Videos
|
National

IndiGo Free Flight Tickets / IndiGo ଦେଉଛି ୨୦ ହଜାର ମାଗଣା ଟିକେଟ୍, ଘରେ ବସି ଏମିତି ଏହି ଅଫରର ଲାଭ ଉଠାନ୍ତୁ...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
IndiGo ଦେଉଛି ୨୦ ହଜାର ମାଗଣା ଟିକେଟ୍, ଘରେ ବସି ଏମିତି ଏହି ଅଫରର ଲାଭ ଉଠାନ୍ତୁ...
Free Flight Tickets

Key Points

ଫ୍ରି'ରେ ବିମାନ ଯାତ୍ରାର ସୁଯୋଗ
IndiGo ଫ୍ରି ଟିକେଟ୍ ଅଫର ଆରମ୍ଭ
କିପରି ପାଇବେ ଜାଣନ୍ତୁ ପୂରା ତଥ୍ୟ...
ଆପଣ ମାଗଣାରେ ବିମାନ ଯାତ୍ରା କରିବାକୁ ଚାହୁଁଛନ୍ତି କି ? ଭାରତର ସବୁଠୁ ବଡ଼ ଏୟାରଲାଇନ୍ IndiGo ନିଜର ୨୦ ବର୍ଷ ପୂର୍ତ୍ତି ଅବସରରେ ଆଣିଛି ଧମାକାଦାର ଅଫର । ୨୦ ହଜାର ଯାତ୍ରୀଙ୍କୁ ମିଳିପାରେ ମାଗଣା ବିମାନ ଟିକେଟ୍‌ ପାଇବାର ସୁଯୋଗ । ତେବେ ଜାଣନ୍ତୁ କିଏ ପାଇବେ ଏହି ଫ୍ରି' ଟିକେଟ୍ ଏବଂ କିପରି ନେବେ ଏହି ଅଫରର ଫାଇଦା ?

ଭାରତର ସବୁଠୁ ବଡ଼ ବିମାନ କମ୍ପାନୀ IndiGo ନିଜର ୨୦ ବର୍ଷ ପୂର୍ତ୍ତି ଅବସରରେ ଯାତ୍ରୀମାନଙ୍କ ପାଇଁ ଆଣିଛି ଏକ ବଡ଼ ଉପହାର । ଏୟାରଲାଇନ୍ ପକ୍ଷରୁ ଆରମ୍ଭ ହୋଇଛି ଏକ ବିଶେଷ ଗିଭଅୱେ କ୍ୟାମ୍ପେନ୍, ଯେଉଁଥିରେ ୨୦,୦୦୦ ଯାତ୍ରୀଙ୍କୁ ମାଗଣା ବିମାନ ଯାତ୍ରାର ସୁଯୋଗ ମିଳିପାରେ ।

IndiGo ନିଜର ପ୍ରଥମ ବାଣିଜ୍ୟିକ ଉଡ଼ାଣ ୪ ଅଗଷ୍ଟ ୨୦୦୬ରେ ଆରମ୍ଭ କରିଥିଲା । ଗୁଆହାଟି ହୋଇ ଦିଲ୍ଲୀ ଓ ଇମ୍ଫାଲ୍‌ ମଧ୍ୟରେ ଚାଲିଥିବା ସେହି ପ୍ରଥମ ଫ୍ଲାଇଟ୍‌ରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ଭାରତର ସବୁଠୁ ବଡ଼ ଏୟାରଲାଇନ୍‌ରେ ପରିଣତ ହୋଇଛି ।

କମ୍ପାନୀ ଅନୁସାରେ, ଏହି ବିଶେଷ ଅଫର ଅଧୀନରେ ଯୋଗ୍ୟ ଯାତ୍ରୀମାନଙ୍କୁ ଭଡ଼ା ରିଫଣ୍ଡ ମାଧ୍ୟମରେ ମାଗଣା ଟିକେଟ୍‌ ମିଳିବ । ଏହି ଅଫର ୪ ଅଗଷ୍ଟରୁ ୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ IndiGoର ଅଫିସିଆଲ୍ ୱେବସାଇଟ୍, ମୋବାଇଲ୍ ଆପ୍ ଓ AI ଭର୍ଚୁଆଲ୍ ଆସିଷ୍ଟାଣ୍ଟ 6Eskai ମାଧ୍ୟମରେ କରାଯାଇଥିବା ଘରୋଇ ଫ୍ଲାଇଟ୍ ବୁକିଂ ଉପରେ ଲାଗୁ ହେବ ।

ଅଧିକ ପଢ଼ନ୍ତୁ: କେବେ ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍‌ ? RBI କଲା ବଡ଼ ଘୋଷଣା


ଏହି ଅଫରର ଫାଇଦା ନେବା ପାଇଁ ଯାତ୍ରୀଙ୍କୁ କିଛି ନିୟମ ପାଳନ କରିବାକୁ ପଡ଼ିବ । ୪ରୁ ୬ ଅଗଷ୍ଟ ମଧ୍ୟରେ ବୁକିଂ କରିଥିବା ଯାତ୍ରୀଙ୍କ ମଧ୍ୟରୁ ୨୦,୦୦୦ ଜଣଙ୍କୁ ଭାବେ ଚୟନ କରାଯିବ । ଚୟନ ହୋଇଥିବା ଯାତ୍ରୀଙ୍କୁ ଇମେଲ୍ ଓ WhatsApp ମାଧ୍ୟମରେ ଏକ ସହଜ ପ୍ରଶ୍ନର ଉତ୍ତର ଦେବାକୁ କୁହାଯିବ । ସଠିକ୍ ଉତ୍ତର ଦେଇଥିବା ଯାତ୍ରୀଙ୍କୁ ପ୍ରତି PNR ପାଇଁ ସର୍ବାଧିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଫେରସ୍ତ ମିଳିପାରିବ ।

ଏହି ଯୋଜନାରେ ଘରୋଇ ଇକୋନୋମି କ୍ଲାସ୍ ଏବଂ IndiGoStretch ବୁକିଂ ସାମିଲ ରହିଛି । ଏଥିରେ ୱାନ୍-ୱେ ଓ ରିଟର୍ନ୍ ଯାତ୍ରା ଉଭୟ ଅନ୍ତର୍ଭୁକ୍ତ । କମ୍ପାନୀ କହିଛି ଯେ, ସଫଳ ପ୍ରତିଯୋଗୀମାନଙ୍କୁ ୩ରୁ ୫ଟି କାର୍ଯ୍ୟଦିବସ ମଧ୍ୟରେ ରିଫଣ୍ଡ ମିଳିଯିବ ।

ଗତ ୨୦ ବର୍ଷରେ IndiGo ଭାରତୀୟ ବିମାନ ବଜାରରେ ନିଜର ଦୃଢ଼ ସ୍ଥାନ ସୃଷ୍ଟି କରିଛି । ବର୍ତ୍ତମାନ କମ୍ପାନୀ ପାଖରେ ୪୩୦ରୁ ଅଧିକ ବିମାନ ରହିଛି ଏବଂ ପ୍ରତିଦିନ ପ୍ରାୟ ୨,୨୦୦ଟି ଉଡ଼ାଣ ପରିଚାଳନା କରୁଛି । ଏହି ବିଶେଷ ଅଫର ମାଧ୍ୟମରେ IndiGo ନିଜର ୨୦ ବର୍ଷର ଯାତ୍ରାକୁ ଯାତ୍ରୀମାନଙ୍କ ସହ ଉତ୍ସବ ଭାବେ ପାଳନ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: