Drone Killer Bhargavastra / ଶତ୍ରୁ ପକ୍ଷର ଡ୍ରୋନ୍ ପାଇଁ କାଳ ସାଜିବ 'ଭାର୍ଗବାସ୍ତ୍ର'; ମଝି ଆକାଶରେ ଆଖି ପିଛୁଳାକେ କରିଦେବ ଧ୍ୱଂସ
·46 mins ago·3 min read

Key Points
ଡ୍ରୋନ୍, ୟୁଏଭି ଏବଂ ଲୁଚି ରହିଥିବା ଯୁଦ୍ଧାସ୍ତ୍ର ସବୁ ବିଫଳ ହେବ। ଭାରତର ନିଜସ୍ୱ ଡ୍ରୋନ୍ ପ୍ରତିରୋଧୀ ପ୍ରଣାଳୀ, ଭାର୍ଗବସ୍ତ୍ର, କେତେ ବିପଦପୂର୍ଣ୍ଣ ତାହା ଜାଣନ୍ତୁ? ଏହି ଅସ୍ତ୍ର ପ୍ରଣାଳୀ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।
Anti Drone Defense System India: ଇରାନ-ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସମୟରେ ସମଗ୍ର ବିଶ୍ୱ ଡ୍ରୋନ୍ ର ଶକ୍ତି ଦେଖିସାରିଛି। ଇରାନ ଏହାର 'ଶହୀଦ' ଡ୍ରୋନ୍ ବ୍ୟବହାର କରି ଆମେରିକାର ମହଙ୍ଗା ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରି ଦେଇଥିଲା। ଋଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟ ବହୁଳ ମାତ୍ରାରେ ଡ୍ରୋନ୍ ବ୍ୟବହୃତ ହୋଇଆସୁଛି। ଅପରେସନ ସିନ୍ଦୁର ସମୟରେ, ଭାରତ ଏବଂ ପାକିସ୍ତାନ ଉଭୟ ଦ୍ୱାରା ମଧ୍ୟ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଯାହା ଆଧୁନିକ ଯୁଦ୍ଧରେ ଡ୍ରୋନ୍ ଦ୍ୱାରା ବଢୁଥିବା ବିପଦକୁ ଦର୍ଶାଉଛି। ଭବିଷ୍ୟତରେ ଶତ୍ରୁ ପକ୍ଷ ଦ୍ୱାରା ହେବାକୁ ଥିବା ସାମ୍ଭାବ୍ୟ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଭାରତ ପକ୍ଷରୁ ଆରମ୍ଭ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି। ଏକ ଘରୋଇ ଭାରତୀୟ କମ୍ପାନୀ ଏକ ଘାତକ ଏବଂ ସ୍ୱଦେଶୀ ଡ୍ରୋନ ପ୍ରତିରୋଧି ପ୍ରଣାଳୀ ବିକଶିତ କରିଛି। ଯାହାକୁ "ଭାର୍ଗବାସ୍ତ୍ର" କୁହାଯାଉଛି। ଏହା ଶତ୍ରୁ ପକ୍ଷର ଡ୍ରୋନ୍ କୁ ଭାରତୀୟ ସୀମାରେ ପ୍ରବେଶ କରିବା ପୂର୍ବରୁ ଧ୍ୱଂସ କରିଦେବ।
"ଭାର୍ଗବସ୍ତ୍ର" କ'ଣ ଏବଂ କ'ଣ ରହିଛି ଏହାର ବୈଶିଷ୍ଟ୍ୟ?
"ଭାର୍ଗବାସ୍ତ୍ର" ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଏକ ବହୁ-ସ୍ତରୀୟ ସ୍ୱାର୍ମ ଡ୍ରୋନ ପ୍ରଣାଳୀ (Multi layered counter swarm drone system)। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହାକୁ ଭାରତୀୟ ସେନା ବାହିନୀ ଦ୍ୱାରା ବ୍ୟବହାର ହେଉଥିବା ଗାଡ଼ିରେ ସହଜରେ ସ୍ଥାପନ କରାଯାଇ ପାରିବ। ଯାହା ଏହାକୁ ଯେକୌଣସି ସମ୍ବେଦନଶୀଳ ସୀମାରେ ସହଜରେ ନିୟୋଜିତ କରିପାରିବ। ଏହି ଡ୍ରୋନ୍-ପ୍ରତିରୋଧି ପ୍ରଣାଳୀ ଏକକାଳୀନ ଶତ୍ରୁ ପକ୍ଷର ଡ୍ରୋନ୍ ସହ ଲଢିବା, ଯୁଦ୍ଧାସ୍ତ୍ର ବହନ କରୁଥିବା ଡ୍ରୋନ୍ କୁ ଅଟକାଇବା ଏବଂ ବହୁ ସଂଖ୍ୟାରେ ଯୁଦ୍ଧ ଭୂମିରେ ନିୟୋଜିତ ହୋଇଥିବା ସ୍ୱୟଂଚାଳିତ ଡ୍ରୋନ୍ କୁ ରୋକିବା ପାଇଁ ବିକଶିତ କରାଯାଇଛି।
ଏଥିରେ ସ୍ୱଦେଶୀ ଅନଗାଇଡେଡ଼୍ ରକେଟ୍ ଏବଂ ମାଇକ୍ରୋ-ମିସାଇଲ୍ ବ୍ୟବହାର କରି, ଆଖି ପିଛୁଳାକେ ଶତ୍ରୁ ପକ୍ଷର ଡ୍ରୋନ୍ ନଷ୍ଟ କରିଦେବ। ଏହି ଉନ୍ନତ ଡ୍ରୋନ୍ ପ୍ରତିରୋଧି ପ୍ରଣାଳୀକୁ ଏକ ଘରୋଇ ଭାରତୀୟ କମ୍ପାନୀ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ (SDAL) ଦ୍ୱାରା ବିକଶିତ କରାଯାଇଛି। SDAL ଗତ ୨୩-୨୪ ତାରିଖରେ ନାଗପୁର ଠାରେ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ସାମ୍ନାରେ "ଭାର୍ଗବସ୍ତ୍ର" ପ୍ରଦର୍ଶନ କରିଥିଲା।
ଏହା ସହ ପଢନ୍ତୁ: କ୍ରୁଜ ମିସାଇଲ୍-ଡ୍ରୋନ୍କୁ ମିଳିବ 'ସ୍ୱଦେଶୀ' ଉଡ଼ାଣ; ଦେଶକୁ ମିଳିଲା 'ଟର୍ବୋଜେଟ୍ ଇଞ୍ଜିନ୍'
୧୦ କିଲୋମିଟର ଦୂରରୁ ଶତ୍ରୁ ପକ୍ଷର ଗତିବିଧିକୁ କରିପାରିବ ଚିହ୍ନଟ
ଏହି ଡ୍ରୋନ୍ ପ୍ରତିରୋଧି ପ୍ରଣାଳୀ ଏକ Command, Control, Communication, and Intelligence (C4I) ସହ ସଜ୍ଜିତ ହୋଇଛି। ଯେଉଁଥିରେ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ୍/ଇନଫ୍ରାରେଡ୍ (EO/IR) ସେନ୍ସର ଏବଂ ନିଷ୍କ୍ରିୟ RF ଡିଟେକ୍ଟର ଅନ୍ତର୍ଭୂକ୍ତ ହୋଇଛି। SDAL ଅଧ୍ୟକ୍ଷ ସତ୍ୟନାରାୟଣ ନୁୱାଲ କହିଛନ୍ତି ଯେ ଏହାର ରାଡ଼ାର ୧୦ କିଲୋମିଟର ପର୍ଯ୍ୟନ୍ତ ବାୟୁରେ ଆସୁଥିବା ବିପଦକୁ ସହଜରେ ଚିହ୍ନଟ କରିପାରିବ। ଏହା ବ୍ୟତୀତ, ଏହାର ଇଲେକ୍ଟ୍ରୋ-ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ (EOTS) ର ପରିସର ୬ କିଲୋମିଟର, ଯାହା ଭାରତୀୟ ସେନାର ବର୍ତ୍ତମାନର କାର୍ଯ୍ୟକ୍ଷମ ଆବଶ୍ୟକତା ୨.୫ କିଲୋମିଟର ଠାରୁ ଯଥେଷ୍ଟ ଅଧିକ। ଏହି ଜ୍ଞାନକୌଶଳ ବାସ୍ତବ ସମୟରେ ଆକାଶର ପରିସ୍ଥିତି ଚିହ୍ନଟ କରି ଶତ୍ରୁ ପକ୍ଷର ଲକ୍ଷ୍ୟକୁ ଟାର୍ଗେଟ୍ କରିପାରିବ।
କେତେ ରହିଛି ଏହାର ମୂଲ୍ୟ?
ଏହି ଡ୍ରୋନ୍ ପ୍ରତିରୋଧି ପ୍ରଣାଳୀର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହାର କମ ମୂଲ୍ୟ। ବିଶ୍ୱବ୍ୟାପୀ ଅଧିକାଂଶ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବହୁତ ମହଙ୍ଗା ହୋଇଥିଲେ ମଧ୍ୟ, "ଭାର୍ଗବାସ୍ତ୍ର" ହେଉଛି ଏହାର ବିପରୀତ। ଏହା ଶତ୍ରୁ ପକ୍ଷରୁ ମାନବହୀନ ବାୟୁ ଯାନ (UAV) କୁ ମଧ୍ୟ ଆକାଶରେ ସିଧାସଳଖ ଧ୍ୱଂସ କରିବା ପାଇଁ ଏକ ଅତ୍ୟନ୍ତ ମୂଲ୍ୟବାନ ସମାଧାନ।
ଏହା ସହ ପଢନ୍ତୁ: ଡ୍ରୋନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତ; ୫୨ ହଜାର କୋଟିରେ କ୍ରୟ କରାଯିବ 'ଆକାଶ ତରଙ୍ଗ'
SDAL ଅଧ୍ୟକ୍ଷଙ୍କ ଅନୁଯାୟୀ, "ଭାର୍ଗବାସ୍ତ୍ର" ଏକ ଅତ୍ୟନ୍ତ ଉନ୍ନତ ପ୍ରତିରକ୍ଷା ପ୍ରଣାଳୀ। ଏହାର ଆଭ୍ୟନ୍ତରୀଣ ପରୀକ୍ଷଣ ଆଗାମୀ ୨-୩ ମାସ ମଧ୍ୟରେ ସମାପ୍ତ ହେବ। ଭାରତୀୟ ସେନା ଏବଂ ନୌସେନା ଅଧିକାରୀ ମଧ୍ୟ ଏହାକୁ ଯାଞ୍ଚ କରିଛନ୍ତି। ଏହାର ମାଇକ୍ରୋ-ମିସାଇଲକୁ ବାଲେଶ୍ୱର ଏବଂ ପୋଖରାଣ ଠାରେ ସଫଳତାର ସହ ପରୀକ୍ଷଣ କରାଯାଇ ସାରିଛି। ଏହାର ରାଡାର, ସେନ୍ସର ଏବଂ C4I ପ୍ରଣାଳୀକୁ ବର୍ତ୍ତମାନ ନାଗପୁର ଠାରେ ସଫଳତାର ସହିତ ପ୍ରଦର୍ଶନ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Bhargavastra anti drone systemIndia indigenous counter drone systemBhargavastra micro missile systemSolar Defence BhargavastraIndia counter swarm drone technologyHow Bhargavastra destroys enemy dronesHard kill anti drone technology IndiaIndian Army counter drone weaponIndigenous drone defense shield India