Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉଡ଼ାଣ ପୂର୍ବରୁ ବନ୍ଦ ହୋଇଗଲା ଇଣ୍ଡିଗୋ ଏସି; ଯାତ୍ରା ବେଳେ ତାତି ଉଠିଲେ ଯାତ୍ରୀ

National

Vadodara Airport Late Night Hungama / ଉଡ଼ାଣ ପୂର୍ବରୁ ବନ୍ଦ ହୋଇଗଲା ଇଣ୍ଡିଗୋ ଏସି; ଯାତ୍ରା ବେଳେ ତାତି ଉଠିଲେ ଯାତ୍ରୀ

Subhramjit Ray
Browse all articles by Subhramjit Ray
·3 weeks ago·2 min read
ଉଡ଼ାଣ ପୂର୍ବରୁ ବନ୍ଦ ହୋଇଗଲା ଇଣ୍ଡିଗୋ ଏସି; ଯାତ୍ରା ବେଳେ ତାତି ଉଠିଲେ ଯାତ୍ରୀ
Vadodara Airport Late Night Hungama

Key Points

ଇଣ୍ଡିଗୋ ବିମାନ ଉଡ଼ାଣ ଭରିବା ପୂର୍ବରୁ ହଠାତ୍ ଏକ ଯାନ୍ତ୍ରିକ ସମସ୍ୟାର ସାମ୍ନା କରିଥିଲା। ଯାହା ଫଳରେ ବିମାନରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
IndiGo Flights AC shuts down before takeoff: ଗତକାଲି ବିଳମ୍ବିତ ରାତିରେ ବଡ଼ୋଦରା ବିମାନବନ୍ଦରରେ ଦେଖିବାକୁ ମିଳିଛି ଏକ ଅଜବ ପରିସ୍ଥିତି। ଏଠାରେ ଇଣ୍ଡିଗୋ ଏୟାରଲାଇନ୍ସ ର ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଉଡ଼ାଣ ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ "6E 657" ନାମକ ଏକ ବିମାନରେ ହଠାତ୍ ଏକ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ବିମାନ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। ରାତି ପ୍ରାୟ ୮:୫୦ ସମୟରେ ଏହି ବିଦ୍ୟୁତ୍ ବିଭ୍ରାଟ ଘଟିଥିଲା। ଯାହା ଫଳରେ ସମଗ୍ର ବିମାନ ପ୍ରାୟ ଅଧ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇ ପଡ଼ିଥିଲା।

ଯାତ୍ରୀଙ୍କ ଚିନ୍ତା ବଢାଇଦେଲା ବିଦ୍ୟୁତ୍ ବିଭ୍ରାଟ
ବିଦ୍ୟୁତ୍ ବିଭ୍ରାଟ ବିମାନର ଏୟାର କଣ୍ଡିସନିଂ ସିଷ୍ଟମ୍କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦେଇଥିଲା। ଯାହା ଫଳରେ ଯାତ୍ରୀଙ୍କ ପାଇଁ ସମସ୍ୟା ବଢିଯାଇଥିଲା। ରାତି ସମୟର ଗରମ ଏବଂ ବାୟୁଚଳନର ଅଭାବ ଯୋଗୁଁ ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ କିଛି ମିନିଟ୍ ମଧ୍ୟରେ ଶ୍ୱାସରୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ଏହି ବିମାନରେ ଫସି ରହିଥିବା ଯାତ୍ରୀଙ୍କୁ ଏଭଳି ପରିସ୍ଥିତିରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଯାହାକୁ ନେଇ ଯାତ୍ର ଆତଙ୍କିତ ହୋଇଉଠିବା ସହ ସେମାନଙ୍କର ଚିନ୍ତା ବଢି ଯାଇଥିଲା।


ଏହା ସହ ପଢନ୍ତୁ: ପୁଣି ଖାଦ୍ୟ ପାଇଁ ଚର୍ଚ୍ଚାରେ ଏୟାର ଇଣ୍ଡିଆ; ଯାତ୍ରୀ କହିଲେ ଏୟାରଲାଇନ୍ସ ଯୋଗାଇଲା ଅନ୍ନଛତ୍ର

ଅଧ ଘଣ୍ଟା ପରେ ମିଳିଲା ଆଶ୍ୱସ୍ତି
ଏୟାରଲାଇନ୍ସ ପରିଚାଳନାର ଏହି ଅବହେଳା ଏବଂ ଘଟଣାସ୍ଥଳରେ ତୁରନ୍ତ ବିକଳ୍ପ ବ୍ୟବସ୍ଥାର ଅଭାବ ଯୋଗୁଁ ଯାତ୍ରୀ ତାତି ଉଠିଥିଲେ। ଏପରିକି ସେମାନଙ୍କର ଧୈର୍ଯ୍ୟର ସୀମା ଟପି ଯାଇଥିଲା। କ୍ରୋଧିତ ଯାତ୍ରୀ ବିମାନ ଭିତରେ ଚାଳକ ଦଳ ସଦସ୍ୟଙ୍କ ସାମ୍ନାରେ ହୋ ହାଲ୍ଲା କରିଥିଲେ। ଇଣ୍ଡିଗୋ ଏୟାର ଲାଇନ୍ସ ବିରୋଧରେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରାୟ ଅଧ ଘଣ୍ଟାର କଠିନ ପରିଶ୍ରମ ଏବଂ ଯାନ୍ତ୍ରିକ ମରାମତି ପରେ ରାତି ପ୍ରାୟ ୯:୧୫ ସମୟରେ ବିମାନର ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହୋଇଥିଲା। ଯାହା ପରେ ବିମାନ ସୁରକ୍ଷିତ ଭାବରେ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored