Videos
|
National

Turbo Jet Engine India / କ୍ରୁଜ ମିସାଇଲ୍-ଡ୍ରୋନ୍‌କୁ ମିଳିବ 'ସ୍ୱଦେଶୀ' ଉଡ଼ାଣ; ଦେଶକୁ ମିଳିଲା 'ଟର୍ବୋଜେଟ୍ ଇଞ୍ଜିନ୍'

Subhramjit Ray
Browse all articles by Subhramjit Ray
·1 month ago·2 min read
କ୍ରୁଜ ମିସାଇଲ୍-ଡ୍ରୋନ୍‌କୁ ମିଳିବ 'ସ୍ୱଦେଶୀ' ଉଡ଼ାଣ; ଦେଶକୁ ମିଳିଲା 'ଟର୍ବୋଜେଟ୍ ଇଞ୍ଜିନ୍'
Turbo Jet Engine

Key Points

ଭାରତ DRDO ଦ୍ୱାରା ବିକଶିତ ହୋଇଥିବା ଏହାର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ୩୫୦ କିଲୋଗ୍ରାମ ବିଶିଷ୍ଟ ଥ୍ରଷ୍ଟ ଶ୍ରେଣୀର ଏକ୍ସପେଣ୍ଡେବଲ୍ ଟର୍ବୋଜେଟ୍ ଇଞ୍ଜିନ୍ ମାତ୍ର ୨୪ ମାସରେ ନିର୍ମାଣ କରିଛି।
Turbo Jet Engine DRDO: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମିଳିଛି ଏତ ବଡ଼ ସଫଳତା। ଦେଶକୁ ମିଳିଛି ଏହାର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା "ଟର୍ବୋଜେଟ୍ ଇଞ୍ଜିନ୍"। ପ୍ରାୟ ୩୫୦ କିଲୋଗ୍ରାମ ଥ୍ରଷ୍ଟ୍ ଶ୍ରେଣୀର "Expendable Turbojet Engine" ୨୪ ମାସ ମଧ୍ୟରେ ପ୍ରସ୍ତୁତ ହୋଇଛି। ଏହି ଇଞ୍ଜିନ୍ ଭାରତର କ୍ରୁଜ୍ ମିସାଇଲ୍ ସହ ଡ୍ରୋନ୍‌ କୁ ସ୍ୱଦେଶୀ ଶକ୍ତି ଯୋଗାଇବ।

ଘରୋଇ କମ୍ପାନୀ ଦ୍ୱାରା ବିକଶିତ ହୋଇଥିଲା ଇଞ୍ଜିନ୍
ଏହି ଇଞ୍ଜିନ୍‌, ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ଅନୁସନ୍ଧାନ (DRDO) ଦ୍ୱାରା ପରିଚାଳିତ "ଗ୍ୟାସ୍ ଟର୍ବାଇନ୍ ରିସର୍ଚ୍ଚ ଏଷ୍ଟାବ୍ଲିଶମେଣ୍ଟ" (GTRE) ଦ୍ୱାରା ଡିଜାଇନ୍ କରାଯାଇଥିଲ। ଏହାକୁ ଏକ ଘରୋଇ କମ୍ପାନୀ ଆଜାଦ୍ ଇଞ୍ଜିନିୟରିଂ ଦ୍ୱାରା ବିକଶିତ କରାଯାଇଛି। ଗତ ୨୨ ତାରିଖରେ, ଆଜାଦ୍ ଇଞ୍ଜିନିୟରିଂ ସଫଳତାର ସହ ଇଞ୍ଜିନ୍ ନିର୍ମାଣ କରି GTRE କୁ ହସ୍ତାନ୍ତର କରିଥିଲା। ଏହା ଭାରତର ଅନ୍ତରୀକ୍ଷ ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ପ୍ରମୁଖ ସଫଳତା।

ବିଶ୍ୱର କେବଳ କିଛି ଦେଶଙ୍କ ଜେଟ୍ ଇଞ୍ଜିନ୍ ବିକଶିତ କରିବାର ବୈଷୟିକ ସାମର୍ଥ୍ୟ ରହିଛି। ଏହାକୁ ସବୁଠାରୁ ଉନ୍ନତ ଇଞ୍ଜିନିୟରିଂ କ୍ଷେତ୍ର ମଧ୍ୟରୁ ଅନ୍ୟତମ ଭାବରେ ବିବେଚନା କରାଯାଏ। ଏହାର ଉତ୍ପାଦନ ପାଇଁ ଅତ୍ୟନ୍ତ ସଠିକତା, ଉନ୍ନତ ଧାତୁ ବିଜ୍ଞାନ ଏବଂ କଠୋର ଉତ୍ପାଦନ ମାନଦଣ୍ଡ ଆବଶ୍ୟକ। DRDO ପକ୍ଷରୁ ଡିଜାଇନ୍ ଉପରେ ଆଧାରିତ ଏପରି ଏକ ଜଟିଳ ପ୍ରଣାଳୀର ବିତରଣ ଭାରତୀୟ ପ୍ରତିରକ୍ଷା ଶିଳ୍ପର ବର୍ଦ୍ଧିତ ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ପ୍ରଦର୍ଶନ କରୁଛି।

ଏହା ସହ ପଢନ୍ତୁ: ଡ୍ରୋନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତ; ୫୨ ହଜାର କୋଟିରେ କ୍ରୟ କରାଯିବ 'ଆକାଶ ତରଙ୍ଗ'

ଦୁଇ ବର୍ଷ ମଧ୍ୟରେ ଇଞ୍ଜିନ୍ ବିକାଶିତ କରି ସୃଷ୍ଟି ହୋଇଛି ରେକର୍ଡ
ପ୍ରତିରକ୍ଷା ଇଞ୍ଜିନିୟରିଂ କ୍ଷେତ୍ରରେ ଜେଟ୍ ଇଞ୍ଜିନ୍ ନିର୍ମାଣକୁ ସବୁଠାରୁ ଜଟିଳ ଏବଂ କଷ୍ଟକର କାର୍ଯ୍ୟ ମଧ୍ୟରୁ ଅନ୍ୟତମ ଭାବରେ ବିବେଚନା କରାଯାଏ। ଏହି ଇଞ୍ଜିନ ସଫଳ ବିକାଶିତ ହେବା ସହିତ, ଭାରତ ଏବେ ନିଜସ୍ୱ ଟର୍ବୋଜେଟ୍ ପ୍ରଯୁକ୍ତିବିଦ୍ୟା ରହିଥିବା ଦେଶଙ୍କ ତାଲିକାରେ ସାମିଲ ହୋଇଛି। ଏହାର ନିର୍ମାଣ ପାଇଁ ସାଧାରଣତଃ ବର୍ଷ ବର୍ଷ ସମୟ ଲାଗିଥାଏ। ହେଲେ ମାତ୍ର ୨୪ ମାସ (୨ ବର୍ଷ) ମଧ୍ୟରେ ଏହାକୁ ବିକଶିତ କରାଯାଇଛି। ଯାହା ବୈଶ୍ୱିକ ପ୍ରତିରକ୍ଷା କ୍ଷେତ୍ରରେ ଏକ ରେକର୍ଡ଼।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ଅସ୍ତ୍ର ହେବ ଶକ୍ତିଶାଳୀ?
କ୍ରୁଜ୍ ମିସାଇଲ୍: ନୌସେନାର ଜାହାଜ ପ୍ରତିରୋଧି କ୍ଷେପଣାସ୍ତ୍ର ଏବଂ ଆକାଶରୁ ସ୍ଥଳ ଭାଗକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରର ଶକ୍ତି ବୃଦ୍ଧି ପାଇବ।
ମାନବବିହୀନ ବାୟୁଯାନ (UAV) ଏବଂ ଡ୍ରୋନ୍ (Drone): ଭାରତର ଉନ୍ନତ ସ୍ୱଦେଶୀ ଗୁଇନ୍ଦା ଏବଂ ଆତ୍ମଘାତୀ ଡ୍ରୋନ୍ ଆହୁରି ଶକ୍ତିଶାଳୀ ହେବ।
ଡ୍ରୋନ୍-ପ୍ରତିରୋଧି ପ୍ରଣାଳୀ (Anti Drone System): ମଧ୍ୟମ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ସୁଦୃଢ ହେବ।