାହେଲେ ଭବିଷ୍ୟତରେ ରାଜପଥରେ ବୈଦ୍ୟୁତିକ ଯାନବାହାନର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବ।
ଏହା ସହ ପଢନ୍ତୁ: ଇନ୍ଧନ ମୁକ୍ତ ଦେଶ ରାସ୍ତାରେ ଆଇସଲ୍ୟାଣ୍ଡ; ବନ୍ଦ ହେବାରେ ଲାଗିଛି ପେଟ୍ରୋଲ ପମ୍ପ
ବୈଦ୍ୟୁତିକ ରାଜପଥର ବିଶେଷତ୍ୱ
ଏହି ସମ୍ପୂର୍ଣ୍ଣ ପ୍ରକଳ୍ପରେ "ଇଭି ଚାର୍ଜିଂ ଭିତ୍ତିଭୂମି" (EV Charging Infrastructure) ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମଗ୍ର ମାର୍ଗରେ ନିୟମିତ ବ୍ୟବଧାନରେ "ଚାର୍ଜିଂ ଷ୍ଟେସନ୍" (EV Charging Station) ନିର୍ମାଣ କରାଯାଉଛି। ଏଥିରେ ଦ୍ରୁତ ଚାର୍ଜିଂ ସୁବିଧା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଗାଡ଼ି ଚାଳକଙ୍କ ପାଇଁ ଉନ୍ନତ ବିଶ୍ରାମ ସ୍ଥାନ ଅନ୍ତର୍ଭୂକ୍ତ ରହିବ। ଯାହା ସହଜ ଏବଂ ନିର୍ଭରଯୋଗ୍ୟ ଯାତ୍ରା ସୁନିଶ୍ଚିତ କରିବ। ବୈଦ୍ୟୁତିକ ଯାନବାହନ ପାଇଁ ତୃତୀୟ ପିଢ଼ିର ଚାର୍ଜିଂ ପ୍ରଣାଳୀ ବିକଶିତ କରାଯିବ। ପ୍ରଥମ ପିଢ଼ିର ବ୍ୟବସ୍ଥା ପେଟ୍ରୋଲ-ଡିଜେଲ ଆଧାରିତ ଥିଲା। ହେଲେ ଏବେ ଏହି ଷ୍ଟେସନ ସୌର, ପବନ ଏବଂ ହାଇଡ୍ରୋଜେନ ପରି ସବୁଜ ଶକ୍ତି ଉତ୍ସ ବ୍ୟବହାର କରିବେ।
ନୀତି ଆୟୋଗ ଆକଳନ କରିଛି ଯେ ଯଦି ଦେଶ ୨୦୨୩୦ ସୁଦ୍ଧା ଏହାର ୨୦% ବୈଦ୍ୟୁତିକ ଗତିଶୀଳତା ଲକ୍ଷ୍ୟ ହାସଲ କରେ, ତାହେଲେ ପ୍ରାୟ ୬ କୋଟି ଯାନ ବାହନ ପେଟ୍ରୋଲ ଏବଂ ଡିଜେଲ ଭଳି ପାରମ୍ପରିକ ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ ସବୁଜ (ନବୀକରଣୀୟ) ଶକ୍ତି ଦ୍ୱାରା ଚଳାଚଳ କରିବ। ବସ୍ ହେଉ କିମ୍ବା ଟ୍ରକ୍ ଅଥବା କାର ଏହି ସମସ୍ତ ଯାନ ପାଇଁ ଦ୍ରୁତ ଚାର୍ଜିଂ ଏବଂ ଲଜିଷ୍ଟିକ୍ସ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯିବ।
ଏହା ସହ ପଢନ୍ତୁ: ସବୁଜ ଶକ୍ତି ଉତ୍ପାଦନରେ ରେକର୍ଡ ଭାଙ୍ଗିଲା ଭାରତ; ପଛରେ ପଡ଼ିଲା ବ୍ରାଜିଲ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"ଧୁରନ୍ଧର-୪" ନାମରେ କାହିଁକି ହେଉଛି ପରୀକ୍ଷଣ?
ଏହି ବୈଦ୍ୟୁତିକ ରାଜପଥର ଛୋଟ ସ୍ତରରେ ଏ ସମ୍ପର୍କିତ ପରୀକ୍ଷଣ କରାଯାଇଛି। ଯେପରିକି ଦିଲ୍ଲୀ-ଆଗ୍ରା, ଦିଲ୍ଲୀ-ଜୟପୁର ଏବଂ ଚେନ୍ନାଇ-ତ୍ରିଚି ମାର୍ଗରେ ଏହି ପରୀକ୍ଷଣ କରାଯାଉଛି। ଏନେଇ ହୋଇଥିବା ସମସ୍ତ ପରୀକ୍ଷଣ ସଫଳ ହୋଇଛି। ଇଲେକ୍ଟ୍ରିକ୍ ଯାନକୁ ପୂର୍ବରୁ ଅନେକ ସ୍ଥାନରେ ନିୟୋଜିତ କରାଯାଇଛି। ହେଲେ ତଥାପି "ଧୁରନ୍ଧର-୪" ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଏବଂ ବାସ୍ତବବାଦୀ ପରୀକ୍ଷଣ। କାରଣ ଏହା ୧୩୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ। ଯଦି ଏହି ପ୍ରକଳ୍ପ ସଫଳ ହୁଏ, ତାହେଲେ ସମସ୍ତ ୩ ପ୍ରକାରର ବୈଦ୍ୟୁତିକ ଯାନ ଟ୍ରକ୍, ବସ୍ ଏବଂ କାର ସମାନ ମାର୍ଗରେ ଚାଲିପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ବସ୍ ଏବଂ ଟ୍ରକ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। କାରଣ ଏପରି ଗାଡ଼ି ଦେଶରେ ସର୍ବାଧିକ ପରିମାଣରେ ଇନ୍ଧନ ବ୍ୟବହାର କରିଥାନ୍ତି। ପ୍ରଦୂଷଣରେ ସେମାନଙ୍କର ଏକ ବଡ଼ ଭୂମିକା ମଧ୍ୟ ରହିଛି। ଯଦି ଏହାକୁ ବୈଦ୍ୟୁତିକ ରୂପ ଦିଆଯାଏ, ତାହେଲେ ସାଧାରଣ ଲୋକଙ୍କ ଉପରେ କୌଣସି ଚାପ ନ ପକାଇ ପରିବହନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ପରିବର୍ତ୍ତନ ହାସଲ କରିହେବ।

Related Topics
Explore more stories