IndiGo Airlines Flight 6E 6017 / ଯାତ୍ରା ବେଳେ ବାହାରିଲା ଧୂଆଁ; ଏମରଜେନ୍ସି ଗେଟ୍ ଦେଇ ବାହାରିଲେ ଯାତ୍ରୀ
·1 hour ago·2 min read

Key Points
ଇଣ୍ଡିଗୋ ବିମାନ 6E 6017 ରେ ଧୂଆଁ ଦେଖାଯିବା ପରେ ବେଙ୍ଗାଲୁରୁ ବିମାନବନ୍ଦରରେ ଜରୁରୀକାଳୀନ ଭିତ୍ତିରେ ଯାତ୍ରୀଙ୍କୁ ଏମରଜେନ୍ସି ଗେଟ୍ ଦେଇ ବାହାରକୁ ଅଣାଯାଇଥିଲା। ସମସ୍ତ ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି।
Bengaluru to Chennai IndiGo flight smoke: ମଙ୍ଗଳବାର (ମେ ୨୬) ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନରେ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଆତଙ୍କିତ ହୋଇ ଉଠିଥିଲେ ଯାତ୍ରୀ। ଇଣ୍ଡିଗୋ ବିମାନ 6E 6017 ରନୱେ ଆଡକୁ ଟ୍ୟାକ୍ସି କରୁଥିବା ସମୟରେ, ବିମାନ ଭିତରୁ ଧୂଆଁ ବାହାରୁ ଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟିବା ପରେ ତୁରନ୍ତ ଜରୁରୀକାଳୀନ ପଦକ୍ଷେପ ନିଆଯାଇଥିଲା। ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ବିମାନ ଭିତରୁ ବାହାର କରାଯାଇଥିଲା।
ପ୍ରତିକ୍ରିୟା ରଖିଲା ଇଣ୍ଡିଗୋ ଏୟାରଲାଇନ୍ସ
ଇଣ୍ଡିଗୋ ଏୟାରଲାଇନ୍ସ ଏହି ଘଟଣାକୁ ନିଶ୍ଚିତ କରି କହିଛି ଯେ, ମେ ୨୬ ତାରିଖ ମଙ୍ଗଳବାର ବେଙ୍ଗାଲୁରୁ ଠାରୁ ଚେନ୍ନାଇ ଅଭିମୁଖେ ଯାଉଥିବା ବିମାନ 6E 6017 ରନୱେ ଆଡ଼କୁ ଟ୍ୟାକ୍ସି କରୁଥିବା ସମୟରେ ବିମାନ ଭିତରୁ ଧୂଆଁ ବାହାରୁ ଥିବାର ଦେଖାଯାଇଥିଲା। ଏହା ପରେ ସୁରକ୍ଷାଗତ ଦୃଷ୍ଟିକୋଣରୁ ଜରୁରୀକାଳୀନ ଭିତ୍ତିରେ ଯଥାସମ୍ଭବ ସମସ୍ତ ଯାତ୍ରୀଙ୍କୁ ବିମାନ ଭିତରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
ଏହା ସହ ପଢନ୍ତୁ: ଉଡ଼ାଣ ପୂର୍ବରୁ ବନ୍ଦ ହୋଇଗଲା ଇଣ୍ଡିଗୋ ଏସି; ଯାତ୍ରା ବେଳେ ତାତି ଉଠିଲେ ଯାତ୍ରୀ
ଯାତ୍ରା ପାଇଁ କରାଗଲା ଅନ୍ୟ ଏକ ବିମାନର ବ୍ୟବସ୍ଥା
ଇଣ୍ଡିଗୋ ଏୟାରଲାଇନ୍ସ କହିବା ଅନୁଯାୟୀ, ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଏକ ବିକଳ୍ପ ବିମାନ ବ୍ୟବସ୍ଥା କରାଯାଇଛି। ଟର୍ମିନାଲ ଠାରେ ଅପେକ୍ଷାରତ ଯାତ୍ରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ତାହା ଉପରେ ନଜର ରଖାଯାଇଛି।
'ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା'
ଇଣ୍ଡିଗୋ ଏୟାରଲାଇନ୍ସ ଏହାର ବିବୃତ୍ତିରେ ପୁନର୍ବାର କହିଛି ଯେ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ହେଉଛି ଏହାର ସର୍ବୋଚ୍ଚ ପ୍ରାଥମିକତା। କ'ଣ ପାଇଁ ବିମାନରୁ ଧୂଆଁ ବାହାରିଛି ସେ ନେଇ ବର୍ତ୍ତମାନ ତଦନ୍ତ କରାଯାଉଛି। ପ୍ରାରମ୍ଭିକ ଭାବରେ କୌଣସି ବଡ଼ ଯାନ୍ତ୍ରିକ ତ୍ରୁଟି ନିଶ୍ଚିତ ହୋଇନାହିଁ।
ତଦନ୍ତ ପରେ ସାମ୍ନାକୁ ଆସିବ କାରଣ
ବିମାନବନ୍ଦର ଏବଂ ବିମାନ ଚଳାଚଳ ସହ ଜଡ଼ିତ ବିବାଗୀୟ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି। କ'ଣ ପାଇଁ ଯାତ୍ରା କରିବା ବେଳେ ଧୂଆଁ ବାହାରିଥିଲା ତାହାର ଅନୁସନ୍ଧାନ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ପରେ ଘଟଣା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହି ଘଟଣାରେ ସମସ୍ତ ଯାତ୍ରୀ ଏବଂ କର୍ମଚାର ସୁରକ୍ଷିତ ରହିଥିବାର କୁହାଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ ଆଡ଼କୁ ଫେରାଇ ଅଣାଯାଇଛି ଏବଂ ସେମାନଙ୍କୁ ଆବଶ୍ୟକୀୟ ସହୟତା ଯୋଗାଇ ଦିଆଯାଇଛି।More footage of the incident. pic.twitter.com/XDWyTQTBUb
— Gagan Choudhary (@Ganikgagan) May 26, 2026
ଏହା ସହ ପଢନ୍ତୁ: ଉଡ଼ାଣ ପୂର୍ବରୁ ବନ୍ଦ ହୋଇଗଲା ଇଣ୍ଡିଗୋ ଏସି; ଯାତ୍ରା ବେଳେ ତାତି ଉଠିଲେ ଯାତ୍ରୀ
ଯାତ୍ରା ପାଇଁ କରାଗଲା ଅନ୍ୟ ଏକ ବିମାନର ବ୍ୟବସ୍ଥା
ଇଣ୍ଡିଗୋ ଏୟାରଲାଇନ୍ସ କହିବା ଅନୁଯାୟୀ, ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଏକ ବିକଳ୍ପ ବିମାନ ବ୍ୟବସ୍ଥା କରାଯାଇଛି। ଟର୍ମିନାଲ ଠାରେ ଅପେକ୍ଷାରତ ଯାତ୍ରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ତାହା ଉପରେ ନଜର ରଖାଯାଇଛି।
'ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା'
ଇଣ୍ଡିଗୋ ଏୟାରଲାଇନ୍ସ ଏହାର ବିବୃତ୍ତିରେ ପୁନର୍ବାର କହିଛି ଯେ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ହେଉଛି ଏହାର ସର୍ବୋଚ୍ଚ ପ୍ରାଥମିକତା। କ'ଣ ପାଇଁ ବିମାନରୁ ଧୂଆଁ ବାହାରିଛି ସେ ନେଇ ବର୍ତ୍ତମାନ ତଦନ୍ତ କରାଯାଉଛି। ପ୍ରାରମ୍ଭିକ ଭାବରେ କୌଣସି ବଡ଼ ଯାନ୍ତ୍ରିକ ତ୍ରୁଟି ନିଶ୍ଚିତ ହୋଇନାହିଁ।
ତଦନ୍ତ ପରେ ସାମ୍ନାକୁ ଆସିବ କାରଣ
ବିମାନବନ୍ଦର ଏବଂ ବିମାନ ଚଳାଚଳ ସହ ଜଡ଼ିତ ବିବାଗୀୟ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି। କ'ଣ ପାଇଁ ଯାତ୍ରା କରିବା ବେଳେ ଧୂଆଁ ବାହାରିଥିଲା ତାହାର ଅନୁସନ୍ଧାନ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
IndiGo flight emergency evacuation BengaluruBengaluru to Chennai IndiGo flight smokeIndiGo flight 6E 6017 smoke incidentPassengers evacuated via emergency slides IndiGoKempegowda International Airport flight evacuationDGCA investigates IndiGo flight smoke BengaluruAviation safety news India IndiGo flightA321 aircraft cockpit smoke emergency airport